ଅର୍ଦ୍ଧ ମତ୍ସ୍ୟେନ୍ଦ୍ରାସନ (ଅଧା ମେରୁଦଣ୍ଡ ମୋଡ଼ିହେବା ଭଙ୍ଗୀ) ଦେହ ସାମନାରେ ଗୋଡ଼ ଲମ୍ବାଇ ବସିବା । ଡ଼ାହାଣ ଗୋଡ଼କୁ ବଙ୍କାକରି ଡ଼ାହାଣ ପାଦ ସିଧା କରି ଭୂଇଁରେ ବାମ ଆଣ୍ଠୁ ବାହାରେ ରଖିବା। ପାଦ ଆଙ୍ଗୁଳି ଆଗକୁ ମୁହଁ କରିବ । ବାମ ଗାେଡ଼କୁ ମାେଡ ଏବଂ ପାଦକୁ ଡାହାଣ ନିତମ୍ବ ଆଡ଼କୁ ବୁଲାଇ କରି ରଖି । ବାମ ହାତକୁ ଛାତି ଓ ଡାହାଣ ଆଣ୍ଠୁ ବାଟ ଦେଇ ଡ଼ାହାଣ ଗୋଡ଼ ବାହାରେ ରଖିବା । ଡାହାଣ ପାଦ ବା ବଳାଗଣ୍ଡକୁ ବାମ ହାତରେ ଧରି, ଯେମିତି ଡ଼ାହାଣ ଆଣ୍ଠୁ ବାମ କାଖ ପାଖରେ ରହିବ | ଯେତେ ପାର ସିଧା ହୋଇବସିବା |ଡ଼ାହାଣ ହାତକୁ ଦେହ ସାମନାରେ ଉଠାଇବୀ ଏବଂ ଆଙ୍ଗୁଳି ଟିପକୁ ଦେଖି ଧୀରେଧିରେ ଡ଼ାହାଣକୁ ମୋଡ଼ି ତା’ସହ ହାତ, ଦେହ ଓ ମୁଣ୍ଡ ମଧ୍ୟ ମୋଡ଼ି ହୋ । ବାମ ହାତକୁ ଡ଼ାହାଣ ଗୋଡ଼ ସହିତ ଦଣ୍ଡ ପରି ଧରି ଦେହକୁ ଯେତେ ପାରିବା ମୋଡ଼ି ପିଠି ମାଂସପେଶୀ ଯେପରି ବ୍ୟବହାର ନ’ହୁଏ ଡ଼ାହାଣ ହାତ ଆଙ୍ଗୁଳି ଟିପର ଗତିକୁ ଲକ୍ଷ୍ୟ ରଖି, ଡ଼ାହାଣ କାନ୍ଧ ଉପର ଦେଇ ଦୃଷ୍ଟିଦେବା। ଯେପରି ପିଠିକୁ କଷ୍ଟ ଦିଆଯିବ ନାହିଁ । ଡ଼ାହାଣ କହୁଣୀ ବଙ୍କା କରି ପିଠି ଆଡ଼େ ଘୂରାଇ ହାତକୁ ଅଣ୍ଟା ପଛେ ରଖି । ଡ଼ାହାଣ ହାତ ପଛ ଅଣ୍ଟାର ବାମ ପଟକୁ ଗୁଡ଼ାଇ ରହିବ ।ବିକଳ୍ପରେ, ଏହାକୁ ଦୁଇ କାନ୍ଧ ଫଳକ ମଝିରେ ଯେତେପାର ଉପରକୁ ରଖିବା । ଆଙ୍ଗୁଳି ଉପରକୁ ରହିବ । ହାତର ଏହି ସ୍ଥିତି ମେରୁଦଣ୍ଡକୁ ସିଧା ରହିବାରେ ସାହାଯ୍ୟ କରେ । ଓଲଟା ଗତିରେ ଏହି ସ୍ଥିତିରୁ ବାହାରି ଆସି ବିପରୀତ ଦିଗରେ ଅଭ୍ୟାସର ପୁନରାବୃଭି କରି ।