ବଲାଙ୍ଗିର: କେନ୍ଦୁପତ୍ର ହେଉଛି ପଶ୍ଚିମ ଓଡ଼ିଶାର ସବୁଜ ହୀରା।ଏହା ପଶ୍ଚିମ ଓଡ଼ିଶାରେ ବହୁ ମାତ୍ରାରେ ମିଳେ।ପଡ଼ିଆ ଜମିରେ କେନ୍ଦୁପତ୍ର ଉଠିଥାଏ।ବୁଦା ବୁଦା ହୋଇ ବିକ୍ଷିପ୍ତ ଭାବରେ ପଡ଼ିଆ ଜମି ମାନଙ୍କ ରେ ସବୁଜ ପତ୍ର ଆଚ୍ଛାଦିତ ହୋଇଥାଏ।ଜଙ୍ଗଲ ବିଭାଗର ଏକ ଅଂଶ କେନ୍ଦୁପତ୍ର ବିଭାଗ ଏହାର ସମ୍ପୂର୍ଣ ଦାୟିତ୍ଵ ବହନ କରେ।ଶ୍ରମିକଙ୍କ ଦ୍ଵାରା ପ୍ରଥମେ ପୁରୁଣା ବୁଦା ଗୁଡ଼ିକୁ କଟା ଯାଇଥାଏ।ବୁଦା କଟେଇ କୁ ବୁଶ କଟିଙ୍ଗ କୁହାଯାଏ।ଏହି କାର୍ଯ୍ୟରେ ଶ୍ରମିକ ମାନଙ୍କ ପାରିଶ୍ରମିକ ବାବଦକୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ।ବୁଦା କଟା ସରିଲା ପରେ ସେହି ବୁଦା ମାନଙ୍କରେ ପୁନଃ କଅଁଳ ପତ୍ର ହୁଏ।ଏହି ପତ୍ର ତୋଳିବା ପରିସ୍ଥିତିକୁ ଆସିଲେ ତାକୁ ପୁଣି ଶ୍ରମିକଙ୍କ ଦ୍ଵାରା ତୋଳା ଯାଏ।ସେହି ପତ୍ର କୁ ପତ୍ର ତୋଳାଳୀ ମାନେ କେରୀ କେରି କରି ବାନ୍ଧି କେନ୍ଦୁପତ୍ର ବିଭାଗକୁ ମୁନସୀ ଚପରାସିଙ୍କ ମାଧ୍ୟମରେ ଗଣନା କରି ଦେଇଥାନ୍ତି।ପତ୍ରକୁ କେରି ଏବଂ ଚଟ୍ଟା ଭାବରେ କେନ୍ଦୁପତ୍ର ବିଭାଗ ତୋଳାଳୀ ମାନଙ୍କ ଠାରୁ କିଣି ଥାଏ।ଏହି ପତ୍ର କିଣାରେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରିଥାନ୍ତି।କଞ୍ଚା ପତ୍ରକୁ ବିଡା ବିଡା କରି ଜମିରେ ଖୋଲା ଆକାଶ ତଳେ ଶୁଖାଯାଏ।ଶୁଖିଲା ପରେ ପତ୍ର କୁ ସଂଗ୍ରହ କରି ପତ୍ର ଫଡ଼ି କୁ ନିଆଯାଏ।ପତ୍ର ତୋଳାଳୀଙ୍କ ଠାରୁ ପତ୍ର କିଣିଲା ପରେ ପତ୍ରକୁ ଶୁଖାଇ ଫଡିକୁ ନେବା କେନ୍ଦୁପତ୍ର ବିଭାଗର ଦାୟିତ୍ଵ।ଏହାପରେ ଲକ୍ଷାଧିକ ଟଙ୍କା ପତ୍ର ବନ୍ଧେଇ ରେ ଖର୍ଚ୍ଚ ହୁଏ। ଗୋଚ୍ଛା କଟେଇ ସାଧାରଣତଃ ଫେବୃଆରୀ ମାସରେ ହୁଏ।ପ୍ରାୟ ଏପ୍ରିଲ,ମେ ମାସରୁ ପତ୍ର ତୋଲା ହୋଇଥାଏ।ପଶ୍ଚିମ ଓଡ଼ିଶାରେ ସାଧାରଣତଃ ଗ୍ରୀଷ୍ମର ପ୍ରଭାବ ମାର୍ଚ୍ଚ ମାସରୁ ଅନୁଭୂତ ହୋଇଥାଏ। ଅତ୍ୟଧିକ ଗ୍ରୀଷ୍ମ ର ପ୍ରଭାବରେ କାଳବୈଶାଖୀ ହୋଇଥାଏ।