ମନ୍ଦିର ଚୋରି ମାମଲା ରେପେସାଦାର ଅପରାଧୀ ଗିରଫ।

ବାଲିଅନ୍ତା ୦୪/୦୮ (ଗୋବର୍ଦ୍ଧନ ଦାସ):- ଧଉଳି ଥାନା ପୁଲିସ ମନ୍ଦିର ଚୋରି ମାମଲା ରେ ଜଣେ ଅଭିଯୁକ୍ତ କୁ ଗିରଫ କରିଛି। ପୁଲିସ ତଦନ୍ତରୁ ଜଣାପଡ଼ିଛି ଯେ, ଗତ ୦୩.୦୮.୨୦୨୬ ତାରିଖ ଅପରାହ୍ନ ପ୍ରାୟ ୫ଟା ସମୟରେ ଶିଶୁପାଳଗଡ଼ସ୍ଥିତ ମା’ ଯଦୁମଲ୍ଲୀ ମନ୍ଦିରର ହୁଣ୍ଡିରୁ ଟଙ୍କା ଚୋରି କରି ଜଣେ ଯୁବକ ଖସି ପଳାଇବାକୁ ଉଦ୍ୟମ କରୁଥିଲେ। ଏହି ସମୟରେ ମନ୍ଦିର ଟ୍ରଷ୍ଟର ସଦସ୍ୟମାନେ ତାଙ୍କୁ କାବୁ କରିନେଇଥିଲେ ଏବଂ ତାଙ୍କ ନିକଟରୁ ଏକ ଲୁହା ରଡ୍ ଉଦ୍ଧାର କରିଥିଲେ। ପରେ ସେମାନେ ଅଭିଯୁକ୍ତକୁ ଧଉଳି ଥାନା ପୋଲିସକୁ ହସ୍ତାନ୍ତର କରିଥିଲେ। ପୋଲିସ ଅଭିଯୁକ୍ତ ଶିଶୁପାଳ ଗଡ଼ ଅଞ୍ଚଳର ସୁଧାଂଶୁ ନାୟକ (୨୩) ଓରଫ ଗଦାଙ୍କୁ ପଚରାଉଚରା କରିବା ବେଳେ ସେ ନିଜର ଦୋଷ ସ୍ୱୀକାର କରିଥିଲେ। ତାଙ୍କ ନିକଟରୁ ଚୋରି ହୋଇଥିବା ୧,୭୮୦/- ନଗଦ ଟଙ୍କା ଏବଂ ଚୋରିରେ ବ୍ୟବହୃତ ଲୁହା ରଡ୍ ଜବତ କରାଯାଇଛି। ଅଧିକ ଜେରା ବେଳେ ଅଭିଯୁକ୍ତ ସ୍ୱୀକାର କରିଛନ୍ତି ଯେ, ସେ ଗତ ୦୫.୦୬.୨୦୨୬ ତାରିଖ ରାତିରେ ପଦ୍ମନଗରସ୍ଥିତ ନୀଳକଣ୍ଠେଶ୍ୱର ମନ୍ଦିର ହୁଣ୍ଡିରୁ ମଧ୍ୟ ଚୋରି କରିଥିଲେ। ପୋଲିସ ଯାଞ୍ଚରୁ ଜଣାପଡିଛି ଯେ, ଅଭିଯୁକ୍ତ ଜଣକ ନିଶାଦ୍ରବ୍ୟ ସେବନ ପାଇଁ ଲଗାତାର ଚୋରି କରନ୍ତି ଏବଂ ଜଣେ ପେସାଦାର ଅପରାଧୀ। ତାଙ୍କ ନାମରେ ପୂର୍ବରୁ ଧଉଳି ଥାନାରେ ଏକାଧିକ ଚୋରି ମାମଲା ରହିଛି। ଏହାଛଡ଼ା ସେ ପୂର୍ବରୁ ସର୍ତ୍ତମୂଳକ ବଣ୍ଡ୍ ରେ ମୁକୁଳିଥିବା ବେଳେ ଏବେ ପୁଣି ଅପରାଧ ଘଟାଇ ସେହି ସର୍ତ୍ତ ଉଲ୍ଲଙ୍ଘନ କରିଛନ୍ତି।
ସଂଗୃହୀତ ପ୍ରମାଣ ଆଧାରରେ ଅଭିଯୁକ୍ତଙ୍କୁ ଆଜି ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page