ଚିଲିକା,୧୬ I୮:ଖୋର୍ଦ୍ଧା ଜିଲ୍ଲା ବାଣପୁର ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଠାରେ ୮୦ତମ ସ୍ଵାଧୀନତା ଦିବସ ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳିତ ହୋଇଯାଇଅଛି । ଛାତ୍ରଛାତ୍ରୀମାନେ ପ୍ରଭାତ ଫେରି କରିବା ପରେ ଜାତୀୟ ପତକା ଉତ୍ତୋଳନ ହୋଇଥିଲା । ମୁଖ୍ୟ ଅତିଥି ଭାବେ ସମାଜସେବୀ ତଥା ବାଣପୁର ବିଜେପି ଯୁବ ସଙ୍ଗଠକ ଶ୍ରୀ ଦେବୀ ପ୍ରସାଦ ମିଶ୍ର ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ଛାତ୍ର ଛାତ୍ରୀ ମାନଙ୍କ ଠାରୁ ଅଭିବାଦନ ଗ୍ରହଣ କରିଥିଲେ ।

ଏହି ଅବସରରେ ମୁଖ୍ୟ ଅତିଥି ଦେବୀ ପ୍ରସାଦ ମିଶ୍ର ସ୍ଵାଧୀନତା ଦିବସର ତାତ୍ପର୍ଯ୍ୟ ବିଷୟରେ କହିବା ସହ ଆମ ପୂର୍ବପୁରୁଷ ମାନେ କିପରି ତ୍ୟାଗ ସ୍ଵୀକାର କରି ଏ ଦେଶକୁ ସ୍ଵାଧୀନ କରିଥିଲେ ତାହା ଉପରେ ଆଲୋକ ପାତ କରିଥିଲେ ଓ ଆଗାମୀ ଦିନରେ ତୁମେମାନେ ଦେଶ ମାତୃକାର ସେବା କରି ଏଦେଶକୁ ମହିମା ମଣ୍ଡିତ କରିବ ବୋଲି ଆହ୍ବାନ ଦେଇଥିଲେ । ଉକ୍ତ ପତାକା ଉତ୍ତୋଳନରେ ଶିକ୍ଷା କେନ୍ଦ୍ରର ଅଧ୍ୟକ୍ଷ ସଂଜୟ କୁମାର ଦାସଙ୍କ ସମେତ ସମସ୍ତ ଅପାଭାଇ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।ଏହାପରେ ଯୁବ ସମାଜସେବୀ ତଥା ବିଜେ.ପି ଯୁବ ସଂଗଠକ ବାଣପୁରସ୍ଥିତ ଘଣ୍ଟଶିଳା ପର୍ବତ ନିକଟବର୍ତ୍ତୀ ଲଡ଼ୁ କେଶୋର ବୃଦ୍ଧାଶ୍ରମରେ ଥିବା ବୟୋଜ୍ୟେଷ୍ଠମାନଙ୍କୁ ଫଳ ଓ ଶୁଖିଲା ଖାଦ୍ୟ ବଣ୍ଟନ କରିବା ସହ ସେମାନଙ୍କ ସହ କିଛି ସମୟ ବିତାଇଥିଲେ।

ଦିଲ୍ଲୀପ କୁମାର ଶତପଥୀ
ଚିଲିକା ପ୍ରତିନିଧି