ସର୍କିଟ ହାଉସ୍ ମାମଲା: ତଦନ୍ତକୁ ଆହୁରି ତୀବ୍ର କଲା ପୋଲିସ୍, ଫେରାର ମାଷ୍ଟର୍ ମାଇଣ୍ଡକୁ ଧରିବା ପାଇଁ ରାଜ୍ୟ ବାହାରେ ୪ ଟିମ୍…

ରାଉରକେଲା, ୨୩ ଅଗଷ୍ଟ: ବହୁଚର୍ଚ୍ଚିତ ସର୍କିଟ ହାଉସ୍ ମାମଲାରେ ରାଉରକେଲା ପୋଲିସ୍ ତଦନ୍ତକୁ ଆହୁରି କ୍ରିୟାଶୀଳ କରିଛି। ଶନିବାର ମାମଲାରେ ଗିରଫ ହୋଇଥିବା ପ୍ରକାଶ ପାଶୱାନ ଦୁଇ ସହଯୋଗୀ ସୂରଜ ଗୁପ୍ତା ଓ ଆଦର୍ଶ ସାହୁଙ୍କୁ କୋର୍ଟ ଚାଲାଣ କରାଯାଇଛି।
ଏପଟେ ଫେରାର ଅଭିଯୁକ୍ତ ତଥା ମାମଲା ର କିଙ୍ଗପିନ କୁ ଧରିବା ପାଇଁ ରାଉରକେଲା

ପୋଲିସର ଚାରୋଟି ସ୍ୱତନ୍ତ୍ର ଟିମ୍ ବିଭିନ୍ନ ରାଜ୍ୟରେ ଡେରା ପକାଇ ସନ୍ଧାନ ଜାରି ରଖିଛନ୍ତି। ସେହିପରି ଅବଶିଷ୍ଟ ଅଭିଯୁକ୍ତମାନଙ୍କୁ ଶୀଘ୍ର ଗିରଫ କରିବା ସହ ତଦନ୍ତକୁ ଆହୁରି ବ୍ୟାପକ କରିବାକୁ ଡିଆଇଜି ଓ ଏସ୍‌ପିଙ୍କ ନେତୃତ୍ୱରେ ଜିଲ୍ଲାର ବରିଷ୍ଠ ପୋଲିସ ଅଧିକାରୀମାନଙ୍କ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ପୋଲିସ ସୂତ୍ରରୁ ମିଳିଥିବା ସୂଚନାନୁସାରେ, ଏପର୍ଯ୍ୟନ୍ତ ଏହି ମାମଲାରେ ମୋଟ ୯ ଜଣ ଗିରଫ ହୋଇ ଜେଲ ଯାଇଛନ୍ତି। ଅନ୍ୟପଟେ ଫେରାର ଅଭିଯୁକ୍ତ ମହମ୍ମଦ ମୋଇମ୍, ସୋଏବ ଖାନ୍, ଗୋବିନ୍ଦ ସିଂହ ଓ ଶ୍ରୀକାନ୍ତ ରାଉତଙ୍କ ପରିବାର ସଦସ୍ୟ ଏବଂ ସହଯୋଗୀମାନଙ୍କୁ ବର୍ତ୍ତମାନ ପଚରାଉଚରା କରାଯାଉଛି।

ତଦନ୍ତ ସମୟରେ ସଂଗ୍ରହ କରାଯାଇଥିବା ତଥ୍ୟ, ପ୍ରମାଣ, ପଚରାଉଚରା ଏବଂ ବିଭିନ୍ନ ଅନୁସନ୍ଧାନରୁ ସାମ୍ନାକୁ ଆସିଥିବା ସମସ୍ତ ଲିଙ୍କ୍‌କୁ ଆଧାର କରି ପୋଲିସ ଆଗାମୀ ପର୍ଯ୍ୟାୟରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରସ୍ତୁତି ଚଳାଇଛି। ତଦନ୍ତକୁ ଅଧିକ ବ୍ୟାପକ କରି ମାମଲା ସହ ସମ୍ପୃକ୍ତ ପ୍ରତ୍ୟେକ ବ୍ୟକ୍ତିଙ୍କ ଭୂମିକାକୁ ତଦନ୍ତ ପରିସରକୁ ଅଣାଯାଉ ଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page