ଶିଳାନ୍ୟାସ ପୂର୍ବରୁ କିମ୍ବା ପରେ ଫଳକ ତାଡି ନେଉଛନ୍ତି

ବାଲିଅନ୍ତା,୧୨|୫:ଭୁବନେଶ୍ୱର ଲୋକସଭା ସଂସଦୀୟ କ୍ଷେତ୍ର ପରିସର ଜୟଦେବ ନିର୍ବାଚନ ମଣ୍ଡଳୀରେ ସର୍ବଦା ଫଳକକୁ ନେଇ ରାଜନୀତି ସରଗରମ ହୋଇଥାଏ l କେଉଁଠି ବିରୋଧୀ ଫଳକ ଭାଙ୍ଗିଲେଣି ତ କେଉଁଠି ଗୋଟିଏ ପ୍ରକଳ୍ପ ନିମନ୍ତେ ୨/୨ ଟା ଫଳକ ଶିଳାନ୍ୟାସ ହୋଇଥାଏ l ଏପରିକି କେଉଁଠି ଶିଳାନ୍ୟାସ ପୂର୍ବରୁ କିମ୍ବା ପରେ ଫଳକ ତାଡି ନେଉଛନ୍ତି l ଜୟଦେବରେ ଏହି ପ୍ରଥା ଦୀର୍ଘ ୮ ବର୍ଷ ଧରି ଚାଲିଆସୁଛି l ଆଜି ଏହି ଘଟଣାର ପୁନରାବୃତ୍ତି ହୋଇଛି l ଗତ ରବିବାର ଦିନ ସରଦେଇପୁର-ନିମାପଡା ରାସ୍ତା ଉତ୍ତରାରୁ ଦୁଲ୍ଲାଦେବୀ ଏବଂ ମଞ୍ଜରୀଦେବୀ ନର୍ସିଂ କଲେଜରୁ ବୁଧିପଡ଼ା ପର୍ଯ୍ୟନ୍ତ ପ୍ରଶସ୍ତିକରଣ ନିମନ୍ତେ ଶିଳାନ୍ୟାସ ହୋଇଥିଲା l ଏଥିରେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ମୁଖ୍ୟଅତିଥିଭାବେ ଯୋଗଦେଇ ଏହାର ଶିଳାନ୍ୟାସ କରିଥିଲେ l ମାତ୍ର ଶିଳାନ୍ୟାସ ହେବାର ୪୮ ଘଣ୍ଟା ନ ପୂରୁଣୁ ଶିଳାନ୍ୟାସ ଫଳକକୁ କେହି ତାଡି ନେଇଥିବା ଦେଖାଯାଇଛି l ଏହି ଫଳକକୁ କେହି ବିଳମ୍ବିତ ରାତିରେ ତାଡି ନେଇଥିବା ଅନୁମାନ କରାଯାଉଛି l ଉକ୍ତ ଘଟଣା ସ୍ଥାନୀୟ ଅଞ୍ଚଳରେ ମୁଖ୍ୟ ଆଲୋଚନା ବିଷୟ ପାଲଟିଛି ଏନେଇ ବିଭାଗ ଏବଂ ବିଜେପି କର୍ମୀଙ୍କ ପକ୍ଷରୁ ସ୍ଥାନୀୟ ଫାଣ୍ଡିରେ କୌଣସି ଅଭିଯୋଗ ହୋଇନଥିବା ଜଣାପଡିଛି l ସେହିପରି ଗତ ୨0୨୨ ରେ ସରଦେଇପୁର -ନିମାପଡା ରାସ୍ତା ଚାରିଥାକିଆ କାର୍ଯ୍ୟର ଶିଳାନ୍ୟାସ ପୂର୍ବରୁ ଫଳକକୁ ମଧ୍ୟ ଅନୁରୂପ ଭାବେ କେହି ତାଡି ନେଇଥିଲେ l ପରେ ପୁଲିସର ହସ୍ତକ୍ଷେପ ପରେ ତାହା ଉଦ୍ଧାର କରାଯାଇଥିଲା l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page