ହୋଟେଲରୁ ଚୋରି ଅଭିଯୋଗରେ କର୍ମଚାରୀ ଗିରଫ:

ବାଲିଅନ୍ତା ୧୩/୦୭:– ଅଭିଯୋଗକାରିଣୀ ଶ୍ରମତି ଅନ୍ନପୂର୍ଣ୍ଣା ପାତ୍ରଙ୍କ ଲିଖିତ ଅଭିଯୋଗ ଆଧାରରେ ଧଉଳି ଥାନା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରିବା ସହ ଅଭିଯୁକ୍ତ କେନ୍ଦ୍ରାପଡ଼ା ଜିଲ୍ଲା ପଟକୁରା ଥାନା ବିଛଣା, ନୂଆପଡ଼ା ଗ୍ରାମ ର ପ୍ରଣୟ କୁମାର ସାହୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ସୂଚନାଯୋଗ୍ୟ ଯେ, ଅଭିଯୋଗକାରିଣୀଙ୍କର ଲିଙ୍ଗିପୁର ଟ୍ରାଫିକ୍ ଛକରେ ଏକ ହୋଟେଲ ଅଛି । ଅଭିଯୁକ୍ତ ପ୍ରଣୟ କୁମାର ସାହୁ ତାଙ୍କ ହୋଟେଲରେ ଚାକିରି କରିବା ପାଇଁ ଆସିଥିଲେ । ଅଭିଯୋଗକାରିଣୀ ତାଙ୍କୁ ବିଶ୍ୱାସ କରି ହୋଟେଲରେ କାମରେ ନିଯୁକ୍ତି ଦେଇଥିଲେ । ପରେ ପ୍ରଣୟ କୌଶଳକ୍ରମେ ହୋଟେଲର ଚାବି ନିଜ ଅକ୍ତିଆରକୁ ନେଇଯାଇଥିଲେ ଏବଂ ରାତି ସମୟରେ ସେ ତାଙ୍କ ମାମୁଁ ଦିବାକର ସାହୁଙ୍କ ସହ ମିଶି ହୋଟେଲର ସମସ୍ତ ସାମଗ୍ରୀ, ଆସବାବପତ୍ର ଓ ନଗଦ ୧୦,୦୦୦ ଟଙ୍କା ଏବଂ ଅଭିଯୋଗକାରିଣୀଙ୍କ ମୋବାଇଲ ଫୋନ ଚୋରିକରି ଫେରାର ହୋଇଯାଇଥିଲେ । ଘଟଣା ଜାଣିବା ପରେ ଅଭିଯୋଗକାରିଣୀ ଥାନାରେ ମାମଲା ରୁଜୁ କରି ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ଘଟଣାର ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଥିଲେ । ତଦନ୍ତ ସମୟରେ ଜଣାପଡ଼ିଥିଲା ଯେ, ଅଭିଯୋଗକାରିଣୀ ଏବଂ ଅଭିଯୁକ୍ତ ଏକ ସାମାଜିକ ଗଣମାଧ୍ୟମ ଦ୍ବାରା ପରସ୍ପର ସହିତ ଚିହ୍ନାପରିଚୟ ହୋଇଥିଲେ । ପରେ ଉଭୟ ମିଶି ଲିଙ୍ଗିପୁର ଛକରେ ଏକ ଘରଭଡା ନେଇ ଫାଷ୍ଟଫୁଡ଼ ଦୋକାନ କରିବା ଲାଗି ଯୋଜନା କରିଥିଲେ । ପରେ ଦୋକାନ ଲାଗି ଆବଶ୍ୟକ ହେଉଥିବା ସମସ୍ତ ସାମଗ୍ରୀ ତଥା ଉପକରଣ ଅଭିଯୋଗକାରିଣୀ ଯୋଗାଇ ଦେଇଥିଲେ। କିନ୍ତୁ ବ୍ୟବସାୟ ଆରମ୍ଭ ହେବା ପୂର୍ବରୁ ଅଭିଯୁକ୍ତ ଉକ୍ତ ଦୋକାନରୁ ଚୋରୀ କରି ଫେରାର ହୋଇଯାଇଥିଲେ । ପୁଲିସ ମାମଲାର ତଦନ୍ତ କାଳରେ ଅଭିଯୁକ୍ତ ପ୍ରଣୟ କୁମାର ସାହୁଙ୍କୁ ଗିରଫ କରି ତାଙ୍କ ହେପାଜତରୁ ଏକ ଚୋରା ମୋବାଇଲ ଫୋନ ଜବତ କରିଥିବା ବେଳେ, ଅଭିଯୁକ୍ତ ନିଜର ଦୋଷ ସ୍ଵୀକାର କରିଥିଲେ । ଏହି ମାମଲାର ଅଧିକ ତଦନ୍ତ ବର୍ତ୍ତମାନ ଚାଲୁ ରହିଛି

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page