ଭୁବନେଶ୍ୱର ତା 10/08/26 ଓଡ଼ିଆ ପାଲା ସଂସ୍କୃତିର ପ୍ରବାଦ ପୁରୁଷ ଗାୟକ ଶେଖର ଜଗନ୍ନାଥ ବେହେରା ଓ ଗାୟକ ସମ୍ରାଟ ଅଭୟ ଚରଣ ସ୍ୱାଇଁଙ୍କ ରାଜ୍ୟସ୍ତରୀୟ ଶ୍ରଦ୍ଧାଞ୍ଜଳି ସଭା ଓ ସ୍ମୃତିଚାରଣ କାର୍ଯ୍ୟକ୍ରମ ସ୍ଥାନୀୟ ଜୟଦେବ ଭବନ ଠାରେ ପୁଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନ, ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ, ନମାମି ମନ୍ଦାକିନୀ, ଦୈନିକ ସୁବାର୍ତ୍ତା ପକ୍ଷରୁ ଓଡିଶାର ସଂସ୍କୃତି ପୁରୁଷ ଡ଼ଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ଓ ବରିଷ୍ଠ ସାମ୍ବାଦିକ ଅଭିଯାନର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇ ଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ଉଦଘାଟକ ଭାବେ ପରମହଂସ ସ୍ଵାମୀ ବ୍ରହ୍ମାନନ୍ଦ ସରସ୍ବତୀ, ମୁଖ୍ୟ ଅତିଥି ଭାବେ ଇଷ୍ଟର୍ନ ମିଡ଼ିଆ ତଥା ଆମ ଓଡିଶା ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟନାୟକ, ସମ୍ମାନିତ ଅତିଥି ଭାବେ ମାନ୍ୟବର ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ,ମାନ୍ୟବର ବିଧାୟକ ପାଲ ଲହଡା ଅଶୋକ କୁମାର ମହାନ୍ତି,ଅନ୍ୟତମ ଅତିଥି ଭାବେ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ସଞ୍ଜୟ କୁମାର ଛୁଆଳସିଂହ ଉପସ୍ଥିତ ରହିବା ସହ ଓଡ଼ିଆ ପାଲା ସଂସ୍କୃତି, ଲୋକକଥାକୁ ସମାଜରେ ବ୍ୟାପକ ଭାବେ ପ୍ରଚାର ପ୍ରସାର କରାଇବା ସହିତ ଏକ ସକାରାତ୍ମକ ବୈପ୍ଲବିକ ପରିବର୍ତ୍ତନ ଆଣିବା ସହିତ ପାଲା, ସଂସ୍କୃତି ମାଧ୍ୟମରେ ଜନହିତକର ଅମୁଲ୍ୟ ଗାଥାକୁ ସାଧାରଣ ଜନତାଙ୍କ ପାଖରେ ଅତି ସୁନ୍ଦର ଭାବେ ପରିବେଷଣ କରି ଆସୁଥିଲେ, ଯାହାର କି ଅବର୍ଣ୍ଣନୀୟ ଥିଲା l

ଆଜିର ଯୁବପୀଢ଼ି ଆମ ପୁରାତନ ମହାନ ପରମ୍ପରା ସମ୍ପର୍କରେ ଅଧ୍ୟୟନ କରିବା ସହିତ ରାଷ୍ଟ୍ରର ହିତରେ କାର୍ଯ୍ୟ କରନ୍ତୁ ଶ୍ରୀଯୁକ୍ତ ଶତପଥୀଙ୍କ ସହ ବରେନ୍ୟ ଅତିଥି ସମୂହ ମତବ୍ୟକ୍ତ କରିଥିଲେ l ପ୍ରାରମ୍ଭରେ ଶବ୍ଦ ବ୍ରହ୍ମ ପରିପୋଷକ ଲମ୍ବୋଧର ବେହେରା ଓ ଗାୟକ ସନାତନ ଦାଶଙ୍କ ଦ୍ୱାରା ପାଲା ପରିବେଷଣ କରାଯାଇଥିଲା l ଏହି ଅବସରରେ ସମ୍ମାନିତ କରାଯାଇଥିଲା l ଏହିପରି କାର୍ଯ୍ୟକ୍ରମ ଆଗାମୀ ପୀଢ଼ିଙ୍କୁ ସୁବାର୍ତ୍ତା ଦେବ ବୋଲି ମତପ୍ରକାଶ ପାଇଥିବା ସହିତ ସଂସ୍କୃତି ପୁରୁଷ ଡ଼ଃ ଜ୍ଞାନେନ୍ଦ୍ର ଓ ପ୍ରଦ୍ୟୁମ୍ନ ବାବୁ ଉଭୟ ଏହିପରି କାର୍ଯ୍ୟକ୍ରମ ଆୟୋଜନ କରି ଆଗାମୀ ପୀଢ଼ିଙ୍କ ପ୍ରତି ଏକ ଉତ୍ତମ ମାର୍ଗ ପ୍ରସ୍ତୁତ କରିଛନ୍ତି ବୋଲି ଅତିଥି ସମୂହ ମତବ୍ୟକ୍ତ ପୂର୍ବକ କହିଥିଲେ l ସଶକ୍ତ ଓଡିଶାର ଆବାହକ ବିଜୟ କୁମାର ପ୍ରଧାନଙ୍କୁ ସମାଜସେବା ପାଇଁ ସମ୍ମାନିତ କରାଯାଇଥିଲା lବହୁ ପୁଜ୍ୟପୂଜା ସଂସ୍କୃତି ପ୍ରାଣ,ବୁଦ୍ଧିଜୀବି ଉପସ୍ଥିତ ରହିବା ସହ ଦୁଇ ମହାନ ଆତ୍ମାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l କାର୍ଯ୍ୟକ୍ରମକୁ ମୁଖପାତ୍ର ସାମ୍ବାଦିକ ଅରବିନ୍ଦ ତ୍ରିପାଠୀ, ସାହିତ୍ୟିକା ସରୋଜିନୀ ମିଶ୍ର,ସଂଯୋଜକ ବାପୁ ଓଝା,ଭାଷାପ୍ରାଣ ସନ୍ତୋଷ ଲେଙ୍କା, ସାମ୍ବାଦିକ ଚିରଞ୍ଜିବି ସେଠି,ପ୍ରିୟ ବ୍ରତ ବାରିକ, ନାରାୟଣ ଖୁଣ୍ଟିଆ ପ୍ରମୁଖ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ଶିକ୍ଷାବିତ, ଭାଷାପ୍ରାଣ ଡ଼ଃ ପ୍ରଦୀପ କୁମାର ବିଶ୍ୱାଳ