ବାଲିଅନ୍ତା,୨୩|୮( ଗୋବର୍ଦ୍ଧନ ଦାସ):ବାଳକାଟି ସ୍ଥିତ ନିର୍ମାଣ ଶିକ୍ଷା ଅନୁଷ୍ଠାନ ଓ ‘ଅରଟେକ୍ ଆଇ.ଟି.ଆଇ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ, ଶୃଙ୍ଖଳା ଏବଂ ସର୍ବାଙ୍ଗୀନ ବିକାଶ ନିମନ୍ତେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅନୁଷ୍ଠାନର ଅଧ୍ୟକ୍ଷ ସିଦ୍ଧେଶ୍ଵର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିକ୍ଷକ, ଅଭିଭାବକ ଏବଂ ଛାତ୍ରଛାତ୍ରୀ ମାନେ ଅନୁଷ୍ଠାନକୁ ଅଧିକ ଶୃଙ୍ଖଳିତ ଏବଂ ପ୍ରତିଯୋଗିତାମୂଳକ କରିବା ପାଇଁ ସୁଚିନ୍ତିତ ନିୟମାବଳୀ ପ୍ରଣୟନ କରାଯାଇଛି। ଯାହାକୁ ଶିକ୍ଷାପ୍ରେମୀ ଓ ବୁଦ୍ଧିଜୀବୀ ମହଲରେ ସ୍ୱାଗତ କରାଯାଇଛି। ବିଶେଷ କରି ଏଠାରେ ଛାତ୍ରଛାତ୍ରୀମାନେ ନିର୍ଦ୍ଧାରିତ ଫି’ ପ୍ରଦାନ କରି ଆଇ.ଟି.ଆଇ ପାଠ୍ୟକ୍ରମ ସହିତ ମାତ୍ର ଗୋଟିଏ ବର୍ଷ ମଧ୍ୟରେ +୨ ( କଳା ବା ବାଣିଜ୍ୟ) ଉତ୍ତୀର୍ଣ୍ଣ ହେବାର ସୁବିଧା ପାଇପାରିବେ। ଏହି ସମନ୍ୱିତ ବ୍ୟବସ୍ଥା ଦ୍ୱାରା ପିଲାମାନେ ସମାନ ସମୟ ମଧ୍ୟରେ ଉଭୟ ବୈଷୟିକ ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷା ହାସଲ କରି ସ୍ୱାବଲମ୍ବୀ ହେବାର ଅନନ୍ୟ ସୁଯୋଗ ପାଉଛନ୍ତି ।

ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଶୃଙ୍ଖଳା, ସମୟାନୁବର୍ତ୍ତିତା ଏବଂ ସଠିକ୍ ମାର୍ଗଦର୍ଶନ ରହିଲେ ହିଁ ପିଲାମାନଙ୍କର ପ୍ରକୃତ ବ୍ୟକ୍ତିତ୍ୱ ବିକାଶ ସମ୍ଭବ ହୋଇପାରିବ। ଅନୁଷ୍ଠାନ ପକ୍ଷରୁ ଏହି ସକାରାତ୍ମକ ପ୍ରୟାସ ପିଲାମାନଙ୍କୁ ଭବିଷ୍ୟତରେ ଜଣେ ଦାୟିତ୍ୱସମ୍ପନ୍ନ, କୁଶଳୀ ଏବଂ ସଫଳ ବୃତ୍ତିଗତ ଭାବେ ଗଢ଼ିତୋଳିବାରେ ନିଶ୍ଚିତ ଭାବେ ସହାୟକ ହେବ ବୋଲି ଉପସ୍ଥିତ ସମସ୍ତ ଅଧ୍ୟାପକ ଓ ଅଭିଭାବକ ମାନେ ମତପ୍ରକାଶ କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ମନୋଜ ବରାଳ, ସଞ୍ଜୟ ସାହୁ, ଆୟୁଷମତି ବେହେରା, ସସ୍ମିତା ରଥ, ପ୍ରଶାନ୍ତି ଦାଶ, ନିହାର ନାୟକ, ବାସୁଦେବ ଆଚାର୍ଯ୍ୟ ଏବଂ ନିତ୍ୟରଞ୍ଜନ ପାଢ଼ୀ ଉପସ୍ଥିତ ଥିଲେ