ଅର୍ଦ୍ଧ ମତ୍ସ୍ୟେନ୍ଦ୍ରାସନ (ଅଧା ମେରୁଦଣ୍ଡ ମୋଡ଼ିହେବା ଭଙ୍ଗୀ) ଦେହ ସାମନାରେ ଗୋଡ଼ ଲମ୍ବାଇ ବସିବା । ଡ଼ାହାଣ ଗୋଡ଼କୁ ବଙ୍କାକରି ଡ଼ାହାଣ ପାଦ ସିଧା କରି ଭୂଇଁରେ ବାମ ଆଣ୍ଠୁ ବାହାରେ ରଖିବା। ପାଦ ଆଙ୍ଗୁଳି ଆଗକୁ ମୁହଁ କରିବ । ବାମ ଗାେଡ଼କୁ ମାେଡ ଏବଂ ପାଦକୁ ଡାହାଣ ନିତମ୍ବ ଆଡ଼କୁ ବୁଲାଇ କରି ରଖି । ବାମ ହାତକୁ ଛାତି ଓ ଡାହାଣ ଆଣ୍ଠୁ ବାଟ ଦେଇ ଡ଼ାହାଣ ଗୋଡ଼ ବାହାରେ ରଖିବା । ଡାହାଣ ପାଦ ବା ବଳାଗଣ୍ଡକୁ ବାମ ହାତରେ ଧରି, ଯେମିତି ଡ଼ାହାଣ ଆଣ୍ଠୁ ବାମ କାଖ ପାଖରେ ରହିବ | ଯେତେ ପାର ସିଧା ହୋଇବସିବା |ଡ଼ାହାଣ ହାତକୁ ଦେହ ସାମନାରେ ଉଠାଇବୀ ଏବଂ ଆଙ୍ଗୁଳି ଟିପକୁ ଦେଖି ଧୀରେଧିରେ ଡ଼ାହାଣକୁ ମୋଡ଼ି ତା’ସହ ହାତ, ଦେହ ଓ ମୁଣ୍ଡ ମଧ୍ୟ ମୋଡ଼ି ହୋ । ବାମ ହାତକୁ ଡ଼ାହାଣ ଗୋଡ଼ ସହିତ ଦଣ୍ଡ ପରି ଧରି ଦେହକୁ ଯେତେ ପାରିବା ମୋଡ଼ି ପିଠି ମାଂସପେଶୀ ଯେପରି ବ୍ୟବହାର ନ’ହୁଏ ଡ଼ାହାଣ ହାତ ଆଙ୍ଗୁଳି ଟିପର ଗତିକୁ ଲକ୍ଷ୍ୟ ରଖି, ଡ଼ାହାଣ କାନ୍ଧ ଉପର ଦେଇ ଦୃଷ୍ଟିଦେବା। ଯେପରି ପିଠିକୁ କଷ୍ଟ ଦିଆଯିବ ନାହିଁ । ଡ଼ାହାଣ କହୁଣୀ ବଙ୍କା କରି ପିଠି ଆଡ଼େ ଘୂରାଇ ହାତକୁ ଅଣ୍ଟା ପଛେ ରଖି । ଡ଼ାହାଣ ହାତ ପଛ ଅଣ୍ଟାର ବାମ ପଟକୁ ଗୁଡ଼ାଇ ରହିବ ।ବିକଳ୍ପରେ, ଏହାକୁ ଦୁଇ କାନ୍ଧ ଫଳକ ମଝିରେ ଯେତେପାର ଉପରକୁ ରଖିବା । ଆଙ୍ଗୁଳି ଉପରକୁ ରହିବ । ହାତର ଏହି ସ୍ଥିତି ମେରୁଦଣ୍ଡକୁ ସିଧା ରହିବାରେ ସାହାଯ୍ୟ କରେ । ଓଲଟା ଗତିରେ ଏହି ସ୍ଥିତିରୁ ବାହାରି ଆସି ବିପରୀତ ଦିଗରେ ଅଭ୍ୟାସର ପୁନରାବୃଭି କରି ।ସାମନାକୁ ମୁହଁ କରିବା ବେଳେ ନିଶ୍ବାସ ନିଅନ୍ତୁ । ଦେହ ମୋଡ଼ିଲା ବେଳେ ନିଶ୍ବାସ ଛାଡ଼ିବା। ଶେଷ ସ୍ଥିତିରେ ବିନା କଷ୍ଟରେ ଧୀର ଗଭୀର ନିଶ୍ବାସ ନିଅନ୍ତୁ | ପ୍ରାରମ୍ଭିକ ସ୍ଥିତିକୁ ଆସିଲେ ନିଶ୍ବାସ ନିଅନ୍ତୁ। ପ୍ରତ୍ୟେକ କଡ଼ରେ ଥରେ କରି ଅଭ୍ୟାସ କରିବା । ଧରି ରଖିବା ସମୟକୁ ଧୀରେ ୧ ରୁ ୨ ମିନିଟକୁ ଦେହର ପ୍ରତ୍ୟେକ କଡ଼େ ବଢ଼ାଅ କିମ୍ବା ୩୦ ଥର ନିଶ୍ବାସ ନେବା ପର୍ଯ୍ୟନ୍ତ ଗଣିବା।