ସାମନାକୁ ମୁହଁ କରିବା ବେଳେ ନିଶ୍ବାସ ନିଅନ୍ତୁ । ଦେହ ମୋଡ଼ିଲା ବେଳେ ନିଶ୍ବାସ ଛାଡ଼ିବା। ଶେଷ ସ୍ଥିତିରେ ବିନା କଷ୍ଟରେ ଧୀର ଗଭୀର ନିଶ୍ବାସ ନିଅନ୍ତୁ | ପ୍ରାରମ୍ଭିକ ସ୍ଥିତିକୁ ଆସିଲେ ନିଶ୍ବାସ ନିଅନ୍ତୁ। ପ୍ରତ୍ୟେକ କଡ଼ରେ ଥରେ କରି ଅଭ୍ୟାସ କରିବା । ଧରି ରଖିବା ସମୟକୁ ଧୀରେ ୧ ରୁ ୨ ମିନିଟକୁ ଦେହର ପ୍ରତ୍ୟେକ କଡ଼େ ବଢ଼ାଅ କିମ୍ବା ୩୦ ଥର ନିଶ୍ବାସ ନେବା ପର୍ଯ୍ୟନ୍ତ ଗଣିବା।
ସଜାଗତା : – ଦୈହିକ; ମେରୁଦଣ୍ଡ ସିଧା ରଖିବାରେ ଏବଂ ଶେଷ ସ୍ଥିତିରେ ନିଶ୍ବାସ ଦ୍ଵାରା ହେଉଥିବା ପେଟର ଗତିରେ ଲକ୍ଷ୍ୟ ରହିବ ।
ଆଧ୍ୟାତ୍ମିକ: ଆଜ୍ଞା ଚକ୍ରରେ ଲକ୍ଷ୍ୟ ।
ଅଭ୍ୟାସ କ୍ରମ: – ଆଗକୁ ବା ପଛକୁ ବାଙ୍କିବା ଆସନ ସମୂହ ସରିବା ପରେ ଏହି ଆସନ କରିବ |
ବିପରୀତ ସୂଚନା:– ୨ ବା ୩ ମାସରୁ ବେଶୀ ଗର୍ଭବତୀ ମହିଳା ଏହି ଅଭ୍ୟାସ ଛାଡ଼ିଦେବା ଉଚିତ । ପେପ୍ଟିକ୍ ଅଲ୍ସର, ହାରନିଆ ବା ହାଇପର ଥାଇରଏଡିଜିମ୍ ଥିଲେ ବିଶେଷଜ୍ଞଙ୍କ ପରାମର୍ଶରେ ଏହି ଅଭ୍ୟାସ କରିବ । ସାଇଟିକା ବା ସ୍କ୍ରିପ୍ଡ଼ ଡିସ୍କ ଭୋଗୁଥିବା ବ୍ୟକ୍ତି ଏହି ଆସନରୁ ଉପକାର ପାଇବେ,ତଥାପି ଅଭ୍ୟାସ କଲାବେଳେ ଯଥେଷ୍ଟ ଯବାନ ରହିବା
ଉପକାର:– ଏହି ଆସନ ଦ୍ଵାରା ଏକ ସମୟରେ ଦେହ ପଛର ଗୋଟିଏ ପାଖ ଏବଂ ପେଟ ମାଂସପେଶୀ ପ୍ରସାରିତ ହେବା ସହିତ ଅନ୍ୟ ପାଖ ମାଂସପେଶୀ ସଂକୁଚିତ ହୁଏ । ମେରୁଦଣ୍ଡୀୟ ସ୍ନାୟୁ କାର୍ଯ୍ୟକ୍ଷମ ହୁଏ, ପିଠି ମାଂସପେଶୀ ନମନୀୟ ହୁଏ, ଅଣ୍ଟାଧରା ଓ ମାଂସପେଶୀର ଅତିରିକ୍ତ ସଂକୋଚନ ଉପଶମ ହୁଏ ଏବଂ ପାଖାପାଖୁ ଥିବା କଶେରୁକର ଅସ୍ଥି ଅପବୃଦ୍ଧି ହେବାର ପ୍ରବୃତ୍ତି କମାଇଦିଏ । ଯତ୍ନସହିତ ଅଭ୍ୟାସ କଲେ ସାମାନ୍ୟ ସ୍କ୍ରିପଡ଼ ଡ଼ିସ୍କର ମଧ୍ୟ ଉପକାର ହୁଏ । ଉଦରୀୟ ଅଙ୍ଗ ଗୁଡ଼ିକୁ ମତ୍ସ୍ୟନ୍ଦ୍ରାସନ ମାଲିସ କରିଦିଏ ଏବଂ ପାଚନ ଅବ୍ୟବସ୍ଥାକୁ କମାଇଦିଏ । ଆଡ୍ମିନାଲିନ୍ ଓ ପିତ୍ତ କ୍ଷରଣ ନିୟନ୍ତ୍ରିତ ହୁଏ ଏବଂ ମଧୁମେହର ଯୌଗିକ ଚିକିତ୍ସା ପାଇଁ ପରାମର୍ଶ ଦିଆଯାଏ । ବିନା ଅସୁବିଧାରେ ଏହି ଆସନ କରି ପାରୁଥିଲେ ସାଇନୋସାଇଟିସ୍, ପରାଗ ଜ୍ଵର, ବ୍ରୋଙ୍କାଇଟିସ୍, କୋଷ୍ଠବଦ୍ଧ, କୋଲାଇଟିସ୍, ଋତୁସ୍ରାବ ସମସ୍ୟା, ମୂତ୍ରାଶୟ ମାର୍ଗ ସମସ୍ୟା ଏବଂ ସର୍ଭିକାଲ ସୃଣ୍ଡିଲାଇଟିସ୍ ପ୍ରଭୃତି ରୋଗରେ ବିଶେଷଜ୍ଞଙ୍କ ତତ୍ତ୍ଵାବଧାନରେ ଏହାକୁ ଯୋଗ ଚିକିତ୍ସାରେ ବ୍ୟବହାର କରାଯାଏ ।
ଅଧିକ ବିବରଣୀ ପାଇଁ ଯୋଗାଯୋଗ କରନ୍ତୁ ଚରକ ଇଷ୍ଟିଚ୍ଯୁଟ୍ଅଫ ଯୋଗ , Mob: ୮୦୧୮୦୩୩୮୮୦
Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp
Social Share On:
Related News
ନୀଳକଣ୍ଠ ଦାସ ଥିଲେ ବହୁମୁଖୀ ବ୍ୟକ୍ତିତ୍ୱ ର ଅଧିକାରୀ /ତିନି ସାରସ୍ୱତ ପ୍ରତିଭାଙ୍କୁ ନୀଳକଣ୍ଠ ସ୍ମୃତି ସମ୍ମାନ
ଭୁବନେଶ୍ୱର ତା 05/08/26 ପୁଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ, ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ସଂସ୍କୃତି ବିଭାଗ ତଥା ବିଜେଡି ସାଂସ୍କୃତିକ ସାମୁଖ୍ୟ ପକ୍ଷରୁ ସ୍ଥାନୀୟ ମହାଡାକପାଳ ଛକ ନିକଟ ମହାନ ସ୍ୱାଧୀନତା ସଂଗ୍ରାମୀ, ପ୍ରାକ୍ତନ ବାଚସ୍ପତି, ସମାଜ ସାମ୍ବାଦିକ, ସମ୍ବିଧାନ
ବକୁଳବନର ମହକ ସତ୍ୟବାଦୀ ର ସନ୍ଥ
