ଶାନ୍ତିସ୍ତୁପ ଧଉଳି ଓ ବାଲିଅନ୍ତାରେ ଅନ୍ତର୍ଜାତୀୟ ଯୋଗଦିବସ ପାଳିତ

ବାଲିଅନ୍ତା,୨୧|୬:ଭୁବନେଶ୍ୱର ବ୍ଲକ ପ୍ରଶାସନ ପକ୍ଷରୁ ଶାନ୍ତିସ୍ତୁପ ଧଉଳି ଏବଂ ବାଲିଅନ୍ତା ବ୍ଲକ ପକ୍ଷରୁ ବ୍ଲକ ପରିସରରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି l ଶାନ୍ତିସ୍ତୁପ ଧଉଳିରେ ଭୁବନେଶ୍ୱର ବ୍ଲକ ଉନ୍ନୟନ ଅଧିକାରୀ ଦେବିପ୍ରସାଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ମନୋରଞ୍ଜନ ସାହୁ, ପର୍ଯ୍ୟଟନ ଅଧିକାରୀ ଅଞ୍ଜନ ବାରିକ, ବ୍ଲକ ଅଧ୍ୟକ୍ଷା ନିରୁପମା ସାହୁ, ସ୍ଥାନୀୟ ସରପଞ୍ଚ ଚନ୍ଦନ କୁମାର ମଲ୍ଲିକ, ଯୁବ ସ୍ବେଛାସେବୀ ଭଗବାନ ସାହୁ, ଆଲୋକ କୁମାର ସାହୁ ପ୍ରମୁଖ ଯୋଗଦେଇ ଶରୀର ସୁସ୍ଥ ଓ ନିରୋଗ ରହିବା ନିମନ୍ତେ ଦୈନନ୍ଦିନ ଯୋଗ କରିବା ନିହାତି ଆବଶ୍ୟକ ବୋଲି କହିଥିଲେ l ଏହି ଅବସରରେ ଖୋର୍ଦ୍ଧାର ଜୟରାଜଗୁରୁ ପାଇକ ଆଖଡ଼ା ଗ୍ରୁପ ପକ୍ଷରୁ ବିଭିନ୍ନ ରଣକୌଶଳ ପରିବେଷଣ କରିଥିଲେ l ପରେ ଯୋଗଗୁରୁ ରାଜଶ୍ରୀ ମହାନ୍ତି ଗୋଟାକ ପରେ ଗୋଟାଏ ଯୋଗ ପ୍ରଶିକ୍ଷଣ ଦେଇଥିଲେ l ତାଙ୍କ ସହ ମିଶି ଉପସ୍ଥିତ ଅଧିକାରୀ ଏବଂ ଯୁବକ/ଯୁବତୀ ମାନେ ଯୋଗ କରିଥିଲେ l ସେହିପରି ବାଲିଅନ୍ତା ବ୍ଲକରେ ଉନ୍ନୟନ ଅଧିକାରୀ ରଶ୍ମିତା ନାଥଙ୍କ ଅଧ୍ୟକ୍ଷତାରେ ଯୋଗଦିବସ ପାଳିତ ହୋଇଯାଇଛି l ଏଥିରେ ବାଳକାଟି ବିଜେପି ମଣ୍ଡଳ ସଭାପତି ବ୍ରହ୍ମାନନ୍ଦ ସ୍ୱାଇଁ, ସାଂସଦ ପ୍ରତିନିଧି ବିଜୟ ମହାରଣା, ଦୀନବନ୍ଧୁ ଭୋଇ ସମେତ ସ୍ଥାନୀୟ ବିଦ୍ୟାଳୟର ଛାତ୍ରଛାତ୍ରୀ ଯୋଗଦେଇ ଯୋଗ କରିଥିଲେ l ଯୋଗଗୁରୁ ବଳରାମ ମହାରଣା ଯୋଗ ପ୍ରଶିକ୍ଷଣ ଦେଇଥିଲେ l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page