ଜ୍ୟୋତି କଳା ମନ୍ଦିର ସମ୍ମାନ – ୨୦୨୬

ଭୂବନେଶ୍ୱର,୧୮,୦୫:ଚାରିଟେବୁଲ୍ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ “ ଜ୍ୟୋତି କଳା ମନ୍ଦିର” (ମୁଖ୍ୟାଳୟ – କାଲିଫର୍ଣ୍ଣିଆ, ଆମେରିକା) ର ଓଡ଼ିଶା ଶାଖା, ଲିଙ୍ଗିପୁର, ଭୁବନେଶ୍ୱର ପକ୍ଷରୁ ଆୟୋଜିତ ବାର୍ଷିକ ଉତ୍ସବ “ଜ୍ୟୋତି କଳା ମନ୍ଦିର ସମ୍ମାନ – ୨୦୨୬” ଚଳିତ ମାସ ମଇ ୧୭ ତାରିଖରେ ଭଞ୍ଜ କଳା ମଣ୍ଡପରେ ଭବ୍ୟ ଭାବେ ଅନୁଷ୍ଠିତ ହୋଇଯାଇଛି। ସଙ୍ଗୀତ, ନୃତ୍ୟ ଓ ସଂସ୍କୃତିର ଏକ ଅପୂର୍ବ ସମନ୍ୱୟରେ ଭରିଥିବା ଏହି ସନ୍ଧ୍ୟା ଦର୍ଶକମାନଙ୍କ ହୃଦୟକୁ ମୁଗ୍ଧ କରିଥିଲା। ଉଦ୍‌ଘାଟନୀ ଉତ୍ସବରେ ଶ୍ରୀମତୀ ସୁଚିସ୍ମିତା ମନ୍ତ୍ରୀ (ଡେପୁଟି ଡାଇରେକ୍ଟର, OLLC, GKCM, ORC) ଏବଂ କାପୋକର ଅଧ୍ୟକ୍ଷ ଶ୍ରୀଯୁକ୍ତ ସଂଗ୍ରାମ କେଶରୀ ପାଇକରାୟ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ଗୁରୁ ସୁଶ୍ରୀ ମିନାକ୍ଷୀ ବେହେରା, ଗୁରୁ (ଡ଼.) ବିଜୟ କୁମାର ଜେନା ଓ ଗୁରୁ ଶ୍ରୀ ବିଭୂତି ଭୂଷଣ ବଳବନ୍ତରାୟଙ୍କୁ “ ଜ୍ୟୋତି କଳା ମନ୍ଦିର ସମ୍ମାନ – ୨୦୨୬ ”ରେ ସମ୍ମାନିତ କରାଯାଇଥିଲା।