ପଣ୍ଡିତ ନୀଳକଣ୍ଠ ଦାଶ 🙏💐ଉତ୍କଳ ମାଟିର ସୁଯୋଗ୍ଯ ସନ୍ତାନସତ୍ୟବାଦୀ ଶ୍ରେଷ୍ଠସନ୍ଥ ,ନବରବି ସମ ଉଜ୍ଜ୍ବଳମୟ ହେଜ୍ଞାନଦୀପ୍ତ ନୀଳକଣ୍ଠ lଆଦର୍ଶ ଶିକ୍ଷକ, ନେତା ସୁଲେଖକସୁଉଜ୍ଜ୍ବଳ ଦୀପଶିଖାକବିକଲମର ପ୍ରତି ଅକ୍ଷରରେମାଟି,ଜାତି କଥା ଲେଖା lସତ୍ୟବାଦୀ ର ବନବିଦ୍ୟାଳୟେ ,ଜଗାଇଜନ ଚେତନା,ଅଜ୍ଞାନଅନ୍ଧାର ଦୂରୀଭୂତକଲବାଣ୍ଟି ଜ୍ଞାନର ଭାବନା
ମନ୍ଦିର ଚୋରି ମାମଲା ରେପେସାଦାର ଅପରାଧୀ ଗିରଫ।
ବାଲିଅନ୍ତା ୦୪/୦୮ (ଗୋବର୍ଦ୍ଧନ ଦାସ):- ଧଉଳି ଥାନା ପୁଲିସ ମନ୍ଦିର ଚୋରି ମାମଲା ରେ ଜଣେ ଅଭିଯୁକ୍ତ କୁ ଗିରଫ କରିଛି। ପୁଲିସ ତଦନ୍ତରୁ ଜଣାପଡ଼ିଛି ଯେ, ଗତ ୦୩.୦୮.୨୦୨୬ ତାରିଖ ଅପରାହ୍ନ ପ୍ରାୟ ୫ଟା ସମୟରେ ଶିଶୁପାଳଗଡ଼ସ୍ଥିତ ମା' ଯଦୁମଲ୍ଲୀ
ଗଣଶିକ୍ଷା ସଚିବ ଓ ଅଭିଭାବକ ମହାସଂଘ ର ଗୁରୁତ୍ୱପୂର୍ଣ ବୈଠକ
-ଖାଲିଥିବା ଆରଟିଇ ମାଗଣା ସିଟ ପାଇଁ ପୁଣି ଆବେଦନ, ବହି ଯୋଗାଣ ଏବଂ ନବମରୁ ଦ୍ୱାଦଶ ପର୍ଯ୍ୟନ୍ତ ବୃଦ୍ଧି ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନେଇ ସଚିବଙ୍କ ପ୍ରତିଶୃତି ଭୁବନେଶ୍ୱର ତା 3 ରିଖ l ଆଜି ଲୋକସେବା ଭବନରେ ଗଣଶିକ୍ଷା ସଚିବ
*ଓଡ଼ିଶୀ ନୃତ୍ୟାନୁଷ୍ଠାନ ନୃତ୍ୟନିପୁଣା ପକ୍ଷରୁ କଲିକତାସ୍ଥିତ ବାଟା ହାଉସ୍ ଅଡିଟୋରିୟମଠାରେ ନୃତ୍ୟ ପରିବେଷଣ।
ମାହେଶ ତାଲା ନୃତ୍ୟ ତୀର୍ଥ ଦ୍ୱାରା ଆୟୋଜିତ ଗୁରୁ ନମନ ନୃତ୍ୟ ମହୋତ୍ସବ ୨୦୨୬ ରେ ନୃତ୍ୟନିପୁଣା ଅନୁଷ୍ଠାନ ତରଫରୁ ନୃତ୍ୟ ପରିବେଷଣ କରାଯାଇଥିଲା।ଅନୁଷ୍ଠାନର ପ୍ରତିଷ୍ଠାତ୍ରୀ ପ୍ରତିମା ମିଶ୍ର ଏବଂ ଡଃ ପ୍ରିୟଙ୍କା ମିଶ୍ରଙ୍କ ସହିତ ତାଙ୍କର ଦୁଇ ଛାତ୍ରୀ ଅର୍ଚ୍ଚିତା
ଜୟଦେବ ଭବନ ରେ ବିଶ୍ୱଭୂଷଣ ହରିଚନ୍ଦନ ଙ୍କ 93 ତମ ଜନ୍ମମହୋତ୍ସବ ଅନୁଷ୍ଠିତ