ଏଣୁ ପବନ ବର୍ଷା ର ସମ୍ଭାବନା ଥାଏ।ବର୍ଷା ଏବଂ କରା ମାଡ଼ରେ ବୁଦା ରେ ଥିବା ପତ୍ର ଗୁଡ଼ିକ ନଷ୍ଟ ହୁଏ।କେବେ କେବେ ପତ୍ର ମାନଙ୍କ ରେ ମାତା ହୋଇ ନଷ୍ଟ ହୋଇଯାଏ।ଲକ୍ଷାଧିକ ଟଙ୍କାର ବୁଶ କଟେଇ କ୍ଷତି ହୁଏ।ପତ୍ରତୋଳାପରେ କେବେ କେବେ କାଳବୈଶାଖୀ ପ୍ରଭାବରେ ଜମି ମାନଙ୍କରେ ସୁଖାଯାଇଥିବା ପତ୍ର ପବନରେ ଉଡ଼ି ଯାଇଥାଏ।ଅଦିନିଆ ବର୍ଷା ଜଳରେ ପତ୍ର ଭିଜି ନଷ୍ଟ ହୋଇଯାଇଥାଏ।ଯଦ୍ୱାରା ସରକାର ଙ୍କ କୋଟି କୋଟି ଟଙ୍କା ର ସମ୍ପତ୍ତି ନଷ୍ଟ ହୋଇ ଯାଇଥାଏ।ବର୍ଷ ବର୍ଷ ଧରି ସରକାର କେନ୍ଦୁପତ୍ର ବ୍ୟବସାୟ କରି ଶତ ପ୍ରତିଶତ ରାଜସ୍ବ ଗୋଟାଉଛନ୍ତି।ହେଲେ ବିଭାଗ କୋଟି କୋଟି ଟଙ୍କା ର ସମ୍ପତ୍ତି(କେନ୍ଦୁପତ୍ର)କୁ ଖୋଲା ଆକାଶ ତଳେ ଛାଡ଼ି ନିର୍ଭୀକ ନିଦ୍ରା ରେ ଶୋଉଥିବା ସରକାରୀ ଅର୍ଥ ର ଅପବ୍ୟବହାର।ପଶ୍ଚିମ ଓଡ଼ିଶାର ଅନେକ ସ୍ଥାନରେ କେନ୍ଦୁପତ୍ର ବିଭାଗର ସ୍ଥାୟୀ ଫଡ଼ି ନ ଥିବାରୁ ସମୟ ସମୟରେ ନିଆଁ ଲାଗି ଆମଦାନୀ କରାଯାଇଥିବା କୋଟି କୋଟି ଟଙ୍କାର କେନ୍ଦୁପତ୍ର ପୋଡ଼ି ଛାରଖାର ହୋଇଯାଏ।ପ୍ରକୃତ ରେ ନିଆଁ ଲାଗି ପୋଡିଛି ନା ନିଆଁ ଲଗେଇ ମିଛରେ କିଣା ଯାଇଥିବା ପତ୍ରକୁ ପୋଡ଼ି ପାଉଁଶ କରି ସରକାରୀ ବାବୁ ମାନେ ମାଲେମାଲ ହେଉଛନ୍ତି କି,ଏହାର ସରଜମିନ ତଦନ୍ତର ଆବଶ୍ୟକତା ଥିବା ବେଳେ ବିଭାଗର ତୁ ତ ମୁତୁରୀ ମୁଁ ତ ମୁତୁରୀ ଉପାଖ୍ୟାନ ଦେଖିବାକୁ ମିଳୁଛି।କେନ୍ଦୁ ପତ୍ର ବିଭାଗରେ ଥିବା ଅଧିକାରୀ,ମୁନସୀ,ଚପରାସି ବେଶ୍ ମାଲେ ମାଲ ହେଉଥିବା ଅନେକ ସମୟରେ ଚର୍ଚ୍ଚା ହୋଇଥାଏ। ଏହି ବ୍ୟବସାୟରେ ସରକାରୀ ଅର୍ଥ ଖର୍ଚ୍ଚ ହେଉଥିବା ବେଳେ ଏହାର ଦାୟିତ୍ବ ରେ ଥିବା କର୍ମଚାରୀ ମାନଙ୍କ ଅବହେଳା ହେଉ କିମ୍ବା ପ୍ରାକୃତିକ ବିପର୍ଯ୍ୟୟ ହେଉ ସମୁଲେ ବ୍ୟବସାୟ କୁ କ୍ଷତି ରେ ପହଞ୍ଚାଇଥାଏ।