ସ୍ୱାଧୀନତା ସଂଗ୍ରାମୀ ଡାକ୍ତର ନୃସିଂହ ଚରଣ ସାମନ୍ତସିଂହାରଙ୍କ ସ୍ମୃତି ସଭା |

ଖୋର୍ଦ୍ଧା,୧୯।୧୦: ଚିଲିକା-ବାଣପୁର ଅଞ୍ଚଳର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ପ୍ରାକ୍ତନ ସାଂସଦ ତଥା ଓଡିଶା ଭାଗଚାଷ ଆନ୍ଦୋଳନର ପୁରୋଧା ସ୍ବର୍ଗତ ଡାକ୍ତର ନୃସିଂହଚରଣ ସାମନ୍ତସିଂହାରଙ୍କର ସ୍ମୃତି ସଭା ନୃସିଂହ ଚରଣ ସାମନ୍ତସିଂହାର ସ୍ମୃତି କମିଟି ଏବଂ ସାହିତ୍ୟ ସିନ୍ଦୁରାର ମିଳିତ ଆନୁକୂଲ୍ୟରେ ଶୁଭକଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇ ଯାଇଛି। ଖୋର୍ଦ୍ଧା ସ୍ଥିତ ଶ୍ରୀ ଜଗନ୍ନାଥ ସାହିତ୍ୟ ସଂସଦର ପ୍ରତିଷ୍ଠାତା ଆଇନଜିବୀ ଶିବସୁନ୍ଦର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସ୍ମୃତି ସଭାରେ ମୁଖ୍ୟଅତିଥି ଭାବେ ବିଶିଷ୍ଟ ଐତିହାସିକ ସତ୍ୟବାଦୀ ବଳିୟାରସିଂହ, ସମ୍ମାନୀତ ଅତିଥି ଭାବେ ବିଶ୍ଵମୁକ୍ତି ସାହିତ୍ୟ ପତ୍ରିକାର ସମ୍ପାଦକ ଡ଼କ୍ଟର ଶଶାଙ୍କ ଶେଖର ଚୂଡ଼ାମଣି, ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ଲେଖିକା ବିମଳା ସିଂହ ପ୍ରମୁଖ ଯୋଗଦେଇ ସ୍ବର୍ଗତ ସାମନ୍ତସିଂହାରଙ୍କ ଅନାଲୋଚିତ ଘଟଣା ବହୁଳ ଜୀବନୀ ଉପରେ ଆଲୋକପାତ କରିଥିଲେ।

ପ୍ରାରମ୍ଭରେ ମା’ ଭଗବତୀ ଓ ନୃସିଂହ ଚରଣ ସାମନ୍ତସିଂହାରଙ୍କ ଫୋଟୋ ଚିତ୍ରରେ ଅତିଥି ମାନଙ୍କ ଦ୍ୱାରା ପୁଷ୍ପ ମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ବଳନ ପରେ ମା ଭଗବତୀ କଳା ନିକେତନର ଶିଳ୍ପୀ ମାନେ ବନ୍ଦେମାତରମ୍, ବନ୍ଦେ ଉତ୍କଳ ଜନନୀ ସଂଗୀତ ଗାନ କରିଥିଲେ। ବରିଷ୍ଠ ଶିକ୍ଷକ କୈଳାସ ଚନ୍ଦ୍ର ହୋତା ଅତିଥି ପରିଚୟ ପ୍ରଦାନ ସହ ମଞ୍ଚ ସଂଚାଳନ କରିଥିଲେ।କବୟିତ୍ରୀ ସ୍ମୃତି ପଟ୍ଟନାୟକଙ୍କ ସଂଯୋଜନା ରେ ଏକ ମନୋଜ୍ଞ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା ଏବଂ କୈଳାଶ ଚନ୍ଦ୍ର ହୋତାଙ୍କ ଲିଖିତ ସମୃଦ୍ଧ ବାଣପୁର ଶୀର୍ଷକ ଏକ ପୁସ୍ତକ ଉନ୍ମୋଚିତ ହୋଇଥିଲା। ଏହି ଅବସରରେ ମେଧାବୀ ଛାତ୍ର ବୈଭବ ପଟ୍ଟନାୟକ, ସ୍ମୃତି ଫଳକ ପ୍ରଦାନ ଏବଂ ଛାତ୍ରୀ ସୁଶ୍ରୀ ସ୍ଵାଗତିକା ଖୁଣ୍ଟିଆ, ସୁଶ୍ରୀ ଦେବସ୍ମିତା ଜେନାଙ୍କୁ ପୁରସ୍କୃତ କରାଯାଇଥିଲା। ପରିଶେଷରେ ଧନ୍ୟବାଦ ପ୍ରଦାନ କରିଥିଲେ ଅଧ୍ୟାପକ ଡ଼କ୍ଟର କୈଳାସ ଚନ୍ଦ୍ର ମହାରଣା। ସାହିତ୍ୟ ସିନ୍ଦୁରା ର ପ୍ରତିଷ୍ଠାତା ଗୋଲକ ବିହାରୀ ପରିଡା ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରିଥିଲେ।

ଦିଲ୍ଲୀପ କୁମାର ଶତପଥୀ
ଜିଲ୍ଲା ପ୍ରତିନିଧି, ଖୋର୍ଦ୍ଧା

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page