ସଜାଗତା : – ଦୈହିକ; ମେରୁଦଣ୍ଡ ସିଧା ରଖିବାରେ ଏବଂ ଶେଷ ସ୍ଥିତିରେ ନିଶ୍ବାସ ଦ୍ଵାରା ହେଉଥିବା ପେଟର ଗତିରେ ଲକ୍ଷ୍ୟ ରହିବ ।
ଆଧ୍ୟାତ୍ମିକ: ଆଜ୍ଞା ଚକ୍ରରେ ଲକ୍ଷ୍ୟ ।
ଅଭ୍ୟାସ କ୍ରମ: – ଆଗକୁ ବା ପଛକୁ ବାଙ୍କିବା ଆସନ ସମୂହ ସରିବା ପରେ ଏହି ଆସନ କରିବ |
ବିପରୀତ ସୂଚନା:– ୨ ବା ୩ ମାସରୁ ବେଶୀ ଗର୍ଭବତୀ ମହିଳା ଏହି ଅଭ୍ୟାସ ଛାଡ଼ିଦେବା ଉଚିତ । ପେପ୍ଟିକ୍ ଅଲ୍ସର, ହାରନିଆ ବା ହାଇପର ଥାଇରଏଡିଜିମ୍ ଥିଲେ ବିଶେଷଜ୍ଞଙ୍କ ପରାମର୍ଶରେ ଏହି ଅଭ୍ୟାସ କରିବ । ସାଇଟିକା ବା ସ୍କ୍ରିପ୍ଡ଼ ଡିସ୍କ ଭୋଗୁଥିବା ବ୍ୟକ୍ତି ଏହି ଆସନରୁ ଉପକାର ପାଇବେ,ତଥାପି ଅଭ୍ୟାସ କଲାବେଳେ ଯଥେଷ୍ଟ ଯବାନ ରହିବା
ଉପକାର:– ଏହି ଆସନ ଦ୍ଵାରା ଏକ ସମୟରେ ଦେହ ପଛର ଗୋଟିଏ ପାଖ ଏବଂ ପେଟ ମାଂସପେଶୀ ପ୍ରସାରିତ ହେବା ସହିତ ଅନ୍ୟ ପାଖ ମାଂସପେଶୀ ସଂକୁଚିତ ହୁଏ । ମେରୁଦଣ୍ଡୀୟ ସ୍ନାୟୁ କାର୍ଯ୍ୟକ୍ଷମ ହୁଏ, ପିଠି ମାଂସପେଶୀ ନମନୀୟ ହୁଏ, ଅଣ୍ଟାଧରା ଓ ମାଂସପେଶୀର ଅତିରିକ୍ତ ସଂକୋଚନ ଉପଶମ ହୁଏ ଏବଂ ପାଖାପାଖୁ ଥିବା କଶେରୁକର ଅସ୍ଥି ଅପବୃଦ୍ଧି ହେବାର ପ୍ରବୃତ୍ତି କମାଇଦିଏ । ଯତ୍ନସହିତ ଅଭ୍ୟାସ କଲେ ସାମାନ୍ୟ ସ୍କ୍ରିପଡ଼ ଡ଼ିସ୍କର ମଧ୍ୟ ଉପକାର ହୁଏ । ଉଦରୀୟ ଅଙ୍ଗ ଗୁଡ଼ିକୁ ମତ୍ସ୍ୟନ୍ଦ୍ରାସନ ମାଲିସ କରିଦିଏ ଏବଂ ପାଚନ ଅବ୍ୟବସ୍ଥାକୁ କମାଇଦିଏ । ଆଡ୍ମିନାଲିନ୍ ଓ ପିତ୍ତ କ୍ଷରଣ ନିୟନ୍ତ୍ରିତ ହୁଏ ଏବଂ ମଧୁମେହର ଯୌଗିକ ଚିକିତ୍ସା ପାଇଁ ପରାମର୍ଶ ଦିଆଯାଏ । ବିନା ଅସୁବିଧାରେ ଏହି ଆସନ କରି ପାରୁଥିଲେ ସାଇନୋସାଇଟିସ୍, ପରାଗ ଜ୍ଵର, ବ୍ରୋଙ୍କାଇଟିସ୍, କୋଷ୍ଠବଦ୍ଧ, କୋଲାଇଟିସ୍, ଋତୁସ୍ରାବ ସମସ୍ୟା, ମୂତ୍ରାଶୟ ମାର୍ଗ ସମସ୍ୟା ଏବଂ ସର୍ଭିକାଲ ସୃଣ୍ଡିଲାଇଟିସ୍ ପ୍ରଭୃତି ରୋଗରେ ବିଶେଷଜ୍ଞଙ୍କ ତତ୍ତ୍ଵାବଧାନରେ ଏହାକୁ ଯୋଗ ଚିକିତ୍ସାରେ ବ୍ୟବହାର କରାଯାଏ ।
ଅଧିକ ବିବରଣୀ ପାଇଁ ଯୋଗାଯୋଗ କରନ୍ତୁ ଚରକ ଇଷ୍ଟିଚ୍ଯୁଟ୍ଅଫ ଯୋଗ , Mob: ୮୦୧୮୦୩୩୮୮୦
Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp
Social Share On:
Related News
ବାଗ୍ମୀ ପ୍ରଦୁ୍ୟମ୍ନ ପ୍ରଣାମ ଉତ୍ସବ-୨୦୨୫ ଅନୁଷ୍ଠିତ
ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ତଥା ବିଚ୍ଛିନ୍ନାଞ୍ଚଳ ଓଡ଼ିଆଙ୍କ ପାଇଁ ଦୀର୍ଘ ୪୩ ବର୍ଷ ଧରି କାର୍ଯ୍ୟ କରୁଥିବା ବାଗ୍ମୀ ପ୍ରଦୁ୍ୟମ୍ନ ଶତପଥୀଙ୍କ ସ୍ୱନକ୍ଷତ୍ର ଅବସରରେ ପୂଜ୍ୟ ପୂଜା ଟ୍ରଷ୍ଟର ଅଧ୍ୟକ୍ଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ଗୁରୁବାର ସନ୍ଧ୍ୟାରେ
“ପ୍ରଦ୍ୟୁମ୍ନ ପ୍ରତିଭା” ଉନ୍ମୋଚନ ସହିତ ସଶକ୍ତ ଓଡିଶା ପକ୍ଷରୁ ସାରସ୍ୱତ ଆଲୋଚନାଚକ୍ର ଅନୁଷ୍ଠିତ
ଭୁବନେଶ୍ୱର: ସାମାଜିକ ଅନୁଷ୍ଠାନ "ସଶକ୍ତ ଓଡିଶା "ପକ୍ଷରୁ ବରିଷ୍ଠ ସାମ୍ବାଦିକ, ପୁଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ଅଧ୍ୟକ୍ଷ, ବାଗ୍ନୀ ପ୍ରଦ୍ୟୁମ୍ନ ଶତପଥୀଙ୍କ ଶୁଭ ଜନ୍ମଦିବସ ପୂର୍ବଦିବସରେ ଅନୁଷ୍ଠାନର ଆବାହକ ବିଜୟ କୁମାର ପ୍ରଧାନଙ୍କ ପୌରହିତ୍ୟରେ ପ୍ରଦ୍ୟୁମ୍ନ ପ୍ରତିଭା ପୁସ୍ତକ ଉନ୍ମୋଚନ ସହିତ,
ନାଚୁଣୀ କଲେଜରେ ସାଇବର ସଚେତନତା କାର୍ଯ୍ୟକ୍ରମ
ଚିଲିକା: ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ତରଫରୁ ନାଚୁଣୀ ମହାବିଦ୍ୟାଳୟ ଠାରେ ଏକ ସାଇବର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏହି ଉପଲକ୍ଷେ ନାଚୁଣୀ. ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କଲେଜର ଅଧ୍ୟକ୍ଷ ଡକ୍ଟର ସୁନୀଲ କୁମାର ପଟ୍ଟନାୟକ ସଭାପତିତ୍ୱ
ଐତିହାସିକ, ଗବେଷକ ଡ. ପ୍ରଫୁଲ ଚନ୍ଦ୍ର ତ୍ରିପାଠୀଙ୍କ“କଥା ବୀଥିକା” ଲୋକାର୍ପିତ
ଭୁବନେଶ୍ୱର: ବିଶିଷ୍ଟ ଐତିହାସିକ, ଗବେଷକ, ଓଡ଼ିଆ ଭାଷା ସାହିତ୍ୟ ର ଅତୁଳନୀୟ ପୁଜ୍ୟପୂଜା ପ୍ରାଣ ପ୍ରଫୁଲ ଚନ୍ଦ୍ର ତି୍ରପାଠୀଙ୍କ ୮୫ତମ ଶୁଭ ଜନ୍ମଦିବସ ଅବସରରେ, ବରିଷ୍ଠ ସାମ୍ବାଦିକ, ପୁଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ, ଓଡ଼ିଶା ନାଗରିକ ମହାମଂଚର ଅଧ୍ୟକ୍ଷ ପ୍ରଦୁ୍ୟମ୍ନ ଶତପଥୀଙ୍କ
କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କର ପରଲୋକ
ଭୁବନେଶ୍ୱର: ଆଉ ନାହାନ୍ତି ହୁ୍ୟମାନ ସାଗର । ଓଡ଼ିଶାର ସୁନାମଧନ୍ୟ ଓ ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କର ୩୪ ବର୍ଷ ବୟସରେ ଏମ୍ସ ଭୁବନେଶ୍ୱରରେ ପରଲୋକ ହୋଇଯାଇଛି। ଭୁବନେଶ୍ୱର ଏମ୍ସ (ଇଓଓଗଝ) ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ଘଟିଛି। ଓଡ଼ିଆ
ନାଚୁଣୀର ବରିଷ୍ଠ ନାଗରିକ ସଂଘ ତରଫରୁ ନେହେରୁ ଜୟନ୍ତୀ ପାଳିତ
ଚିଲିକା: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ନାଗୁଣୀ ସ୍ଥ ବରିଷ୍ଠ ନାଗରିକ ସଂଘ ତରଫରୁ ନେହେରୁ ଜୟନ୍ତୀ ତଥା "ଶିଶୁ" ଦିବସ ୧୬ନମ୍ବର ଜାତୀୟ ରାଜପଥ ପାର୍ଶ୍ଵସ୍ଥ ଜଗତି ପାହାଡର ପାଦଦେଶରେ ଅବସ୍ଥିତ ଶ୍ରୀରାମ ମନ୍ଦିର ଠାରେ ପାଳିତ ହୋଇଯାଇଅଛି।
ବାବା ପ୍ରତାପେଶ୍ୱର ଦେବ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟନୀ ଉତ୍ସବ
ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ହରିପୁର ଗ୍ରାମସ୍ଥ ଲକ୍ଷ୍ମୀଧର ସରକାରୀ ଉଚ୍ଚ ବିଦ୍ୟାଳୟର ଖେଳପଡିଆ ପରିସରରେ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି | ବାବା ପ୍ରତାପେଶ୍ୱର ଦେବ ଫୁଟବଲ ଆସୋସିଏସନ ଆନୁକୂଲ୍ୟରେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟରେ
ସାମାଜିକ ଅନୁଷ୍ଠାନ ଓ ୱେବ ଗଣମାଧ୍ୟମ “ଉତ୍କଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟର ପଞ୍ଚମ ସ୍ଵନକ୍ଷତ୍ର ଅନୁଷ୍ଠିତ
10 ସାରସ୍ୱତ ପ୍ରତିଭାଧାରୀ ହେଲେ ସମ୍ବର୍ଦ୍ଧିତଭୁବନେଶ୍ୱର: ୱେବ ଗଣମାଧ୍ୟମ ଓ ସାମାଜିକ ଅନୁଷ୍ଠାନ "ଉତ୍କଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟର ପଞ୍ଚମ ସ୍ଵନକ୍ଷତ୍ର ସ୍ଥାନୀୟ ୟୁନିଟ-9 ସ୍ଥିତ ବୁଦ୍ଧମନ୍ଦିର ପରିସରରେ ସାମ୍ବାଦିକା ରୀନା ମହାନ୍ତିଙ୍କ ସଂଯୋଜନା ଓ ସଂସ୍କୃତି ପୁରୁଷ, ପୁଜ୍ୟପୂଜା ପ୍ରାଣ
