ପୋଖରୀରେ ବୁଡ଼ି ଛାତ୍ରର ମୃତ୍ୟୁ

ଚିଲିକା, ୧୨l ୯: ଗୋପାଳପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଜାମୁସାହିସ୍ଥିତ ମସ୍ଜିଦ ର ମଉଲବୀ ମହମ୍ମଦ ଅଖ୍ଲାକ୍ ଓ ଫରାତୁନ୍ ବିବିଙ୍କ ୧୪ବର୍ଷର କନିଷ୍ଠ ପୁତ୍ର ମୀରାଜ୍ ଖାଁ ଜାମୁସାହି ରାସ୍ତା କଡ଼ରେ ସ୍ଥିତ ପୋଖରୀରେ ବୁଡି ଆଜି ପ୍ରାଣତ୍ୟାଗ କରିଛନ୍ତି।ସେ ଆଜି ସକାଳେଗାଧୋଉଥିବା ବେଳେ ପାଣିରେ ବୁଡି ଯାଇଥିଲେ। ଉକ୍ତ ଖବର ପାଇ ବେଗୁନିଆ ଅଗ୍ନିଶମ ବାହିନୀ ଦେଢ଼ ଘଣ୍ଟା ପରେ ଘଟଣାସ୍ଥଳରେ ପହଂଚି ଜଳ ମଧ୍ୟରୁ ପିଲା ଟିକୁ ଉଦ୍ଧାର କରିଥିଲା। ସେହି ସମୟରେ ବେଗୁନିଆ ଥାନା ନିରୀକ୍ଷକ ସୁକାନ୍ତ ଦଳାଇଙ୍କ ନିର୍ଦ୍ଦେଶରେ ପୋଲିସ୍ କର୍ମଚାରୀ ସେଠାରେ ଉପସ୍ଥିତ ଥିଲେ। କିଛି ସମୟ ପରେ ଶ୍ରୀ ଦଳାଇ ସେଠାରେ ପହଞ୍ଚିଥିଲେ। ଦମକଳ ବାହିନୀ ଦ୍ଵାରା ମୀରାଜ କୁ ରାଜସୁନାଖଳା ସ୍ଥିତ ସରକାରୀ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ଏହି ଦୁଃଖଦ ଖବର ପାଇ ବୋଲଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ବାଇଁ, ପ୍ରଧାନ ଶିକ୍ଷକ ଭିକାରୀ ପୁଷ୍ଟି, ଦାଶରଥି ସାହୁ, ସାଧନ କେନ୍ଦ୍ର ସଂଯୋଜକ ରବୀନ୍ଦ୍ର କୁମାର ବେହେରା, ଶିକ୍ଷକ ଦୁର୍ଗାପ୍ରସାଦ ସୁବୁଦ୍ଧି, ବିଜୟ କୁମାର ସାହୁ ସମେତ ବହୁ ଶିକ୍ଷକ ତାଙ୍କ ବାସଭବନରେ ମର ଶରୀରକୁ ଅନ୍ତିମ ଦର୍ଶନ କରି ପରିବାର କୁ ସମବେଦନା ଜଣାଇଥିଲେ। ମୃତ ବାଳକର ପିତା ଜଣେ ଆର୍ଥିକ ଦୁର୍ବଳ ବ୍ୟକ୍ତି ହୋଇଥିବାରୁ ତାଙ୍କୁ ସାହାଯ୍ୟ ପ୍ରଦାନ କରିବା ପାଇଁ ସରକାର ଓ ସହୃଦୟ ବ୍ୟକ୍ତିଙ୍କୁ ଜନସାଧାରଣ ଅନୁରୋଧ କରିଛନ୍ତି।

ଦିଲ୍ଲୀପ କୁମାର ଶତପଥୀ
ଚିଲିକା ପ୍ରତିନିଧି

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page