କେଜି ରୁ ପିଜି ମାଗଣା ଶିକ୍ଷା ଯୋଜନାରେ ସ୍ପଷ୍ଟ ନିର୍ଦେଶନାମା ପାଇଁ ଦାବୀ ଜଣାଇଲା ଅଭିଭାବକ ମହାସଂଘ

ଭୁବନେଶ୍ୱର ତା 9 ରିଖ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଘୋଷଣା କରାଯାଇଥିବା “ଜ୍ଞାନୋଦୟ ଶିକ୍ଷା ରୁ ସମୃଦ୍ଧି ଯୋଜନା” ବା କେଜି ରୁ ପିଜି ମାଗଣା ଶିକ୍ଷା ବର୍ତମାନ ଏକ ଦ୍ୱନ୍ଦ୍ୱlତ୍ମକ  ଓ ହାସ୍ୟାସ୍ପଦ ଯୋଜନାରେ ପରିଣତ ହୋଇଛି l କାରଣ  ଉଚ ମାଧ୍ୟମିକ ଏବଂ ଅନ୍ୟାନ୍ୟ ସମସ୍ତ ଉଚ୍ଚ ଶିକ୍ଷା ସ୍ତରରେ ସମସ୍ତ ଶିକ୍ଷାଦାନ ଜନିତ ଫିଷ ସମ୍ପୂର୍ଣ୍ଣ ଛାଡ଼ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ବେଳେ ଉଚ୍ଚଶିକ୍ଷା ବିଭାଗ (ଚିଠି ସଂଖ୍ୟା ୩୭୦୭୨/HE ତାରିଖ ୦୭.୦୭.୨୦୨୬) ରେଗୁଲାର ମୋଡରେ ୟୁ.ଜି. ଏବଂ ପି.ଜି. ପାଠ୍ୟକ୍ରମ ପାଇଁ ମାଗଣା ଶିକ୍ଷା ପ୍ରଦାନ କରିବା ପାଇଁ କୌଣସି ପ୍ରବେଶ ଶୁଳ୍କ ନାହିଁ ବୋଲି ନିର୍ଦେଶ ଦେଇଛି l ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ (ଚିଠି ସଂଖ୍ୟା 18042/SME ତାରିଖ 08.07.2026) ନିର୍ଦ୍ଦେଶକ, ଉଚ୍ଚ ମାଧ୍ୟମିକ ଶିକ୍ଷା ଏବଂ ନିର୍ଦ୍ଦେଶକ, ମାଧ୍ୟମିକ ଶିକ୍ଷା, ଓଡ଼ିଶାଙ୍କୁ ପଠାଯାଇଛି। ପୂର୍ବରୁ ଉଚ୍ଚଶିକ୍ଷା ବିଭାଗ (ଚିଠି ସଂଖ୍ୟା 5023/ 5ଫ୍ରେବୁଆରି 2024 ତାରିଖ) ଦ୍ୱାରା ଫିସ ସଂକ୍ରାନ୍ତୀୟ ନିର୍ଦେଶାବଳି ଅନୁଯାଇ କେବଳ ସରକାରୀ, ପୂର୍ଣ୍ଣ ଅନୁଦାନପ୍ରାପ୍ତ ଏବଂ ନୂତନ ଅନୁଦାନପ୍ରାପ୍ତ ମାଧ୍ୟମିକ ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (୪୮୮ ଏବଂ ୬୬୨ ବର୍ଗ) ଓ ଡିଗ୍ରୀ କଲେଜ ରେ ପ୍ରବେଶ ଶୁଳ୍କ ଫିସ ଛାଡ଼ କରିବେ । ଉଚ୍ଚ ମାଧ୍ୟମିକରେ ଛାତ୍ରଛାତ୍ରୀଙ୍କ ଅଭିଭାବକମାନେ ଏବେ  ଅନେକ ଅନ୍ୟାନ୍ୟ ଫି ପାଇଁ ଦାବିର ସମ୍ମୁଖୀନ ହେଉଛନ୍ତି, ଯାହା ଦ୍ୱନ୍ଦ୍ୱ ଏବଂ ହଇରାଣ ସୃଷ୍ଟି କରୁଛି। ଜ୍ଞାନୋଦୟ ଯୋଜନା ଅଧୀନରେ ସମସ୍ତ ଫିସ ଯଥା ଆଡ଼ମିସନ ଓ ରିଆଡ଼ମିସନ ଫିସ, ଟ୍ୟୁସନ ଫିସ୍, ମାଗାଜିନ ଫିସ, କ୍ୟାଲେଣ୍ଡର ଫିସ,ଲାଇବ୍ରେରୀ ଫିସ୍, କମନ ରୁମ ଫିସ,ଟାଇମ୍ ଟେବୁଲ୍ ଫିସ୍ |ପ୍ରୋକ୍ଟର  ଫିସ୍,ଆଟେଣ୍ଡାନ୍ସ ଫିସ, ସେମିଷ୍ଟର