ଡ. ସୁନୀଲ କୁମାର ପଟ୍ଟନାୟକ ନାଚୁଣୀ କଲେଜର ନୂତନ ଅଧ୍ୟକ୍ଷ
ଚିଲିକା : ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶାନୁଯାୟୀ ନାଚୁଣୀ କଲେଜର ନୂତନ ଅଧ୍ୟକ୍ଷ ଭାବେ ଡକ୍ଟର ସୁନୀଲ କୁମାର ପଟ୍ଟନାୟକ ଯୋଗ ଦେଇଛନ୍ତି।ସେ କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷା ସଂଘମିତ୍ରା ପଟ୍ଟନାୟକଙ୍କ ଠାରୁ ଦାୟୀତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ସେ ଗଞ୍ଜାମ ଜିଲ୍ଲା
ବୈଦ୍ୟ ମାଧବ ଚନ୍ଦ୍ର ନନ୍ଦଙ୍କର ୩୭ ତମ ଶ୍ରାଦ୍ଧ ବାର୍ଷିକୀ ଓ ମେଧାବୀ ସମ୍ବର୍ଦ୍ଧନା
ଚିଲିକା: ଚିଲିକା ବ୍ଲକର ଗଙ୍ଗାଧର ପୁର ଶାସନ ସ୍ଥିତ ଶ୍ରୀ ଶ୍ରୀ ବାଲୁଙ୍କେଶ୍ବର ମହାଦେବଙ୍କ ମନ୍ଦିର ପରିସର ମାଁ ଜୟଦୁର୍ଗା ମଣ୍ଡପରେ ଅଞ୍ଚଳର ସୁନାମଧନ୍ୟ ସମାଜ ସେବୀ ବୈଦ୍ୟ ମାଧବ ଚନ୍ଦ୍ର ନନ୍ଦଙ୍କର ୩୭ ତମ ଶ୍ରାଦ୍ଧ ବାର୍ଷିକୀ ଓ ମେଧାବୀ
ବିଶିଷ୍ଟ ଶିକ୍ଷାବିତ୍ ବି.ରଙ୍ଗନାଥନ୍ ଙ୍କ ଜୟନ୍ତୀ ପାଳିତ
ଚିଲିକା: ଓଡ଼ିଶାର ବିଶିଷ୍ଟ ଶିକ୍ଷାବିତ୍, ଇଂରାଜୀ ଭାଷାତତ୍ତ୍ଵବିତ୍ ତଥା ଭିଷ୍ମଗିରୀ ଓ ନାଚୁଣୀ କଲେଜର ପ୍ରାକ୍ତନ ଅଧ୍ୟକ୍ଷ ବି.ରଙ୍ଗନାଥନଙ୍କ ୧୧୮ତମ ଜୟନ୍ତୀ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ନାଚୁଣୀ ଠାରେ ଚିଲିକା ପୂଜ୍ୟପୂଜା ସଂସଦ ଆନୁକୂଲ୍ୟରେ ବିଶ୍ୱକର୍ମ। ଆଞ୍ଚଳିକ ସଂଘ
ପ୍ରାକୃତିକ ଚିକିତ୍ସା ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ
ବେଗୁନିଆ,୯/୧୧: ବେଗୁନିଆ ବ୍ଲକ ବଡବେରଣା ପଞ୍ଚାୟତ ଅନ୍ତର୍ଗତ କୋଲୁହାପାଟଣା ଗ୍ରାମର ଶୁଭଶ୍ରୀ କ୍ଲବ୍ ପରିସରରେ ପ୍ରାକୃତିକ ଚିକିତ୍ସା ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏଥିରେ ଡ଼ାକ୍ତର ଦୀପକ କୁମାର କୁଅଁର,ଆହାର ବିଶେଷଜ୍ଞ ବସନ୍ତ କୁମାର ପ୍ରଧାନ, ପ୍ରାକୃତିକ ବିଶେଷଜ୍ଞ
