ଆମପାଣି ଏସ ଏସ ଡି ହାଇୟର ସେକେଣ୍ଡାରୀ ସ୍କୁଲର ବାର୍ଷିକ ଉତ୍ସବ

କୋକସରା ; ଚକ୍ରଧର ବେଶ୍ରା: କୋକସରା ବ୍ଲକ ଆମପାଣି ସ୍ଥିତ ସରକାରୀ ଏସଏସଡି ହାଇୟର ସେକେଣ୍ଡାରୀ ସ୍କୁଲର ପ୍ରଥମ ବାର୍ଷିକ ଉତ୍ସବ ଶୁକ୍ରବାର ଅନୁଷ୍ଠିତ ହୋଇଛି। କେଲେଜ ଅଧ୍ୟକ୍ଷ ଜୟ ପାଳଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉତ୍ସବରେ କୋକସରା ପଞ୍ଚାୟତ ସମିତି ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। କୋକସରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ଼ଃ ହିମାଞ୍ଚଳ ମାଝୀ ମୁଖ୍ୟ ବକ୍ତା, ସମାଜ ମଙ୍ଗଳ ଅଧିକାରୀ ଅଶୋକ କୁମାର ପରିଡ଼ା, ଏସ୍ଏସଡି ହାଇସ୍କୁଲର ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ସାହୁ, ପରିଚାଳନା କମିଟି ସଭାପତି ଋଷିମଣି ମାଝୀ, ଯୁବନେତା ଋତୁରାଜ ମାଝୀ, ସାମ୍ବାଦିକ ବିଜୟ କୁମାର ପଣ୍ଡା, ନକୁଳ ବାଣୁଆ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ। କଲେଜ ଅଧ୍ୟକ୍ଷ ପାଳ ବାର୍ଷିକ ବିବରଣୀ ପ୍ରଦାନ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ଏହି କ୍ରମରେ ଛାତ୍ରଛାତ୍ରୀ ମାନଙ୍କୁ ନେଇ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ମାନପତ୍ର ସହ ପୁରସ୍କାର ପ୍ରଦାନ କରାଯାଇଥିଲା। ପୁରସ୍କାର ବିତରଣ ଉତ୍ସବକୁ ଅଧ୍ୟାପିକା ମାନିନୀ ହରିଚନ୍ଦନ ପରିଚାଳନା କରିଥିବାବେଳେ କାର୍ଯ୍ୟକ୍ରମକୁ ଅଧ୍ୟାପକ ହବିରାମ ହରିଜନ ମଞ୍ଚ ସଂଯୋଜନା କରିଥିଲେ। ଅଧ୍ୟାପକ କ୍ଷମାନନ୍ଦ ତାଣ୍ଡି, ପୁଲସ୍ତି ମହାନନ୍ଦ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page