ପରୀକ୍ଷା ଫିଷ,ଡେଭଲପମେଣ୍ଟ ଫିସ, ଅlଫିଲେସନ  ଫିସ, ଫର୍ମ ଫିଲପ ଫିସ, ଲାବୋ୍ରେଟାରୀ ଫିସ, କମ୍ପୁଟର ବା ଆଇଟି ଫିସ, ସ୍ମାର୍ଟ କ୍ଲାସ ଫିସ, ୟୁନିଅନ ଫିସ, କାଲ ଚୁରାଲ ଫିସ,ରେଡକ୍ରସ୍ ଫିସ୍ ଆଦି ଆଦାୟ ନ କରିବା ପାଇଁ ଏପର୍ଯ୍ୟନ୍ତ ସ୍ପଷ୍ଟ ନିର୍ଦେଶନାମା ଜାରି କରାଯାଇନି l ଯାହା ଫଳରେ କେବଳ ଆଡ଼ମିସନ ଫିସ କୁ ଛାଡି ଅନ୍ୟ ସବୁ ଫିସ ଆଦାୟ କରୁଛନ୍ତି l ତେଣୁ 2024 ର ନିର୍ଦେଶ ନାମା ଅନୁଯାଇ ଏକ ସଂଶୋଧିତ ଓ ଫିସ ବର୍ଗିକରଣ କରି ଫି ଆଦାୟ ନ କରିବା ପାଇଁ ଓ ଆଦାୟ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିର୍ଦେଶ ଜାରି କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଦାବୀ ଜଣାଇଛି ଓଡିଶା ଅଭିଭାବକ ମହାସଂଘ l ଯାହା ସ୍ପଷ୍ଟ କରିଦେବ ଯେ ଉଚ୍ଚ ମାଧ୍ୟମିକ, ଉଛ ଶିକ୍ଷା ଏବଂ ଅନ୍ୟାନ୍ୟ ଶ୍ରେଣୀରେ ପିତାମାତାଙ୍କଠାରୁ କୌଣସି ପ୍ରକାରର ଫି ଆଦାୟ କରାଯିବ ନାହିଁ। ତତ ସହିତ SAMS ପୋର୍ଟାଲ୍ ଏବଂ ସମସ୍ତ  ତୁରନ୍ତ ପରିବର୍ତ୍ତନ ଆଣିବାକୁ ନିର୍ଦ୍ଦେଶ ଦିଅନ୍ତୁ ଯାହା ଦ୍ଵାରା ଅଭିଭାବକଙ୍କଠାରୁ କୌଣସି ଦେୟ ଦେବାକୁ ପଡିବ ନାହିଁ। ସରକାରୀ ଶିକ୍ଷାନୁଷ୍ଠାନ ଛଡା ମ୍ୟାନେଜମେଣ୍ଟ ଦ୍ୱାରା ଚାଲୁଥିବା ଅନୁଷ୍ଠାନ ଗୁଡିକୁ ଆବଶ୍ୟକ ଅର୍ଥ ଭରଣା ପାଇଁ ସରକାର ପାଣ୍ଠି ପ୍ରଦାନ ସୁନିଶ୍ଚିତ କରନ୍ତୁ ଯାହା ଦ୍ଵାରା ସେମାନେ ଗୁଣାତ୍ମକ ଶିକ୍ଷା ବଜାୟ ରଖିପାରିବେ।  ଯୋଗ୍ୟ ପ୍ରତିଷ୍ଠାନର ସମ୍ପୂର୍ଣ୍ଣ ତାଲିକା ଏବଂ ଛାଡ଼ ହୋଇଥିବା ଫିର ସମ୍ପୂର୍ଣ୍ଣ ତାଲିକା ତୁରନ୍ତ  ଶିକ୍ଷା ବିଭାଗ ସାର୍ବଜନୀନ କରି ପବ୍ଲିକ ଡୋମେନରେ ପ୍ରକାଶ କରନ୍ତୁ। ଫି ଦାବି କରୁଥିବା କୌଣସି ପ୍ରତିଷ୍ଠାନ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ସହିତ  ତଦାରଖ କମିଟି ଗଠନ କରନ୍ତୁ ବୋଲି ଓଡିଶା ଅଭିଭାବକ ମହାସଂଘ ସଭାପତି ବାସୁଦେବ ଭଟ୍ଟ ଓ କାର୍ଯ୍ୟକାରୀ ସଭାପତି ପ୍ରସନ୍ନ ବିଷୋୟୀ, ମହାସଚିବ ଅଶୋକ ପାଇକରାୟ ଓ ସମ୍ପାଦକ ସୂର୍ଯ୍ୟ ନାରାୟଣ ଜେନା ଦାବୀ କରିଛନ୍ତି

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page