ଭୁବନେଶ୍ୱର, ୨୮/୪ : ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ 179 ତମ ଜୟନ୍ତୀ ଅବସରରେ ଓଡ଼ିଶା ଉଦ୍ୟୋଗୀ ପରିବାର ପକ୍ଷରୁ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ସ୍ମୃତିଚାରଣ କରାଯାଇଥଲା । ଓଡ଼ିଶାର ଉଦ୍ୟୋଗ ଜଗତ ପାଇଁ ମଧୁବାବୁଙ୍କ ଅବଦାନ ଓ ଦୃଷ୍ଟିକୋଣ ଉପରେ ଆଲୋକପାତ କରି ଓଡ଼ିଶା ଉଦ୍ୟୋଗ ପରିବାରର ପ୍ରତିଷ୍ଠାତା ତଥା ଉଦ୍ୟୋଗୀ ଶିବ ନାରାୟଣ ମିଶ୍ର ତାଙ୍କ ଅଭିଭାଷଣ ରଖି କହିଥିଲେ ଯେ, ମଧୁସୂଦନ ଦାସ ଓଡ଼ିଆ ଜାତିକୁ ଆତ୍ମନିର୍ଭର ଓ ଉଦ୍ୟୋଗମୁଖୀ କରିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ। ଏହା ସହିତ ପ୍ରଥମ ଓଡ଼ିଆ ବାରିଷ୍ଟର, ଅଧିବକ୍ତା ସହିତ ଓଡ଼ିଆ ଭାଷା, ସାହିତ୍ୟ, ଶିଳ୍ପ ବିଶେଷ କରି ଉତ୍କଳ ଟ୍ୟାନେରୀ ନାମରେ ଏକ ଜୋତା କାରଖାନା ସ୍ଥାପନା କରି ସେ ସ୍ଥାନୀୟ ଯୁବକମାନଙ୍କୁ ଉଦ୍ୟୋଗୀ ହେବାକୁ ପ୍ରେରିତ କରିଥିଲେ ଓ ଆର୍ଥିକ ସ୍ୱାଧୀନତାର ପଥ ଦେଖାଇଥିଲେ, ଯାହାକି ବିରଳ l

ସଂଗଠନର ବରିଷ୍ଠ ଉପଦେଷ୍ଟା,ଡ଼ ସୁନିତ ମୁଣ୍ଡ ମଧୁସୂଦନ ଦାସଙ୍କୁ ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜଣାଇ କହିଥିଲେ ଯେ, ତାଙ୍କର ଜୀବନ ଓ କାର୍ଯ୍ୟ ଆମ ସମସ୍ତଙ୍କ ପାଇଁ ପ୍ରେରଣା ଓ ଆଦର୍ଶ। ଓଡ଼ିଶାବାସୀମାନେ ତାଙ୍କ ଦେଖାଇଥିବା ପଥରେ ଚାଲି ଉଦ୍ୟୋଗ, ରାଷ୍ଟ୍ରଚେତନା ଓ ଆତ୍ମନିର୍ଭରତାକୁ ପ୍ରାଧାନ୍ୟ ଦେବା ଆବଶ୍ୟକ।ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଉଦ୍ୟୋଗୀ ଶୀତାଂଶୁ ଶେଖର ମହାରଣା, ମଧୁସ୍ମିତା ପାତ୍ର, ଅଭିଷେକ ନନ୍ଦ,ବିଷ୍ଣୁ ମହାରଣା,ମନୋରଞ୍ଜନ ବାରିକ, ଦୀନବନ୍ଧୁ ଷଡ଼ଙ୍ଗୀ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l
ଶିବ ନାରାୟଣ ମିଶ୍ର ସଭାପତି
ଓଡିଶା ଉଦ୍ୟୋଗୀ ପରିବାର , ଭୁବନେଶ୍ୱର
ଦୂରଭାଷ -9437052624