ବାଲିଅନ୍ତା (ଗୋବର୍ଦ୍ଧନ ଦାସ) : ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବାଲିଅନ୍ତା ବ୍ଲକ୍ ଅନ୍ତର୍ଗତ ଗଡ଼କଣ୍ଟୁଣିଆ ସୁଦର୍ଶନ ଦାରୁ ପୀଠରେ ଶ୍ରୀଶ୍ରୀ ପରଂବ୍ରହ୍ମ ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ପକ୍ଷରୁ ମନ୍ଦିରରେ ପୂଜିତ ନୂତନ ବିଗ୍ରହ ମାନଙ୍କର ସ୍ନାନ ପୂର୍ଣ୍ଣିମା ଯାତ୍ରା ପାଳିତ ହୋଇ ଯାଇଅଛି।ବିଗ୍ରହମାନଙ୍କୁ ଯଥାବିଧି ଅନୁଶାରେ ଭୋର ୪.୩୦ ମଙ୍ଗଳା ଅର୍ପଣ. ସକାଳ ୫ଟା ପହଣ୍ଡି. ସକାଳ ୬.୩୦ ରେମଙ୍ଗଳା ଆଳତି ସକାଳ ୭ରେ ତଡ଼ପ ଲାଗି. ସକାଳ ୮ରେ ଅବକାଶ. ଗୋପଳ ବଲ୍ଲଭ. ଗୋଟି ପହଣ୍ଡି ପରେ ସଦ୍ୟ ଜଳ ରେ କର୍ପୁର, କେଶର, ଚନ୍ଦନ, ଚୁଆ ମିଶାଇ ୧୦୮ଘଡୁରେ ଶ୍ରୀଜିଉଙ୍କୁ ସ୍ନାନ କରାଯାଇଥିଲା. ମଧ୍ୟାହ୍ନ ୧୨ ହାତୀ ବେଶ. ଅପରାହ୍ନ ୧ ରାଜା ନବକିଶୋର ନାୟକ ଙ୍କ ଦ୍ଵାରା ଛେରାପହଁରା,

ଅପରାହ୍ନ ୧.୩୦ ମଧ୍ୟାହ୍ନ ଧୂପ, ଚାମର ସେବା ,୭ଟାରେ ସନ୍ଧ୍ୟା ଧୂପ, ରାତ୍ର ୧୦ ଘଟିକା ଚତୁର୍ଦ୍ଧା ମୂର୍ତ୍ତିଙ୍କ ବିଗ୍ରହଙ୍କୁ ମନ୍ଦିରକୁ ପହଣ୍ଡି ନୀତି ଅନୁସାରେ ବିଜେ କରିଥିଲେ।ଆଖପାଖ ଅଞ୍ଚଳର ଶ୍ରଦ୍ଧାଳୁମାନେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ବିଗ୍ରହଙ୍କ ଦିବ୍ୟ ନୀତି କାନ୍ତିକୁ ଚର୍ମ ଚକ୍ଷୁ ରେ ଦର୍ଶନ କରିବା ସହିତ କୃପା ଲାଭକରିଥିଲେ । ସେହି ଭଳି ପୁରଣପଧାନ ଗ୍ରାମ ପଞ୍ଚାୟତ ଅଧୀନ ଶିଶିଲେ । ଗ୍ରାମର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀଶ୍ରୀ ଅନନ୍ତ ବାସୁଦେବ ମନ୍ଦିରରେ ପୂଳିତ ପତିତପାବନ । ବୋଧଖଣ୍ଡି ମେଳକ ଗ୍ରାମର ପତିତ ପାବନ , ପୂବାଶାସନ ଗ୍ରାମ ସ୍ଥିତ ଗୋପିନାଥ ମନ୍ଦିର,ବାଳକାଟି ମାହାଲ ସାହିର ଜଗନ୍ନାଥ ମନ୍ଦିର ରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ସ୍ନାନ ପୂର୍ଣ୍ଣିମା ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି।

ଉକ୍ତ ମନ୍ଦିର ମନଙ୍କରେ ନାମ ସଂକୀର୍ତନ ହରିବୋଲ ହୁଳହୁଳି ପ୍ରକମ୍ପିତ ହେଉଥିଲା।ଜୟଦେବ କେନ୍ଦୁବିଲ୍ଵ ଉପର ସାହି ଜଗନ୍ନାଥ ମନ୍ଦିରରେ ଶ୍ରୀ ମନ୍ଦିରର ନିର୍ଦ୍ଧାରିତ ନୀତି ଅନୁଯାୟୀ ସମସ୍ତ ସ୍ନାନ ପୂର୍ଣ୍ଣିମା ନୀର୍ତ୍ତି କାର୍ତ୍ତି ସମ୍ପର୍ଶ ହୋଇଛି। ସାନ୍ଧ୍ୟରେ ଜୟଦେବ କେନ୍ଦୁବିଲ୍ ଉପର ସାହି ଜଗନ୍ନାଥ ମନ୍ଦିରରେ ଶ୍ରଜାଉମାନଙ୍କ ହାତୀ ବେଶ ଥୁଲା ଅତି ରମଣୀୟ। ଏହାକୁ ଦର୍ଶନ କରିବା ପାଇଁ ବହୁ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ଭିଡ ପରିଲକ୍ଷିତ ହୋଇଥିଲା।