ଅଗଷ୍ଟ ୯ ତାରିଖ କ୍ରାନ୍ତି ଦିବସରେ ନିଶା ହଟାଅ ଦେଶ ବଞ୍ଚାଅ କାର୍ଯ୍ୟକ୍ରମରେ ସାମିଲ ହେଲେ ଧଉଳି ସ୍ଵୟଂ ସହାୟତା ଗୋଷ୍ଠୀ।

ବାଲିଅନ୍ତା ୦୯/୦୮ :- ଦିନକୁ ଦିନ ମଦ ନିଶା ଓ ଅନ୍ୟାନ୍ୟ ନିଶାର ପ୍ରାଦୁର୍ଭାବ ବୃଦ୍ଧି ଘଟିବାରେ ଲାଗିଛି।ଯାହା ସହର ଠାରୁ ଗ୍ରାମ୍ୟ ଜୀବନକୁ କଳୁଷିତ କରିଚାଲିଛି। କେତୋଟି ମୁଷ୍ଟିମେୟ ବ୍ୟକ୍ତି ଲୁଚାଛପାରେ ବାହାରୁ ଦେଶୀ ମଦ ଆଣି ଗାଁ ଗହଳରେ ଯୁବ ବର୍ଗଙ୍କୁ ମଦୁଆ କରି ଭଲ ଭାବରେ ଦୁଇ ପଇସା ସହଜ ଉପାୟରେ ରୋଜଗାର କରିବାରେ ଲାଗିଛନ୍ତି। ଗାଁ ଗଣ୍ଡାରେ ଏହାର ପ୍ରାଦୁର୍ଭାବ ଦ୍ଵାରା ରାତି ହେଲେ ତାଟି କବାଟ ପଡିଯାଉଛି।ଏହାର ବାରଣ ପାଇଁ ମଦୁଆମାନଙ୍କ ଭୟରେ ଅଞ୍ଚଳ ବାସୀ ସ୍ଵର ଉତ୍ତୋଳନ ପାଇଁ ସାହସ କରି ପାରୁନାହାନ୍ତି। ଏହାର ପ୍ରତିକାର ପାଇଁ ମିଳିତ ନିଶା ନିବାରଣ ଭୁବନେଶ୍ୱରର ସଭାପତି ତଥା ସେବା ପ୍ରତିନିଧିର ମୁଖ୍ୟ ସଙ୍ଗଠକ ନୀଳମଣି ମିଶ୍ର, ଉପ ସଭାପତି ଗୀତାଞ୍ଜଳୀ ସ୍ଵାଇଁ, ସାଙ୍ଗଠନିକ ସମ୍ପାଦକ ଅରୁଣ କୁମାର ସ୍ଵାଇଁ ଧଉଳି ସ୍ଵୟଂ ସହାୟତା ଗୋଷ୍ଠୀରେ ଯୋଗ ଦେଇଥିଲେ। ବନିତା ମଲ୍ଲିକଙ୍କ ଦ୍ଵାରା ଧଉଳି ସ୍ଵୟଂ ସହାୟତା ଗୋଷ୍ଠୀର କାର୍ଯ୍ୟକଳାପ ଅତି ଉଚ୍ଚ କୋଟିର ହେବା ସହିତ ଆଦର୍ଶ ଗୋଷ୍ଠୀ ହିସାବରେ ଜନ ମାନସରେ ସ୍ଥାନ ପାଇଛି। ଏଥିରେ ଶ୍ରୀମତୀ ମଲ୍ଲିକଙ୍କ ସହିତ କୌଶଲ୍ୟା ବରାଳ, ବୀଣାପାଣି ସ୍ଵାଇଁ, ଚିନ୍ମୟୀ ବେହେରା, ସୁବାସିନୀ ପ୍ରଧାନ ଓ ଅନ୍ୟାନ୍ୟ ଅନ୍ତର୍ଭୁକ୍ତ। ଅଗଷ୍ଟ ନଅ ,କ୍ରାନ୍ତି ଦିବସ ପାଳନ କରାଯାଇ ଏ ଅଞ୍ଚଳରୁ ମଦ ନିଶା ସହ ଅନ୍ୟାନ୍ୟ ନିଶାର ହଟାଇବା ପାଇଁ ସପଥପାଠ କରାଯାଇଥିଲା।
ଏ ଅଞ୍ଚଳରେ ମଦ ବେପାର କରୁଥିବା ବ୍ୟକ୍ତି ସୁଧୁରି ଯିବାକୁ ଶ୍ରୀ ମିଶ୍ର ସଭାରେ ଅନୁରୋଧ କରିଥିଲେ। ନତୁବା ଆଗାମୀ ଦିନରେ ଏବାବଦରେ ପୋଲିସମାନଙ୍କ ସହାୟତା ନିଆଯିବ ଓ ଅନ୍ୟ ସ୍ଵୟଂ ସହାୟତା ଗୋଷ୍ଠୀ ତଥା ଜନସାଧାରଣଙ୍କୁ ମଦ ହଟାଅ ଦେଶ ବଞ୍ଚାଅ କାର୍ଯ୍ୟରେ ସାମିଲ କରି ବଡ଼ ଧରଣର ଆନ୍ଦୋଳନ କରାଯିବ ବୋଲି ଶ୍ରୀ ମିଶ୍ରଙ୍କ ସହିତ ଶ୍ରୀ ସ୍ଵାଇଁ ମତ ପ୍ରକାଶ କରିଥିଲେ। ବନବାସୀନୀ ମଲ୍ଲିକ ଯୋଗଦେଇଥିବା ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page