ଯଶସ୍ୱୀ ଆଦର୍ଶ ଶିକ୍ଷକଙ୍କ ସ୍ମରଣେ
ଶିକ୍ଷା କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କୁ ଆତ୍ମନିର୍ଭରଶୀଳ କରିବା ଜଣେ ଶିକ୍ଷକ ପାଇଁ ସବୁବେଳେ ଆହ୍ୱାନ ଥାଏ | ଛାତ୍ରର ଅନ୍ତର୍ନିହିତ ଗୁଣକୁ ଚିହ୍ନି ତାକୁ ସଠିକ ମାର୍ଗରେ ବାଟ କଢ଼େଇନେବାହିଁ ଜଣେ ଆଦର୍ଶ ଶିକ୍ଷକର କର୍ତ୍ତବ୍ୟ ହେବା ନିତାନ୍ତ ଆବଶ୍ୟକ ବୋଲି ଶିକ୍ଷକ
ସାମାଜିକ ଅନୁଷ୍ଠାନ ଉତ୍କଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟ୍ ପକ୍ଷରୁ ବୁଦ୍ଧେଶ୍ୱର ମନ୍ଦିର ପ୍ରାଙ୍ଗଣ ସଫେଇ
ଭୁବନ: ପବିତ୍ର କାର୍ତ୍ତିକ ମାସରେ ସାମାଜିକ ଅନୁଷ୍ଠାନ ଉତ୍କଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ଢ଼େଙ୍କାନାଳ ଜିଲ୍ଲା ଭୁବନ ବ୍ଲକରେ ପ୍ରଭୁ ଶ୍ରୀ ଶ୍ରୀ ବୁଦ୍ଧେଶ୍ୱର ମହାଦେବଙ୍କ ମନ୍ଦିର ପ୍ରାଙ୍ଗଣ ଓ ଚତୁଃପାଶ୍ୱର୍ ସଫେଇ କାର୍ଯ୍ୟକ୍ରମ କରାଯାଇଥିବା ଦେଖିବାକୁ ମିଳିଛି। ରବିବାର
ଦୟାନଦୀ ବୋଇତ ବନ୍ଦାଣ ଉତ୍ସବ ପ୍ରସ୍ତୁତି ବୈଠକ
ବାଲିଅନ୍ତା: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପବିତ୍ର କାର୍ତ୍ତିକ ପୁର୍ଣ୍ଣୀମା ଅବସରରେ କଳିଙ୍ଗ ସଂସ୍କୃତି ଓ ଐତିହ୍ୟ ସୁରକ୍ଷା ମଞ୍ଚ ( କାପୋକ) ଆନୁକୂଲ୍ୟରେ, ଐତିହାସିକ ଦୟାନଦୀର ଲିଙ୍ଗିପୁର ଘାଟରେ ଆସନ୍ତା ତା ୦୫/୧୧/୨୦୨୫ ଭୋର ସମୟରେ ଚତୁର୍ଦ୍ଦଶ
ଦଶମତମ ଦେବ ପ୍ରସାଦ ଉତ୍ସବ ଅନୁଷ୍ଠିତ
ଭୁବନେଶ୍ୱର: ଗୁରୁ ଦେବପ୍ରସାଦ ଦାସ ଫାଉଣ୍ଡେସନ ଆନୁକୁଲ୍ୟରେ ଦଶମତମ ଦେବ ପ୍ରସାଦ ଉତ୍ସବ ରବିନ୍ଦ୍ର ମଣ୍ଡପଠାରେ ଆରମ୍ଭ ହୋଇଛି। ମହାନ ଓଡ଼ିଶୀ ନୃତ୍ୟଗୁରୁ ଡ଼ଃ ଦେବପ୍ରସାଦ ଦାସଙ୍କର ୯୩ ତମ ପୂଣ୍ୟଜନ୍ମ ତିଥି ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ପାଳିତ ହୋଇଛି ।
ଏସ୍ଆଇ ପରୀକ୍ଷା ମାମଲା: କ୍ରାଇମ୍ବ୍ରାଞ୍ଚ ହାତରେ ଚାଞ୍ଚଲ୍ୟକର ତଥ୍ୟ