ଏଣୁ କଥାରେ ଅଛି ସରକାର କି ମାଲ ଦରିଆ ମେଁ ଡାଲ୍।ସରକାର କୋଟି କୋଟି ଟଙ୍କା ଏହି ବ୍ୟବସାୟ ରେ ବିନିଯୋଗ କରି କୋଟି କୋଟି ଟଙ୍କା ଆମଦାନୀ କରି ଏକ ବଡ ଧରଣର ରାଜସ୍ବ ପାଉଛନ୍ତି।ଏଣୁ ପତ୍ର ତୋଳା ପରେ ପତ୍ର କୁ ସୁରକ୍ଷାରେ ସୁଖାଇବା ପାଇଁ କିଛି ସ୍ଥାୟୀ ବ୍ୟବସ୍ଥା କଲେ ହେଉଥିବା କୋଟି କୋଟି ଟଙ୍କାର କ୍ଷୟକ୍ଷତି ତଥା ବାଟମାରଣା କୁ ରୋକାଯାଇ ପାରନ୍ତା। ଦେଖିବାକୁ ବାକି ରହିଲା ରାଜ୍ୟ ସରକାର କି ପଦକ୍ଷେପ ଗ୍ରହଣ କରିବେ ବୋଲି ଜନସାଧାରଣ ଙ୍କ ମଧ୍ଯ ରେ ଚର୍ଚ୍ଚା ଜୋର୍ ଧରିଛି l ବଲାଙ୍ଗିର ଜିଲ୍ଲା ରୁ ଅନ୍ତର୍ଯ୍ୟାମୀ ସାହୁ ଙ୍କ ରିପୋର୍ଟ୍ l
କୋଟି କୋଟି ଟଙ୍କାର ସମ୍ପତ୍ତି, ସବୁଜ ହୀରା ପଡ଼ି ରହିଛି ଖୋଲା ଆକାଶ ତଳେ
Social Share On:
Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp
Social Share On:
Related News
ବିହାରରୁ ଗିରଫ ହେଲେ ପ୍ରକାଶ ପାଶୱାନ: ସର୍କିଟ ହାଉସ୍ ମାମଲାରେ ମିଳିପାରେ ଗୁରୁତ୍ୱପୂର୍ଣ୍ଣ ସୂଚନା
ରାଉରକେଲା: ଦୀର୍ଘ ସମୟ ଧରି ଫେରାର ଥିବା ସର୍କିଟ ହାଉସ୍ ମାମଲାର ପ୍ରମୁଖ ଅଭିଯୁକ୍ତ ପ୍ରକାଶ ପାଶୱାନଙ୍କୁ ରାଉରକେଲା ପୁଲିସର ସ୍ୱତନ୍ତ୍ର ଟିମ୍ ବିହାରରୁ ଗିରଫ କରିଥିବା ସୂଚନା ମିଳିଛି। ତାଙ୍କ ଗିରଫକୁ ଏହି ବହୁଚର୍ଚ୍ଚିତ ମାମଲାରେ ପୁଲିସର ଏକ ଗୁରୁତ୍ୱପୂର୍ଣ୍ଣ
ସରପଞ୍ଚଙ୍କୁ ବିଡ଼ିଓଙ୍କ ଦୁର୍ବ୍ୟବହାର ଅଭିଯୋଗ
ବ୍ଲକ ସମ୍ମୁଖରେ ଧାରଣାରେ ବସିଲେ ସରପଞ୍ଚବାଲିଅନ୍ତା,୨୫|୮ ବାଲିଅନ୍ତା ବ୍ଲକ ସତ୍ୟଭାମାପୁର ପଞ୍ଚାୟତରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟରେ ବିଡ଼ିଓଙ୍କ ଟାଳଟୁଳ ନୀତି ଅଭିଯୋଗରେ ଆଜି ବ୍ଲକର ମୁଖ୍ୟ ଫାଟକ ସମ୍ମୁଖରେ ସରପଞ୍ଚ ରଶ୍ମିତା ଭୋଇ ନିଜ ସମର୍ଥକଙ୍କ ସହ ଧାରଣାରେ ବସିଥିଲେ l
