ଚିଲିକାରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ।


ଚିଲିକା,୨୧।୬:ଆଜି ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ସକାଳୁ ଉତ୍ସାହର ସହିତ ବିଭିନ୍ନ ଶିକ୍ଷାନୁଷ୍ଠାନ ସମେତ ଅନ୍ୟାନ୍ୟ ସ୍ଥାନରେ ସୁସ୍ଥ ଓ ନିରୋଗ ରହିବାର ପାଥେୟ ସ୍ଵରୂପ ପ୍ରଶିକ୍ଷକଙ୍କ ପ୍ରଶିକ୍ଷଣରେ ବିଭିନ୍ନ ଯୋଗ ଓ ବ୍ୟାୟାମ ଆଦି କରାଯାଇଥିଲା । ଏଥିରେ ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ଅଧ୍ୟାପକ ଅଧାପିକା ଓ ପଦାଧିକାରୀ ଉତ୍ସାହର ସହିତ ସାମିଲ ହୋଇଥିଲେ। ନାଚୁଣୀ କଲେଜର ଅଧ୍ୟକ୍ଷ ଡ଼ଃ ସୁନିଲ୍ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଓ ଚିଲିକା ପଞ୍ଚାୟତ ସମିତିର ମିଳିତ ଆନୁକୁଲ୍ୟରେ ନାଚୁଣୀ ମହାବିଦ୍ୟାଳୟ ଠାରେ ଯୋଗ ଦିବସ ପାଳିତ ହୋଇଯାଇଅଛି ।ଏହି ଅବସରରେ ଆୟୋଜିତ ଯୋଗ ପ୍ରଦର୍ଶନ କାର୍ଯ୍ୟକ୍ରମରେ ଆମନ୍ତ୍ରିତ ଅତିଥି ଭାବେ ଚିଲିକା ବ୍ଲକ ବିଡ଼ିଓ ପୁନମ ମହାପାତ୍ର, ଚିଲିକା ବ୍ଲକ ଅଧ୍ୟକ୍ଷା ଜ୍ୟୋସ୍ନା ବେହେରା ଓ ଉପାଧ୍ୟକ୍ଷ ଅରୁଣ ପଟ୍ଟନାୟକ ଯୋଗ ଦେଇ ବକ୍ତବ୍ୟ ରଖିବା ସହିତ ଯୋଗର ମହତ୍ତ୍ଵ ସଂପର୍କରେ ବୁଝାଇଥିଲେ। ଉପସ୍ଥିତ ଛାତ୍ର ଛାତ୍ରୀ ମାନେ ସମସ୍ତଙ୍କ ସହିତ ଯୋଗ ପ୍ରଦର୍ଶନ କରିଥିଲେ। ଏଥିରେ ଏନସିସି ଅଧିକାରିଣୀ ଏଲ.ଟି ମିଲି ବେହେରା, ଏନ୍ ଏସ ଏସ ଅଧିକାରୀ ଅଧ୍ୟାପକ ଜଗନ୍ନାଥ ଆଚାର୍ଯ୍ୟ, ଯୁବ ରେଡକ୍ରସ୍ ଅଧିକାରୀ ଅଧ୍ୟାପକ ଚନ୍ଦନ ପ୍ରସାଦ ଜେନା ଓ ରୋଭରସ ରେଞ୍ଜର ଡକ୍ଟର ପ୍ରଦୀପ୍ତ କୁମାର ରଥ ପ୍ରମୁଖ କାର୍ଯ୍ୟକ୍ରମ ସ°ପାଦନରେ ସହଯୋଗ ପ୍ରଦାନ କରିଥିଲେ। ସେହିପରି ଚିଲିକା ବ୍ଲକର ଵିରିବାଡି ସ୍ଥିତ ଶ୍ରୀ ଲୋକନାଥ ଦେବ ସରକାରୀ ହାଇସ୍କୁଲରେ ପ୍ରଧାନ ଶିକ୍ଷକ କୁନା ମହତ୍ଵଙ୍କ ତତ୍ବାବଧାନରେ ତଥା