Priyabrata Barik: ଭୁବନେଶ୍ୱର. ଜୟଦେବ ଭବନ ରେ ପୂର୍ବତନ ଆନ୍ଦ୍ରପ୍ରଦେଶ. ଛତିଶଗଡ ର ରାଜ୍ୟପାଳ ପୂର୍ବତନ ମନ୍ତ୍ରୀ. ବରେଣ୍ୟ ବିଶ୍ୱଭୂଷଣ ହରିଚନ୍ଦନ ଙ୍କ 93 ତମ ଜନ୍ମମହୋତ୍ସବ ଅନୁଷ୍ଠିତ ହେଇଯାଇଛି l ସଂସ୍କୃତି ପୁରୁଷ ଡ଼ଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ରଙ୍କ ସଭାପତିତ୍ବ
ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ତୁରନ୍ତ ପ୍ରତ୍ୟାହାର ପାଇଁ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡ଼ିଲା ଅଭିଭାବକ ମହାସଂଘ
ଭୁବନେଶ୍ୱର ତା 2ରିଖ l ଛାତ୍ରଛାତ୍ରୀଙ୍କୁ ସଠିକ ପାଠ୍ୟପୁସ୍ତକ ତୁରନ୍ତ ଯୋଗାଣ ପାଇଁ ମହାମହିମ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡିଲା ଅଭିଭାବକ ମହାସଂଘ l ପିଲାମାନଙ୍କ ଗୁଣାତ୍ମକ ଶିକ୍ଷା ଅଧିକାରର ସମ୍ପୂର୍ଣ ଉଲ୍ଲଂଘନକୁ ଓଡିଶା ଅଭିଭାବକ ମହାସଂଘ ସହିତ ବିଶିଷ୍ଟ ବୁଦ୍ଧିଜୀବୀ, ସଚେତନ
ବନ୍ୟା ଜଳ ପ୍ରବାହିତ ଅଞ୍ଚଳଗୁଡ଼ିକ ପରିଦର୍ଶନ କଲେ ପୂର୍ବତ୍ତନ ମନ୍ତ୍ରୀ ଅଶୋକ ପଣ୍ଡା।
ବାଲିଅନ୍ତା ୦୧/୦୮ ( ଗୋବର୍ଦ୍ଧନ ଦାସ):- ଏକମ୍ର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦୟା ନଦୀ ନିକଟସ୍ଥ ଲିଙ୍ଗି ପୁର ଅଞ୍ଚଳ ବୁଲି ବନ୍ୟା ଜଳ ପରିଦର୍ଶନ କଲେ ପୂର୍ବତ୍ତନ ମନ୍ତ୍ରୀ ଅଶୋକଚନ୍ଦ୍ର ପଣ୍ଡା। ପରେ ନାଥପୁର, ନୂଆଗାଁ, ଢିଅପୁର , ଜୟପୁର,
ରାଜଧାନୀ ନିକଟସ୍ଥ ଦୟାନଦୀରେ ବନ୍ୟାଜଳ ପ୍ରଭାବିତ
ବାଲିଅନ୍ତା:୩୧/୦୭ (ଗୋବର୍ଦ୍ଧନ ଦାସ)- ରାଜଧାନୀ ନିକଟସ୍ଥ ଦୟାନଦୀରେ ଚଳିତ ବର୍ଷ ର ବନ୍ୟାଜଳ ପ୍ରଭାବିତ ଯୋଗୁଁ ନଈକୂଳ ବନ୍ଧକୁ ପାଣି ଲାଗିଛି । ନଦୀ ପଠାରେ ଥିବା ଇଟିପୁର ପଞ୍ଚାୟତ ର ଜୟପୁର ପାଟଣା ଗ୍ରାମ ଦେବତୀ ମା ନିସ୍ଥାରିଣୀ ମନ୍ଦିର