ସର୍କିଟ ହାଉସ୍ ମାମଲା: ପ୍ରକାଶ ପାଶୱାନଙ୍କ ବିରୋଧରେ ଜାମିନବିହୀନ ପରୱାନା ଜାରି….
ରାଉରକେଲା: ପାନପୋଷ ସର୍କିଟ ହାଉସ୍ରୁ ଅସ୍ତ୍ରଶସ୍ତ୍ର ସହ ଅପରାଧୀ ଗିରଫ ମାମଲାରେ ଫେରାର ଥିବା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମଙ୍କ ମହାନଗର ନିଗମ ପ୍ରତିନିଧି ପ୍ରକାଶ ପାଶୱାନଙ୍କ ବିରୋଧରେ ଏସଡିଜେଏମ୍ କୋର୍ଟ ଜାମିନବିହୀନ ପରୱାନା (ଏନ୍ ବି ଡବ୍ଲ୍ୟୁ) ଜାରି କରିଛନ୍ତି।
କୋଶରଡା ଜଙ୍ଗଲରେ ଅବକାରୀର ସର୍ଜିକାଲ ଷ୍ଟ୍ରାଇକ୍: ୧୮.୬୮ ଲକ୍ଷର ମଦ ଭାଟି ଧ୍ୱଂସ ।
ଚିଲିକା, ୨୫ ।୮: ଖୋର୍ଦ୍ଧା ଜିଲ୍ଲା ଅବକାରୀ ଅଧୀକ୍ଷକ ଶ୍ରୀମତୀ ସୁମତି ତ୍ରିପାଠୀଙ୍କ ନିର୍ଦ୍ଦେଶ କ୍ରମେ ବାଣପୁର ବ୍ଲକ କୋଶରଡା ସଂରକ୍ଷିତ ଜଙ୍ଗଲରେ ଆଜି ଅବକାରୀ ବିଭାଗ ପକ୍ଷରୁ ଏକ ବଡ ଧରଣର ମିଳିତ ଚଢାଉ କରାଯାଇଛି ।ଖବର ଅନୁଯାୟୀ ଜଙ୍ଗଲ
କୁମାଣ୍ଡୋଳ ପାଟଣା ମହିଳା ସରପଞ୍ଚଙ୍କ ଅକାଳ ବିୟୋଗ |
ଚିଲିକା, ୨୫|୮:ଚିଲିକା ବ୍ଲକ ଅନ୍ତର୍ଗତ କୁମାଣ୍ଡୋଳ ପାଟଣା ଗ୍ରାମ ପଞ୍ଚାୟତର ମହିଳା ସରପଞ୍ଚ ସବିତା ସୁନ୍ଦରାୟଙ୍କର ଅକାଳ ବିୟୋଗ ସମଗ୍ର ଅଞ୍ଚଳରେ ଦୁଃଖଦ ପରିସ୍ଥିତି ସୃଷ୍ଟି କରିଛି।ସେ କିଛି ଦିନ ଧରି ଦୂରାରୋଗ୍ୟ ରୋଗରେ ପୀଡିତ ଥାଇ ଅସୁସ୍ଥ ଥିଲେ।ଜଣେ ଲୋକପ୍ରିୟ
ଦୁଇଟି କ୍ରମାଗତ ବନ୍ୟା ପରେ ସର୍ବାଧିକ କ୍ଷତିଗ୍ରସ୍ତ ଉପକୂଳ ଅଞ୍ଚଳର ଚାଷୀ କ୍ଲଷ୍ଟରଗୁଡ଼ିକରେ ରିଲିଫ ଅଭିଯାନ
ଉତ୍ତର ଓଡ଼ିଶାର ବନ୍ୟା ପ୍ରଭାବିତ ଚିଙ୍ଗୁଡ଼ି ଚାଷୀ ପରିବାରଙ୍କ ପାଖରେ ଜରୁରୀ ସାମଗ୍ରୀ ଓ ଶୁଖିଲା ଖାଦ୍ୟ ପହଞ୍ଚାଇଲା ଆକ୍ୱାପଲ୍ସଭୁବନେଶ୍ୱରସ୍ଥିତ ପଣ୍ଡ-ଟୁ-ପୋର୍ଟ ଚିଙ୍ଗୁଡ଼ି ଚାଷ ଓ ସାମୁଦ୍ରିକ ଖାଦ୍ୟ ରପ୍ତାନି କମ୍ପାନୀ ଆକ୍ୱାପଲ୍ସ (Phoenix Marine Exports and Solution Pvt.
ଚଳିତ ବର୍ଷ କେଉଁ ଦିନ ପାଳନ କରିବେ ରକ୍ଷାବନ୍ଧନ
