ଖୋର୍ଦ୍ଧା,୧ ।୧୧:ଛତିଶଗଡ଼, ଭିଲାଇ ସ୍ଥିତ ନୃତ୍ୟ ଧାମ କଳାସମିତି ପକ୍ଷରୁ ଆୟୋଜିତ ଦେଶ ରାଗ -୨୦୨୬ ଜାତୀୟ ନୃତ୍ୟ ଉତ୍ସବରେ ବାଲୁଗାଁ ସ୍ଥିତ ଉତ୍ତରାୟଣୀ ସଂଗୀତ ବିଦ୍ୟାଳୟର ଶିଳ୍ପୀ ମାନେ ଓଡିଶୀ ଓ ଦାଣ୍ଡିଆ ନୃତ୍ୟ ପରିବେଷଣ କରି ପୁରସ୍କୃତ ହୋଇଛନ୍ତି। ବିଶିଷ୍ଟ ଓଡିଶୀ ନୃତ୍ୟ ଗୁରୁ ମାଧବ ଚନ୍ଦ୍ର ପଲେଇ ଙ୍କ ଶିଷ୍ୟା ଆରୁଷି ବଳିୟାରସିଂହ, ଆଦର୍ଶୀ ଦାସ ପ୍ରମୁଖ ଶିଶୁ ଶିଳ୍ପୀ ମାନେ ଭି୍ଲାଇ ସ୍ଥିତ ଏସ ଏନ ଜି ଭି ପି ପ୍ରେକ୍ଷା ଳୟ ରେ ଚାଲିଥିବା ଏହି ସପ୍ତାହ ବ୍ୟାପୀ ଉତ୍ସବ ରେ ଓଡିଶା ର ପ୍ରତିନିଧିତ୍ୱ କରି ବୃନ୍ଦ ନୃତ୍ୟ ରେ ପ୍ରଥମ ହେବା ସହ ଆୟୋଜକ ଙ୍କ ଠାରୁ ପୁରସ୍କାର ଗ୍ରହଣ କରିଛନ୍ତି। ଉକ୍ତ ସଂସ୍ଥାର ନୃତ୍ୟ ଗୁରୁ ମାଧବ ଚନ୍ଦ୍ର ପଲେଇ ଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଛି। ଏଥି ପାଇଁ ଉତ୍ତରାୟଣୀ ସଂଗୀତ ବିଦ୍ୟାଳୟର ସମ୍ପାଦିକା ପ୍ରବୀଣା ବଳିୟାରସିଂହ ଉକ୍ତ ଅନୁଷ୍ଠାନ କୁ କୃତଜ୍ଞତା ଜଣାଇଛନ୍ତି।

ଦିଲ୍ଲୀପ କୁମାର ଶତପଥୀ
ଜିଲ୍ଲା ପ୍ରତିନିଧି, ଖୋର୍ଦ୍ଧା