ଓଡ଼ିଶାରେ ଗାଣପତ୍ୟ ଉପାସନା ଶ୍ରୀଜଗନ୍ନାଥ ଚେତନାର ଏକ ପ୍ରମୁଖ ଅଙ୍ଗ

ଚିଲିକା,୧୫।୯:ଶ୍ରୀଗୁଣ୍ଡିଚା ଆଧ୍ୟାତ୍ମିକ ଟ୍ରଷ୍ଟ ପୁରୀ ଓଡିଶା,ଭାଷା ସୁରକ୍ଷା ସମ୍ମିଳନୀ ଚିଲିକା ଏବଂ ପ୍ରଗତିଶୀଳ ସାହିତ୍ୟ ସି ନ୍ଦରା ର ମିଳିତ ଆନୁକୂଲ୍ୟରେ ଓଡ଼ିଶାରେ ଗାଣପତ୍ୟ ଉପାସନା ଓ ଶ୍ରୀଜଗନ୍ନାଥ ସଂସ୍କୃତି ଶୀର୍ଷକ ଆଲୋଚନା ଚକ୍ର ବିଧାରପୁର ସ୍ଥିତ ଶୁଭମଙ୍ଗଳ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଅଧ୍ୟକ୍ଷତା କରିଥିଲେ ଟ୍ରଷ୍ଟ ର ସମ୍ପାଦକ ଲକ୍ଷ୍ମୀନାରାୟଣ ପଟ୍ଟନାୟକ। ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ବରିଷ୍ଠ ଦଇତାପତି ସେବକ ରଘୁନାଥ ଦାସ ମହାପାତ୍ର କହିଥିଲେ ଯେ ଓଡ଼ିଶାରେ ଗାଣପତ୍ୟ ଉପାସନା ଶ୍ରୀଜଗନ୍ନାଥ ଚେତନାର ଏକ ପ୍ରମୁଖ ଅଙ୍ଗ। ମନ୍ଦିର ଦ୍ୱାରଫିଟା ଏବଂ ଦ୍ୱାର ମୂଦ ବେଳେ ଯଥାକ୍ରମେ କାମୋଦ ଗଣପତି ଏବଂ କଳ୍ପଗଣପତି ଙ୍କୁ ଆରାଧନା କରାଯାଏ। ମୁଖ୍ୟବକ୍ତା ରୂପେ ଓଡ଼ିଆ ଭାଷା ଅଧ୍ୟାପକ ଡ଼ ଚନ୍ଦ୍ରଶେଖର ଦାଶ ଯୋଗ ଦେଇ କହିଲେ ନିତ୍ୟ ଗଣପତି, ତନ୍ତ୍ରଗଣପତି ସିଦ୍ଧଗଣପତି ଏବଂ ଆତ୍ମଜ୍ଞାନ ଗଣପତି ବାଣପୁର ମଣ୍ଡଳ ବଙ୍କାଡ଼ ଗଡ଼ ଭଗବତୀ ପୀଠ ଏବଂ ଚଣ୍ଡେଶ୍ୱର ମନ୍ଦିରରେ ରହିଅଛି ତେଣୁ, ଶ୍ରୀକ୍ଷେତ୍ର ଏବଂ ବାଣପୁର ଆଧ୍ୟାତ୍ମିକ ଚେତନାର ସମନ୍ୱୟ କ୍ଷେତ୍ର ଅଟେ। କାର୍ଯ୍ୟକ୍ରମ ଆରମ୍ଭରେ ଆଲୋଚନା ଚକ୍ର ର ମୁଖ୍ୟ ସଂଯୋଜକ ଭାବେ ଐତିହାସିକ ମଦନ ମୋହନ ମହାପାତ୍ର, ଅଭିମୁଖ୍ୟ ବର୍ଣନା କରିଥିଲେ।

ଉତ୍ସବ ରେ ଶ୍ରୀଦକ୍ଷେଶ୍ୱର ଭଗବତୀ ଟ୍ରଷ୍ଟ ବୋର୍ଡ ର ପ୍ରାକ୍ତନ ସଭାପତି ଲଳିତ ମୋହନ ପଟ୍ଟନାୟକ, ଆଧ୍ୟାପକ ଲଷ୍ମୀପ୍ରସାଦ ମିଶ୍ର ସାହିତ୍ୟ ସିନ୍ଦୁରା ର ସମ୍ପାଦକ ଗୋଲକ ବିହାରୀ ପରିଡା, ଭାଷା ସୁରକ୍ଷା ସମ୍ମିଳନୀ ଚିଲିକା ବାଣପୁର ର ସଭାପତି ରଙ୍କନାଥ ସେଠି ଯୋଗ ଦେଇଥିଲେ।ଏହି ଅବସରରେ ଐତିହାସିକ ମଦନ ମହାପାତ୍ର ଙ୍କ ରଚିତ ପୁସ୍ତକ ଶ୍ରୀବିରଜାଈ ଓ ଭଗବତୀ ଏକ ବୈଚାରିକ ଅଧ୍ୟୟନ ପୁସ୍ତକ ଅତିଥି ମାନଙ୍କ ଦ୍ୱାରା ଲୋକାର୍ପଣ ହୋଇଥିଲା। ସାହିତ୍ୟିକ ଗୋଲକ ଚରଣ ପରିଡା, ରଙ୍କନାଥ ସେଠି, ନାଟ୍ୟକାର ଭିକାରି ଚରଣ ପ୍ରଧାନ, କବି ଗୋପୀନାଥ ଦାଶ, ପ୍ରତିଭା ଦାଶ,ସାମ୍ୱାଦିକ ମହେଶ୍ୱର ଜେନା, ସଙ୍ଗୀତଜ୍ଞ ବିଷ୍ଣୁପ୍ରିୟା ବାରିକ, କବି ଲଷ୍ମୀପ୍ରସାଦ ମିଶ୍ର,ପୁରୁଷୋତ୍ତମ ମହାପାତ୍ର ଏବଂ ଗାଳ୍ପିକ ଶିବ ମିଶ୍ର ଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ସଂଯୋଜନା କରିଥିଲେ କବି ସର୍ବାଣୀ ଦାସ।ଦିଗମ୍ବର ବିଶ୍ୱାଳ, ଗୋଲକ ଚନ୍ଦ୍ର ଜେନା, ପ୍ରଫୁଲ୍ଲ ରାଉତ, ବନମାଳୀ ପୃଷ୍ଟି କବି ପ୍ରବାସିନୀ ମିଶ୍ର, ମିନତୀ ମିଶ୍ର ଏବଂ ସନ୍ଦୀପ କର୍ମକାର, ତପନ ସେଠି ପ୍ରମୁଖ ସହଯୋଗ ପ୍ରଦାନ କରିଥିଲେ ଧନ୍ୟବାଦ ଅର୍ପଣ କରିଥିଲେ ସୁଶ୍ରୀ କ୍ରିଷ୍ଣା ମହାପାତ୍ର।

ଦିଲ୍ଲୀପ କୁମାର ଶତପଥୀ
ଚିଲିକା ପ୍ରତିନିଧି

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page