ରକ୍ଷା ବନ୍ଧନ ବା ରାକ୍ଷୀ ପୂର୍ଣ୍ଣିମା, ଭାରତୀୟ ସଂସ୍କୃତି ପରମ୍ପରା ର ଆଉ ଏକ ବଡ ପର୍ବ । ଯେଉଁଠାରେ ଦ୍ଭାଇ-ଭଉଣୀ ର ଅନାବିଳ ସ୍ନେହ ପ୍ରେମ, ଭଲ ପାଇବାକୁ ବୁଝାଯାଏ । ଭାଇଟିଏ ପ୍ରତ୍ୟେକ ବର୍ଷ ଚାହିଁ ରହିଥାଏ କେବେ
ଓଡ଼ିଶା ଡିଜିଟାଲ ମିଡିଆ ମହାସଂଘର ପ୍ରଶିକ୍ଷଣ ଶିବିର
ପାଣିକୋଇଲି: ଓଡ଼ିଶା ଡିଜିଟାଲ ମିଡିଆ ମହାସଂଘର ଏକ ପ୍ରଶିକ୍ଷଣ ଶିବିର ଷଠିପୁର ବିଜେବି କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଖୋର୍ଦ୍ଧା, ପୁରୀ, ଭୁବନେଶ୍ଵର, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ଵର, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ ଆଦି ୧୨ଟି
ଆତ୍ମସମର୍ପଣକାରୀ ମାଓବାଦୀଙ୍କ ସୂଚନାରେ ବଡ଼ ସଫଳତା: ଜଙ୍ଗଲରୁ ଠାବ ହେଲା ମାଓବାଦୀଙ୍କ ଗୁପ୍ତ ଅସ୍ତ୍ରଭଣ୍ଡାର
ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କୁ ବିସ୍ତୃତ ପଚରାଉଚରା ବେଳେ ମିଳିଥିବା ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଆଧାରରେ ରାଉରକେଲା ପୋଲିସ ଏକ ବଡ଼ ସଫଳତା ହାସଲ କରିଛି।କେ.ବଲାଙ୍ଗ ଥାନା ଅଧୀନସ୍ତ ସିଲକୁଟା ସଂରକ୍ଷିତ ଜଙ୍ଗଲରେ ମାଓବାଦୀ ଗଚ୍ଛିତ ରଖିଥିବା ବିପୁଳ ଅସ୍ତ୍ର ଭଣ୍ଡାର କୁ ରାଉରକେଲା
ସ୍ଥାନୀୟ ଖାରବେଳ ନଗରସ୍ଥିତ ଗୋଦାବରୀଶ ସାହିତ୍ୟ ସଂସଦ ଠାରେ ସାହିତ୍ୟିକା, ଲେଖିକା ଜୟଶ୍ରୀ ଦାସଙ୍କ ଷୋହଳତମ କବିତା ସଂକଳନ “
ହେ ବୁଦ୍ଧ! ତୁମକୁ ପ୍ରଣାମ "ଲୋକାର୍ପିତ ହେବା ସହିତ ସାରସ୍ୱତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଗଣମାଧ୍ୟମ ଓ ସାମାଜିକ ଅନୁଷ୍ଠାନ "ଉତ୍କଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟ "ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି l ସାହିତ୍ୟିକା ସରୋଜିନୀ ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉଦଘାଟକ ଭାବେ