ଡ଼ିଏମ ସ୍କୁଲ ଛାତ୍ରୀମୃତ୍ୟୁ ଅବହେଳା ପାଇଁ ଦାୟୀ ବ୍ୟକ୍ତି ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବୀ କଲା ଅଭିଭାବକ ମହାସଂଘ
ଭୁବନେଶ୍ୱର ତା 29 ରିଖ l ଭୁବନେଶ୍ୱର ଡି ଏମ ସ୍କୁଲ ଛାତ୍ରୀ ମୃତ୍ୟୁ ଭଳି ଦୁର୍ଭାଗ୍ୟଜନକ ଘଟଣା ବର୍ତମାନ ଅଭିଭାବକ ମାନଙ୍କ ମଧ୍ୟରେ ଏକ ହତାଶ ମନୋଭାବ ସୃଷ୍ଟି କରିଛି l ଡି ଏମ ସ୍କୁଲ ଭଳି କେନ୍ଦ୍ର ସରକାରଙ୍କ
ଆନ୍ଦୋଳନରତ ଆଦିବାସୀ ଛାତ୍ରୀ ହଷ୍ଟେଲ ମାଟ୍ରନଙ୍କ ଦାବୀ ତୁରନ୍ତ ପୂରଣ କର : ଓଡିଶା ଅଭିଭାବକ ମହାସଂଘ
ଭୁବନେଶ୍ୱର ତl 29 ରିଖ l ଆଦିବାସୀ ଛାତ୍ରୀଙ୍କ ମୁଖ୍ୟ ସ୍ରୋତ ରେ ସାମିଲ ଓ ଉପଯୁକ୍ତ ଶିକ୍ଷା ଗ୍ରହଣ ପାଇଁ ଉଦିଷ୍ଟ ଛାତ୍ରୀ ନିବାସରେ ମୁଖ୍ୟ ଭୂମିକା ନିର୍ବାହ କରୁଥିବା ହଷ୍ଟେଲ ମlଟରନ ମାନେ ବର୍ତମାନ ଗାନ୍ଧୀ ମାର୍ଗ ରେ
‘ଦୂରଦର୍ଶୀ’ର ଅଷ୍ଟାଦଶ ସ୍ୱନକ୍ଷତ୍ର ସମାରୋହ-୨୦୨୬ ଓଡ଼ିଆ ଭାଷା ଆମ ପରିଚୟ
ଭୁବନେଶ୍ୱର,୨୯/୭: ମାସିକ ସମ୍ବାଦଭି ିକ ପତ୍ରିକା ‘ଦୂରଦର୍ଶୀ’ର ଅଷ୍ଟାଦଶ ସ୍ୱନକ୍ଷତ୍ର ଦିବସ ଅବସରରେ ଜୟଦେବ ଭବନରେ ଆୟୋଜିତ ସମାରୋହରେ ମୁଖ୍ୟଅତିଥି ଭାବେ ଜାତୀୟ ମାନବାଧିକାର କମିଶନର ସଦସ୍ୟ ଜଷ୍ଟିସ୍ ବିଦୁ୍ୟତ୍ ରଞ୍ଜନ ଷଡ଼ଙ୍ଗୀ ଯୋଗଦେଇ କହିଛନ୍ତି, ଓଡ଼ିଆ ଭାଷା ଆମ ପରିଚୟ
କୁନି ବୈଜ୍ଞାନିକ ବୃକ୍ଷର ଉପକାରିତା ବିଷୟରେ କହିଲେ ସରସ୍ଵତୀ ଶିଶୁ ମନ୍ଦିର ଶିଶୁମାନଙ୍କୁ
ବାଲିଅନ୍ତା/ ଭୁବନେଶ୍ୱର୨୯/୦୭:-ଦିନକୁ ଦିନ ରାଜଧାନୀରେ କଂକ୍ରିଟ ଜଙ୍ଗଲ ବୃଦ୍ଧି ପାଉଛି। ସୂର୍ଯ୍ୟଙ୍କ ଉତ୍ତାପ ସେହି ଅନୁସାରେ ଅସହ୍ୟ ହୋଇ ପ୍ରାଣୀ ଜଗତକୁ ଛିନଭିନ୍ କରି ଚାଲିଛି।ଖରା ବର୍ଷା ଦାଉରୁ ରକ୍ଷା କରୁଥିବା ବୃକ୍ଷ ସବୁ ସ୍ତରରେ ଛେଦନ ଚାଲିଛି। ପରିବେଶବିତ୍ ପରିବେଶକୁ