ସନ୍ଧ୍ୟାର ପ୍ରଥମ ଅର୍ଘ୍ୟରେ ଗୁରୁ ଶ୍ରୀମତୀ ଜ୍ୟୋତି ରାଉତଙ୍କ ନିର୍ଦ୍ଦେଶନାରେ କୁନି କୁନି ଶିଳ୍ପୀମାନଙ୍କ ଦ୍ୱାରା ପରିବେଷିତ ଜଗନ୍ନାଥ ମଙ୍ଗଳାଚରଣ ଭକ୍ତିମୟ ପରିବେଶ ସୃଷ୍ଟି କରିଥିଲା। ପରେ ଜ୍ୟୋତି କଳା ମନ୍ଦିରର ସଙ୍ଗୀତ ବିଭାଗ ପକ୍ଷରୁ ପ୍ରଥମ ପ୍ରଯୋଜନା ଭାବେ ସଙ୍ଗୀତ କୋରସ୍ “ *ସର୍ବେଶାଂ ” ପରିବେଷଣ କରାଯାଇଥିଲା, ଯାହା ଦର୍ଶକମାନଙ୍କର ବହୁ ପ୍ରଶଂସା ସାଉଁଟିଥିଲା। ଗୁରୁ ଶ୍ରୀମତୀ ଜ୍ୟୋତି ରାଉତଙ୍କ ସଂରଚିତ “ ବେଣୁ ” ଉପସ୍ଥାପନା ହୃଦୟସ୍ପର୍ଶୀ ଥିଲା। କନିଷ୍ଠ ପରିବେଷଣ ଦଳ ଦ୍ୱାରା ପଲ୍ଲବୀ, “ମିତ ଚାହାଁ”, ସ୍ଥାୟୀ ନାଟୋ, “ ଅୟିଗିରି ନନ୍ଦିନୀ ”ଓ ସମ୍ବଲପୁରୀ ନୃତ୍ୟ ପରିବେଷିତ ହୋଇଥିଲା। ବରିଷ୍ଠ ବର୍ଗର ଶିଳ୍ପୀମାନଙ୍କ ଦ୍ୱାରା ପରିବେଷିତ “ ପଞ୍ଚଭୂତ ” ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ଥିଲା। ସମଗ୍ର ସନ୍ଧ୍ୟାଟି ଶୃଙ୍ଖଳା, ସୌନ୍ଦର୍ଯ୍ୟ ଓ ଉତ୍କୃଷ୍ଟତାର ଏକ ସୁନ୍ଦର ସମନ୍ୱୟ ଥିଲା। ଜ୍ୟୋତି କଳା ମନ୍ଦିର ପୁନର୍ବାର ପ୍ରମାଣ କରିଦେଇଛି ଯେ, ଗୁଣବତ୍ତା ଓ କଳାତ୍ମକତାରେ ସେ କେବେ ମଧ୍ୟ ପଛକୁ ହଟେନାହିଁ। ଦର୍ଶକମାନେ ଏହି ଅପୂର୍ବ ସାଂସ୍କୃତିକ ସନ୍ଧ୍ୟାକୁ ମନଭରି ଉପଭୋଗ କରିଥିଲେ।


ଜ୍ୟୋତି କଳା ମନ୍ଦିର ଅନୁଷ୍ଠାନ ର ବିଶେଷ ବ୍ୟକ୍ତିତ୍ୱ ମାନେ ହେଲେ , ଗୁରୁ ପ୍ରଫେସର ରାମହରି ଦାସ, ସଭାପତି, ଶ୍ରୀ ଗୁରୁ ଧନେଶ୍ୱର ସ୍ୱାଇଁ, ସଦସ୍ୟ ଏବଂ ଗୁରୁ ଶ୍ରୀ ସଚ୍ଚିଦାନନ୍ଦ ଦାସ, ସଦସ୍ୟ ଅଟନ୍ତି ଏବଂ ଏହି ବିଶିଷ୍ଟ ଓଡିଶୀ ଗୁରୁମାନଙ୍କ ସହଯୋଗ ଏବଂ ଅବଦାନ ସର୍ବଦା ଏହି ଅନୁଷ୍ଠାନ ପ୍ରତି ରହିଅଛି । ଅନୁଷ୍ଠାନ ର ପ୍ରତିଷ୍ଠାତ୍ରୀ ତଥା ନିର୍ଦେଶିକା ଗୁରୁ ଜ୍ୟୋତି ରାଉତ ଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ସମ୍ପାଦନା ହୋଇଥିଲା .ଗୁରୁ ଜ୍ୟୋତି ରାଉତ, ସୁଦୂର ଆମେରିକା ରେ ଅବସ୍ଥାପିତ ହେଲେ ମଧ୍ୟ, ଓଡିଶୀ ନୃତ୍ୟ ଏବଂ ଜ୍ୟୋତି କଳା ମନ୍ଦିର, ଓଡିଶା ଶାଖା ର ସର୍ବାଙ୍ଗ ଉନ୍ନତି ପାଇଁ ସଦା ଚେଷ୍ଟିତ.ଇଂ ଶ୍ରୀନିବାସ ଘଟୁଆରୀ (ମିଲନ), ମଞ୍ଚ ପରିଚାଳନା କରିଥିଲେ।

                                  ଜ୍ୟୋତି କଳା ମନ୍ଦିର

ପ୍ରିୟବ୍ରତ ବାରିକ ଙ୍କ ରିପୋର୍ଟ (ଉତ୍କଳ ବୁଲେଟିନ୍‌)

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page