ସର୍କିଟ ହାଉସ୍ ମାମଲା: ତଦନ୍ତକୁ ଆହୁରି ତୀବ୍ର କଲା ପୋଲିସ୍, ଫେରାର ମାଷ୍ଟର୍ ମାଇଣ୍ଡକୁ ଧରିବା ପାଇଁ ରାଜ୍ୟ ବାହାରେ ୪ ଟିମ୍…
ରାଉରକେଲା, ୨୩ ଅଗଷ୍ଟ: ବହୁଚର୍ଚ୍ଚିତ ସର୍କିଟ ହାଉସ୍ ମାମଲାରେ ରାଉରକେଲା ପୋଲିସ୍ ତଦନ୍ତକୁ ଆହୁରି କ୍ରିୟାଶୀଳ କରିଛି। ଶନିବାର ମାମଲାରେ ଗିରଫ ହୋଇଥିବା ପ୍ରକାଶ ପାଶୱାନ ଦୁଇ ସହଯୋଗୀ ସୂରଜ ଗୁପ୍ତା ଓ ଆଦର୍ଶ ସାହୁଙ୍କୁ କୋର୍ଟ ଚାଲାଣ କରାଯାଇଛି।ଏପଟେ ଫେରାର
ଉତ୍ତରା ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ତାଳ ଚାରା ରୋପଣ
ବାଲିଅନ୍ତା,୨୩|୮(ଗୋବର୍ଦ୍ଧନ ଦାସ): ପରିବେଶ ସୁରକ୍ଷା ଓ ଜନସୁରକ୍ଷା ପାଇଁ ଉତ୍ତରା ବରିଷ୍ଠ ନାଗରୀକ ମଞ୍ଚ ପକ୍ଷରୁ ଆଜି ତାଳ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏଭଳି ଏକ ଅଭିନବ ପ୍ରୟାସ କରି ସମସ୍ତଙ୍କ ଉଦାହରଣ ପାଲଟିଛନ୍ତି ବରିଷ୍ଠ ନାଗରୀକ
ନିର୍ମାଣ ଅନୁଷ୍ଠାନ ପକ୍ଷରୁ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ନେଇ ଆଲୋଚନା ଚକ୍ର
ବାଲିଅନ୍ତା,୨୩|୮( ଗୋବର୍ଦ୍ଧନ ଦାସ):ବାଳକାଟି ସ୍ଥିତ ନିର୍ମାଣ ଶିକ୍ଷା ଅନୁଷ୍ଠାନ ଓ 'ଅରଟେକ୍ ଆଇ.ଟି.ଆଇ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ, ଶୃଙ୍ଖଳା ଏବଂ ସର୍ବାଙ୍ଗୀନ ବିକାଶ ନିମନ୍ତେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅନୁଷ୍ଠାନର ଅଧ୍ୟକ୍ଷ ସିଦ୍ଧେଶ୍ଵର ମହାନ୍ତିଙ୍କ
ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ରକ୍ତଦାନ ଶିବିର