ଭୁବନେଶ୍ୱର: କ୍ରାଇମ୍ ବ୍ରାଂଚ ହାତରେ ମୁଲି ଲାଗିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ। ପୋଲିସ୍ ଏସ୍ଆଇ ଚାକିରି ଲାଗି ପରୀକ୍ଷା ପ୍ରସ୍ତୁତିବେଳେ ଘଟିଥିବା କେଳେଙ୍କାରୀର ମହାଘୋଟାଲା ଆଗକୁ ଖୋଲି ଖୋଲି ଚାଲିଚି। ଓଡ଼ିଶା ପୁଲିସ ଏସ୍ଆଇ ପରୀକ୍ଷା କେଳେଙ୍କାରୀ ଘଟଣାରେ କ୍ରାଇମବ୍ରାଞ୍ଚ ଚାଞ୍ଚଲ୍ୟକର ତଥ୍ୟ
ସୁନାଖଳକୁ ଫେରିଲା ଓଡ଼ିଆ ଶ୍ରମିକଙ୍କ ଶଵ
ଚିଲିକା: ରାଜ୍ୟରେ କାମଧନ୍ଦା ନ ପାଇ ବାହାର ଦେଶକୁ ଶ୍ରମିକ ଭାବେ ପେଟ ପାଟଣା ପାଇଁ ଯାଇ ଥିବା ଓଡ଼ିଆ ଯୁବକ ଶବ ହୋଇ ନିଜ ଗ୍ରାମ କୁ ଫେରିଛନ୍ତି। ଘଟଣାରୁ ପ୍ରକାଶ ଯେ, ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ
ଚିଲିକା ଉପଖଣ୍ଡ ଦାବୀ ଯୋର ଧରିଲା
ଚିଲିକା: ଚିଲିକା ଆଞ୍ଚଳିକ ବିକାଶ ପରିଷଦର ବୈଠକ କଉଡିଖଣିସ୍ଥ ଜଗତି ପାହାଡର ପାଦଦେଶରେ ଅବସ୍ଥିତ ଶ୍ରୀ ଶ୍ରୀ ଜଗତି ମହାବୀରଙ୍କ ମନ୍ଦିର ପରିସର ମଧ୍ୟରେ ଅନୁଷ୍ଠିତ ହୋଇଯାଇଅଛି । ପରିଷଦର ସଭାପତି ଆଡଭୋକେଟ ଦେବାଶିଷ ରଥଙ୍କ ପୌରୋହିତରେ ଅନୁଷ୍ଠିତ ଏହି ବୈଠକରେ
ବଉଳାବନ୍ଧରେ ଭାଗବତ ସପ୍ତାଙ୍ଗ ଓ ପ୍ରବଚନ କାର୍ଯ୍ୟକ୍ରମ ଉଦ୍ଯାପିତ
ଚିଲିକା: ଖୋର୍ଦ୍ଧ।ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ବଉଳାବନ୍ଧ ଗ୍ରାମସ୍ଥ ମଙ୍ଗରାଜପୁର ଠାରେ ୯ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ସପ୍ତାହ ବ୍ୟାପୀ ଶ୍ରୀମଦ୍ ଭାଗବତ ସପ୍ତାଙ୍ଗ ଓ ପ୍ରବଚ଼ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ପ୍ରତ୍ୟେହ ସକାଳ ସମୟରେ ପାରାୟଣ, ହୋମ, ସଂକୀର୍ତ୍ତନ ଓ
Politics
ମନ୍ଦାକିନୀ ବାଣୁଆଁ ବଲାଙ୍ଗୀରର ଯୁବ କଂଗ୍ରେସ ପ୍ରଭାରୀ
ବଲାଙ୍ଗିରର ବିକାଶ ସାରା ରାଜ୍ୟ ଓ ଦେଶର ବିକାଶ: ଧର୍ମେନ୍ଦ୍ର ପ୍ରଧାନ
Entertainment
ନାଚୁଣୀ କଲେଜରେ ସାଇବର ସଚେତନତା କାର୍ଯ୍ୟକ୍ରମ
ନାଚୁଣୀର ବରିଷ୍ଠ ନାଗରିକ ସଂଘ ତରଫରୁ ନେହେରୁ ଜୟନ୍ତୀ ପାଳିତ
ଡ. ସୁନୀଲ କୁମାର ପଟ୍ଟନାୟକ ନାଚୁଣୀ କଲେଜର ନୂତନ ଅଧ୍ୟକ୍ଷ