ଚିଲିକା, ୭। ୮(ସ.ମି.ସ) ନାଚୁଣୀ ମହାବିଦ୍ୟାଳୟର ୪୬ ତମ ପ୍ରତିଷ୍ଠା ଉତ୍ସବ ମହାବିଦ୍ୟାଳୟ ପରିସରରେ ପାଳିତ ହୋଇ ଯାଇଅଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ସୁନୀଲ କୁମାର ପଟ୍ଟନାୟକଙ୍କ ପୈ।ରୋହିତ୍ୟରେ ଅନୁଷ୍ଠିତ ପ୍ରତିଷ୍ଠା ଉତ୍ସବ ସଭାରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ପ୍ରତିଷ୍ଠାତା ତଥା ଚିଲିକାର ପୂର୍ବତନ ବିଧାୟକ ଡାକ୍ତର ବିଭୂତି ଭୂଷଣ ହରିଚନ୍ଦନ, ମୁଖ୍ୟ ବକ୍ତା ଭାବେ ପରିଚାଳନା କମିଟିର ସଭାପତି ତଥା ଖୋର୍ଦ୍ଧା ଉପଜିଲ୍ଲାପାଳ ସଙ୍କଳ୍ପ ସ୍ଵସ୍ତିକ ସାହୁ, ସମ୍ମାନିତ ଅତିଥି ଭାବେ ନାଚୁଣୀ ଗୋଦାବରୀଶ ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରାକ୍ତନ ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର ସାମନ୍ତସିଂହାର, ଚିଲିକା ବ୍ଲକର ଅଧ୍ୟକ୍ଷା ଶ୍ରୀମତୀ ଜ୍ୟୋତ୍ସ୍ନା ବେହେରା ପ୍ରମୁଖ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଅଧ୍ୟୟନ ଶୀଳ ହେବା ସହ ଆଗାମୀ ଭବିଷ୍ୟତରେ ବଳିଷ୍ଠ ବ୍ୟକ୍ତିତ୍ବ ସମ୍ପନ୍ନ ନାଗରିକ ହେବା ଉପରେ ଉଦ୍ ଵୋଧନ ଦେଇଥିଲେ।

ପ୍ରାରମ୍ଭରେ ଅତିଥି ମାନଙ୍କ ଦ୍ଵାରା ଶ୍ରୀ ଜଗନ୍ନାଥଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ ଓ ପ୍ରଦୀପ ପ୍ରଜ୍ଜ୍ୱଳନ ପରେ ଅଜିତ୍ ମିଶ୍ରଙ୍କ ନିର୍ଦ୍ଦେଶନାରେ ମହାବିଦ୍ୟାଳୟର ଛାତ୍ରୀ ମାନଙ୍କ ଦ୍ଵାରା ବନ୍ଦେ ଉତ୍କଳଜନନୀ ସଙ୍ଗୀତ ଗାନ କରାଯାଇଥିଲା। ଅଧ୍ୟାପିକା ଲୀନା ନଦିଜା ମଞ୍ଚ ସନ୍ ଯୋଜନା କରିଥିଲେ। ଏହି ଉତ୍ସବରେ ମହାବିଦ୍ୟାଳୟ ଅବସର ପ୍ରାପ୍ତ ଅଧାପକ ଓ ଅଣଶିକ୍ଷକ କର୍ମଚାରୀ ଯଥା -ଡଃ ରାଜକିଶୋର ସାହୁ , ଅଧ୍ୟାପିକା କଲ୍ୟାଣୀ ମହାନ୍ତି, ଅଧ୍ୟାପିକା ସଙ୍ଘମିତ୍ରା ପଟ୍ଟନାୟକ, ଡଃ କବିତା ଦେଵୀ, ଅଧ୍ୟାପକ ପ୍ରକୃତି ରଞ୍ଜନ ମିଶ୍ର, ଡେମୋନ୍ଷ୍ଟେଟର ବସନ୍ତ କୁମାର ପ୍ରଧାନ, ରଜନୀ କାନ୍ତ ପ୍ରଧାନ, ସଙ୍ଗ୍ରାମ କେଶରୀ ହରିଚନ୍ଦନ, ପି.ଇଟି ପ୍ରଦୀପ କୁମାର ସାମନ୍ତସିଂହାର, ମୁଖ୍ୟ କିରାଣୀ ପୀତାମ୍ବର ଶତପଥୀ, ଦେବେନ୍ଦ୍ରନାଥ ମହାରଥୀ, ଦପ୍ତରୀ ରମେଶଚନ୍ଦ୍ର ଦାଶ ଓ ରାମଚନ୍ଦ୍ର ବାରିକ ପ୍ରମୁଖଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା। ଉକ୍ତ ସଭାକୁ ଅଧ୍ୟାପିକା ଲୀନା ନଦୀଜା ସଂଯୋଜନା କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ଅଧ୍ୟାପିକା ସି.ମଞ୍ଜୁଲତା ଏହି ଉତ୍ସବ ରେ ମହାବିଦ୍ୟାଳୟ ର ସମସ୍ତ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀମାନେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।

ଦିଲ୍ଲୀପ କୁମାର ଶତପଥୀ
ଚିଲିକା ପ୍ରତିନିଧି