ଚିଲିକା,୨୨ ।୮:ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ, ବାଣପୁରର ଦିବ୍ୟଜ୍ୟୋତି ଭବନଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମକୁମାରୀ ସୁଜାତା ମୁଖ୍ୟ ସଞ୍ଚାଳିକା ଭାବେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।ଏହି ରକ୍ତଦାନ ଶିବିରରେ ଯୁବ ସମାଜସେବୀ ତଥା ବାଣପୁର ବିଜେପି ଯୁବ ସଂଗଠକ
ସ୍ବର୍ଗତ ମୃତ୍ୟୁଞ୍ଜୟ ପରିଡାଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଓ ସ୍ମୃତିଚାରଣ ସଭା ଅନୁଷ୍ଠିତ
ଭୁବନେଶ୍ୱର ତା 21/08/26 ଯୁବ ସଂଗଠକ, କର୍ପୋରେଟ ପ୍ରତିଭା, ହାସ୍ୟ ଅଭିନେତା ତଥା ସମାଜସେବୀ ସ୍ବର୍ଗତ ମୃତ୍ୟୁଞ୍ଜୟ ପରିଡାଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଅବସରରେ "ସ୍ମୃତି ଅର୍ଘ୍ୟ "ସହିତ ସ୍ମୃତିଚାରଣ ସଭା "ମୃତ୍ୟୁଞ୍ଜୟ ସ୍ମୃତି କମିଟି ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି l
ବାଲୁଗାଁ ମହାବଦ୍ୟାଳୟରେ ବାଳିକା ଆତ୍ମରକ୍ଷା କୌଶଳ ତାଲିମ କାର୍ଯ୍ୟକ୍ରମ ଉଦଘାଟିତ ।
ଚିଲିକା, ୨୧। ୮: ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ଆର୍ଥିକ ପ୍ରୋତ୍ସାହନରେ ଆଜି ବାଲୁଗାଁ ମହାବିଦ୍ୟାଳୟ ଶକ୍ତିଶ୍ରୀ ସଶକ୍ତିକରଣ କେନ୍ଦ୍ର ଦ୍ୱାରା ଆୟୋଜିତ ବାଳିକା ଆତ୍ମରକ୍ଷା କୌଶଳ ତାଲିମ କାର୍ଯ୍ୟକ୍ରମ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଲଷ୍ମୀଧର ସୁବୁଦ୍ଧିଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି।
ରାଜଧାନୀରେ ଖୋଲିଲା ଷ୍ଟିଲକୋ ଫର୍ଣ୍ଣିଚର ସୋରୁମ୍
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ସତ୍ୟବିହାର ଛକ ନିକଟରେ ଉଦ୍ଘାଟିତ ହୋଇଯାଇଛି ସବୁଠାରୁ ନିର୍ଭରଯୋଗ୍ୟ ଓ ବିଳାସପୂର୍ଣ୍ଣ ଫର୍ନିଚର ସୋ' ରୁମ୍ ‘ଷ୍ଟିଲକୋ ଫର୍ନିଚର’ ଏବେ ଏହାର ପ୍ରମୁଖ ଫର୍ନିଚର ଷ୍ଟୋର । ରାଜଧାନୀବାସୀଙ୍କ ଚାହିଦା ମୁତାବକ ସମସ୍ତ ପ୍ରକାର ନୂତନ ଡିଜାଇନ୍କୁ
