କ୍ରାନ୍ତିଦିବସରେ ରକ୍ତଦାନ ସହ ଯୁବପୀଢ଼ିଙ୍କୁ ବାର୍ତ୍ତା

ଭୁବନେଶ୍ୱର ତା 09/08/26 ଅଗଷ୍ଟ କ୍ରାନ୍ତିଦିବସ ଅବସରରେ “ସମାଜ ଓ ଉଇ ଫର ଭୁବନେଶ୍ୱର “ପକ୍ଷରୁ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ 98 ତମ ଶ୍ରାଦ୍ଧ ଦିବସ ଅବସରରେ ସ୍ଥାନୀୟ କଳ୍ପନା ସ୍ଥିତ 45 ନମ୍ବର ୱାର୍ଡ କାର୍ଯ୍ୟାଳୟରେ ଏକ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଉକ୍ତ ରକ୍ତଦାନ କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ବ୍ୟକ୍ତିବିଶେଷ, ସମାଜସେବୀ, ରକ୍ତଦାତା, ସାମ୍ବାଦିକ ପ୍ରମୁଖ ଉପସ୍ଥିତ ରହିବା ସହ ରକ୍ତଦାନ କରିଥିଲେ l ପୁଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ମୁଖପାତ୍ର, ସାମ୍ବାଦିକ ଅରବିନ୍ଦ ତ୍ରିପାଠୀ ରକ୍ତଦାନ କରିବା ସହ ଯୁବପୀଢ଼ିଙ୍କୁ ରାଷ୍ଟ୍ର ପାଇଁ ସମର୍ପିତ ହୋଇ କାର୍ଯ୍ୟ କରିବା ସହ ପୁଜ୍ୟପୂଜା, ନୈତିକ ମୂଲ୍ୟବୋଧ ପ୍ରମୁଖ ଉପରେ କାର୍ଯ୍ୟ କରିବାକୁ ମତରଖିଥିଲେ l ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସହ ସମାଜ ଓ ଅନୁଷ୍ଠାନ ପକ୍ଷରୁ ଗୋପୀନାଥ ବାରିକ, ନରେନ ସାହୁ, କର୍ପୋରେଟର ଅମରେଶ ଜେନା, ସମାଜସେବୀ ସୁଶାନ୍ତ ସାହୁ,ହର ପ୍ରସାଦ ମହାପାତ୍ର, ମନୋଜ ସ୍ୱାଇଁ ପ୍ରମୁଖ ଶିବିର ପରିଚାଳନା କରିଥିଲେ l ପ୍ରାୟ 223 ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଥିଲା l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page