ନିଗମ କଳ୍ପତରୁ ଆଶ୍ରମରେ ପବିତ୍ର ଗୁରୁପୂର୍ଣ୍ଣିମା ଉତ୍ସବ ମହା ସମାରୋହରେ ଅନୁଷ୍ଠିତ/ଗୁରୁଙ୍କ ବିକଳ୍ପ ନାହିଁ
ଭୁବନେଶ୍ୱର ତା 29/07/26 ସ୍ଥାନୀୟ ରୁଦ୍ରବିହାର ସ୍ଥିତ ନିଗମ କଳ୍ପତରୁ ଆଶ୍ରମ ଠାରେ ସଂସ୍କୃତି ପୁରୁଷ, ବିଶିଷ୍ଟ ଭାଷାପ୍ରାଣ ଡ଼ଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ରଙ୍କ ଦ୍ୱାରା ସଂଯୋଜନା ଓ ଆନନ୍ଦ ଚୈତନ୍ୟ ବ୍ରହ୍ମଚାରୀ ବାବାଙ୍କ ଦ୍ୱାରା ପରିଚାଳନାରେ ଅନୁଷ୍ଠିତ "ଗୁରୁପୂର୍ଣ୍ଣିମା ଉତ୍ସବ"
ଗୁରୁପୂର୍ଣ୍ଣିମା ଅବସରରେ —
ଅରବିନ୍ଦ ତ୍ରିପାଠୀଭଗବାନ ବିଷ୍ଣୁଙ୍କ ଅବତାର ବ୍ୟାସ ଦେବଙ୍କ ଭୂମିଷ୍ଠ ଦିବସକୁ ବ୍ୟାସ ପୂର୍ଣ୍ଣିମା ବା ଗୁରୁପୂର୍ଣ୍ଣିମା ରୂପେ ପାଳନ କରାଯାଇଥାଏ l ପୁରାଣ ଶାସ୍ତ୍ର ମାନଙ୍କରେ ଗୁରୁଙ୍କ ସ୍ଥାନ ସବୁଠାରୁ ଉଚ୍ଚରେ ଥିବା କୁହାଯାଇଛି l ଶ୍ରୀକୃଷ୍ଣଙ୍କ ଗୁରୁ ସନ୍ଦୀପନି, ପାଣ୍ଡଵ
“ମୋ ଗାଁ ମଶାଣି ମୋ ସ୍ୱର୍ଗଦ୍ୱାର”ର ବିକାଶମୂଳକ କାର୍ଯ୍ୟ ସମୀକ୍ଷା କଲେ ଜିଲ୍ଲାପାଳ
ବାଲିଅନ୍ତା,୨୮|୭ (ଗୋବର୍ଦ୍ଧନ ଦାସ):ପ୍ରତାପଶାସନ ପଞ୍ଚାୟତ ରଥିଜେମା ସ୍ଥିତ କୁଆଖାଇ ନଦୀ ପଠାରେ କିଛି ଯୁବଗୋଷ୍ଠୀଙ୍କ ଦ୍ୱାରା ନିର୍ମାଣ ହୋଇଥିବା "ମୋ ଗାଁ ମଶାଣି ସ୍ୱର୍ଗଦ୍ୱାର"ର ଉନ୍ନୟନ ମୂଳକ କାର୍ଯ୍ୟକୁ ସମୀକ୍ଷା କରିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ ଅମ୍ରିତ ଋତୁରାଜ l ଏହି ମଶାଣିଟି
ନୀଳାଦ୍ରି ବିଜେ ପରେ ପୁରୀ ବଡ଼ ଦାଣ୍ଡରେ ଆଞ୍ଚଳିକ ବିକାଶ ପରିଷଦର ସ୍ୱଚ୍ଛତା କାର୍ଯ୍ୟକ୍ରମ