ଚତୁର୍ଥ ଦିନରେ ଓଡିଶା ଅଭିଭାବକ ମହାସଂଘର ଶିକ୍ଷା ସତ୍ୟାଗ୍ରହ ! ଗଣଶିକ୍ଷା ମନ୍ତ୍ରୀ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ସହ ଜାରିରହିଛି ଆଲୋଚନା l
ଆଜି ମଧ୍ୟ ପହଂଚି ସମର୍ଥନ ଜଣାଇଲେ ବରିଷ୍ଠ ରାଜନେତା,ଗଣ ସଂଗଠନ, ବୁଦ୍ଧିଜୀବୀ, ଛାତ୍ରନେତା, ଅଭିଭାବକଭୁବନେଶ୍ୱର ତା 20 ରିଖ lପ୍ରଥମ ରୁ ଅଷ୍ଟମ ପଯ୍ୟନ୍ତ ଭୁଲ ବହିକୁ ତୁରନ୍ତ ପ୍ରତ୍ୟାହାର, ପ୍ରାଇଭେଟ ସ୍କୁଲରେ ଆର୍ଥିକ ଦୁର୍ବଳ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ 25
ରିଜିଓନାଲ କରାଟେ ପ୍ରତିଯୋଗିତାରେ ଅଭିଲାଶାଙ୍କୁ ସ୍ୱର୍ଣ୍ଣ ପଦକ
ସୀଆଈଏସସୀଇ ନେଶନlଲ ଜିବେ ଅଭିଳାଷl ଟିଟଲାଗଡ଼ସ୍ଥିତ ସେଣ୍ଟ ଆନ୍ ସ୍କୁଲ ପରିସରରେ ସୀଆଈଏସସୀଇ ରିଜିଓନାଲ ସ୍ତରୀୟ କରାଟେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ବଲାଙ୍ଗୀର ଜିଲ୍ଲା କରାଟେ ଅର୍ଗାନାଇଜେସନର ଛାତ୍ରୀ ଅଭିଲାଶା ଚୌଧୁରୀ ଶ୍ରେଷ୍ଠ ପ୍ରଦର୍ଶନ କରି ସ୍ୱର୍ଣ୍ଣ ପଦକ
କାଳୀପ୍ରସାଦ ସାମନ୍ତରାୟ ଥିଲେ ଶିକ୍ଷା ଓ ସମାଜସେବାର ସମର୍ପିତ ପ୍ରତିଭା
ଭୁବନେଶ୍ୱର ତା 19/08/26 ବହୁମୁଖୀ ପ୍ରତିଭାଦୀପ୍ତ,ବିଶିଷ୍ଟ ସମାଜସେବୀ, ପରିବେଶବିତ ତଥା ବିଜୁପଟନାୟକ ଶିକ୍ଷାନୁଷ୍ଠାନର ପ୍ରତିଷ୍ଠାତା ସ୍ବର୍ଗତ କାଳୀପ୍ରସାଦ ସାମନ୍ତରାୟଙ୍କ ଅଷ୍ଟମ ଶ୍ରାଦ୍ଧ ବାର୍ଷିକ ପୁଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ, ବିଜୁ ପଟନାୟକ କମ୍ପୁଟର ଏକାଡେମୀ ପକ୍ଷରୁ ସ୍ଥାନୀୟ ବମିଖାଲସ୍ଥିତ ବିଜୁପଟନାୟକ କମ୍ପ୍ୟୁଟର
Politics
ବାଲୁଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଳିତ ହେଲା ୮୦ତମ ସ୍ୱାଧୀନତା ଦିବସ
Entertainment