ନବରାତ୍ର ପୂଜା ଅବସରରେ ବରିଷ୍ଠ କଳାକାର ସମ୍ବର୍ଦ୍ଧନା।

ଖୋର୍ଦ୍ଧା,୧୯।୧୦:ଚିଲିକା ସଂଗୀତ ନାଟକ ଏକାଡେମୀ, ବାଲୁଗାଁ ଆୟୋଜିତ ନବରାତ୍ରପୂଜା ଅବସରରେ କୁମାରୀପୂଜା ଓ କଳାକାର ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସଂକଳ୍ପଧାରିଣୀ ଏକାଡେମୀର ସମ୍ପାଦିକା ସୁନିତା ଜେନାଙ୍କ ଦ୍ୱାରା ଆୟୋଜିତ ଏବଂ ଉଦଯାପିତ ଏହି କାର୍ଯ୍ୟକ୍ରମରେ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦର ଉପାଧ୍ୟାକ୍ଷା ଭଗବାନ ପ୍ରଧାନ -ମୁଖ୍ୟ ଅତିଥି ଏବଂ ବରିଷ୍ଠ ମଞ୍ଚ କଳାକାର ଲଳିତ କୁମାର ପଣ୍ଡା -ମୁଖ୍ୟ ବକ୍ତା, ନାଟ୍ୟ ନିର୍ଦେଶକ ତ୍ରିବିକ୍ରମ ପଣ୍ଡା, ଜୀବନ ବୀମା ନିଗମ, ବାଲୁଗାଁ ଶାଖା ର ଅଭିପ୍ରେରକ ଅମିତାଭ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉଦବୋଧନ ଦେଇଥିଲେ।

ଏହି ଅବସରରେ ଅନୁଷ୍ଠାନ ର କୁମାରୀ ମାନଙ୍କୁ ଦେବୀ ରୂପେ ପୂଜା କରାଯାଇ କୁମାରୀ ପୂଜା ଉତ୍ସବ ଅନୁଷ୍ଠିତ ହୋଇଥିଲା। ବରିଷ୍ଠ ମଞ୍ଚ କଳାକାର ଲଳିତ କୁମାର ପଣ୍ଡାଙ୍କୁ ତାଙ୍କର ଆଜୀବନ କଳା ସାଧନା ପାଇଁ ମୁଖ୍ୟ ଅତିଥିଙ୍କ ଦ୍ୱାରା ମାନପତ୍ର ଓ ଅଙ୍ଗବସ୍ତ୍ର ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।କାର୍ଯ୍ୟକ୍ରମକୁ ଅକ୍ଷୟ କୁମାର ସାହୁ ପରିଚାଳନା କରିଥିବା ବେଳେ ନାଟ୍ୟକାର ଭିକାରୀ ଚରଣ ପ୍ରଧାନ ସ୍ୱାଗତ ଭାଷଣ ଓ ଧନ୍ୟବାଦ ପ୍ରଦାନ କରିଥିଲେ।

ଦିଲ୍ଲୀପ କୁମାର ଶତପଥୀ
ଜିଲ୍ଲା ପ୍ରତିନିଧି, ଖୋର୍ଦ୍ଧା

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page