ପୁରୀ/ବାଲିଅନ୍ତା ୨୭.୦୭ :-ରଥଯାତ୍ରା ଏବଂ ନୀଳାଦ୍ରି ବିଜେ ଅବସରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ପରେ ପବିତ୍ର ଶ୍ରୀକ୍ଷେତ୍ର ପୁରୀର ସ୍ୱଚ୍ଛତା ଓ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ଗତକାଲି ପୁରୀ ବଡ଼ ଦାଣ୍ଡରେ ଏକ ସ୍ୱଚ୍ଛତା
ନିଶା ମୁକ୍ତ ଓଡ଼ିଶା ସଚେତନତା ସଚେତନ ଶିବିର ଅନୁଷ୍ଠିତ।
ବାଲିଅନ୍ତା୨୮/୦୭:- ନିଶା ଖାଇ ସଂସାର ଉଜୁଡାଇବାରେ ଲାଗିଛି। ସରକାର ମଦ କାରବାର ପାଇଁ ଓଡିଶାରେ ଚିନ୍ତନଶିଳ। ଅପର ପକ୍ଷରେ ଅର୍ଥ ଲାଳସାରେ ମଣିଷ ସବୁକିଛି କରିଚାଲିଛନ୍ତି।ନିଶା ଦେଇ ସହଜ ଉପାୟରେ ଅର୍ଥ ଉପାର୍ଜନ କରି ରାତି ପାହିଲେ ସକାଳେ କୋଟିପତି ଲକ୍ଷ୍ୟରେ
ବାଲିଅନ୍ତାର ଆରାଧ୍ୟପ୍ରଭୁ ନିକୁଞ୍ଜ ବିହାରୀଙ୍କ ମନ୍ଦିର ପ୍ରାଙ୍ଗଣରେ ୪ର୍ଥ ରସଗୋଲା ଦିବସ ପାଳିତ
ବାଲିଅନ୍ତା ୨୭/୭) : ଅଗ୍ରଣୀ ସାମାଜିକ ଅନୁଷ୍ଠାନ 'ସମ୍ପର୍କ' ତରଫରୁ ବାଲିଅନ୍ତାର ଆରାଧ୍ୟ ଦେବତା ପ୍ରଭୁ ନିକୁଞ୍ଜ ବିହାରୀଙ୍କ ମନ୍ଦିର ପ୍ରାଙ୍ଗଣରେ ୪ର୍ଥ ରସଗୋଲା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଶ୍ରଦ୍ଧାଳୁଙ୍କ ଗହଣରେ ଆୟୋଜିତ ଏହି ଉତ୍ସବର ପ୍ରାରମ୍ଭରେ ପ୍ରଭୁଙ୍କ ନିକଟରେ
ୟୁନିଟ ୫ ଜଗନ୍ନାଥ ମନ୍ଦିରରେ ନୀଳାଦ୍ରିନିଜେ l
ରତ୍ନବେଦୀକୁ ଫେରିଲେ ମହାବାହୁ ଭୁବନେଶ୍ୱର ତା 27 ରିଖ l ୟୁନିଟ ୫ ଜଗନ୍ନାଥ ମନ୍ଦିରରେ ନୀଳାଦ୍ରି ବିଜେ ନୀତି ସମ୍ପର୍ଣ ହୋଇଛି l ନୀଳାଦ୍ରି ବିଜେ ପହଣ୍ଡି ପୂର୍ବରୁ ରଥ ଉପରେ ସନ୍ଧ୍ୟା ଆଳତି, ସନ୍ଧ୍ୟାଧୂପ ନୀତି ହୋଇଥିଲା l
Politics
ଜନଗଣନା କାର୍ଯ୍ୟକ୍ରମ ପାଇଁ ନିଯୁକ୍ତି ପତ୍ର ପ୍ରଦାନ