ଖେଳ ଶିକ୍ଷକ ଲୋକନାଥ ପାଇକରାୟଙ୍କ ପ୍ରଶିକ୍ଷଣ ରେ ଛାତ୍ର ଛାତ୍ରୀ ମାନେ ଯୋଗ ଅଭ୍ୟାସ କରିଥିଲେ। ଏଥିରେ ବରିଷ୍ଠ ଶିକ୍ଷକ ଅଶୋକ ବେହେରା,ସୁଧା°ଶୁ କୁମାର ଦାଶ ସହଯୋଗ କରିଥିଲେ। ଗଙ୍ଗାଧର ପୁର ସ୍ଥିତ ଚିଲିକା ଜୁଡିସିଆଲ କୋର୍ଟ ପରିସରରେ ଜେଏମ ଏଫ ସି ଯୁଧିଷ୍ଠିର ଦଳାଇଙ୍କ ଅଧ୍ୟକ୍ଷତାରେ ତଥା ଚିଲିକା ଓକିଲ ସଂଘ ସହଯୋଗରେ ଯୋଗ ଦିବସ ପାଳନ ହୋଇଯାଇଛି। ଏଥିରେ ଓକିଲ ସଂଘ ସଭାପତି ପ୍ରମୋଦ କୁମାର ଜେନା, ସ°ପାଦକ ଦେବାଶିଷ ରଥ, ଓକିଲ ଚିତ୍ରସେନ ସାହୁ, ଅଶୋକ କୁମାର ଚ°ପତ୍ତି, ଅଶୋକ କୁମାର ଜେନାଙ୍କ ସହିତ ଅନ୍ୟାନ୍ୟ ଓକିଲ ତଥା କୋର୍ଟ କର୍ମଚାରୀ ଉପସ୍ଥିତ ରହି ବିଭିନ୍ନ ଯୋଗମୁଦ୍ରା ପ୍ରଦର୍ଶନ କରିଥିଲେ। ନାଚୁଣୀ ଗୋଦାବରୀଶ ସରକାରୀ ହାଇସ୍କୁଲ ରେ ପ୍ରଧାନ ଶିକ୍ଷକ ତ୍ରିନାଥ ହୋତାଙ୍କ ଅଧ୍ୟକ୍ଷତାରେ ତଥା ପ୍ରାକ୍ତନ ପ୍ରଧାନ ଶିକ୍ଷକ ବସନ୍ତ ଶବର ଓ କ୍ରୀଡ଼ା ଶିକ୍ଷକ ସୈ।ମ୍ୟକାନ୍ତ ସାହୁ ଙ୍କ ମିଳିତ ସ°ଯୋଜନାରେ ଆୟୋଜିତ ଯୋଗ ଦିବସ ପାଳନ ଅବସରରେ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ସାମିଲ ହୋଇ ଯୋଗ ଅଭ୍ୟାସ କରିଥିଲେ। ଏଥିରେ ଆମନ୍ତ୍ରିତ ଅତିଥି ଭାବେ, ପଞ୍ଚଶଖା ଶିକ୍ଷା ସେତୁ ସଭାପତି ବସନ୍ତ କୁମାର ସାହୁ, ଶିକ୍ଷା ପରିଚାଳନା କମିଟି ଅଧ୍ୟକ୍ଷ ପ୍ରଦୋଷ କୁମାର ଦାସ ଯୋଗ ଦେଇ ନିୟମିତ ଯୋଗ ଅଭ୍ୟାସ ଓ ସୁସ୍ଥ ରହିବାର କଳା ଶୀର୍ଷକ ପ୍ରସଙ୍ଗ ଉପରେ ବକ୍ତବ୍ୟ ରଖି ସମସ୍ତଙ୍କୁ ଉତ୍ସାହିତ କରିଥିଲେ। ସେହିପରି ଗମ୍ଭାରୀମୁଣ୍ଡା,ଆଙ୍କୁଲା, ବାଲୁଗାଁ, ବାଣପୁର ଓ ବଡ କୂଳ ଠାରେ ଯୋଗ ଦିବସ ଉତ୍ସାହର ସହ ପାଳିତ ହେବାର ଦେଖିବାକୁ ମିଳିଥିଲା ।

ଦିଲ୍ଲୀପ କୁମାର ଶତପଥୀ
ଚିଲିକା ପ୍ରତିନିଧି

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page