ଗାୟକ ବାକ୍ ଭୂଷଣ ଗୌରୀ ଶଙ୍କର ରଥଙ୍କ ଦ୍ଵାଦଶାହ ଶ୍ରଦ୍ଧାଞ୍ଜଳୀ ସଭା |

ଚିଲିକା,୨୮।୪: ସ୍ଵର୍ଗତ ଗାୟକ ବାକ୍ ଭୂଷଣ ଗୌରୀ ଶଙ୍କର ରଥଙ୍କ ଦ୍ଵାଦଶାହ ଶ୍ରଦ୍ଧାଞ୍ଜଳୀ ସଭା ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ନିଜ ଜନ୍ମ ସ୍ଥାନ ବଉଳା ବନ୍ଧ ଗ୍ରାମ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଏହି ଉପଲକ୍ଷେ ଅନୁଷ୍ଠିତ ସଭାରେ ଯୋଗ ଦେଇଥିବା ସମସ୍ତ ଅତିଥିମାନେ ସ୍ୱର୍ଗତ ଗାୟକ ଗୌରୀଶଙ୍କର ରଥଙ୍କ ତୈଳଚିତ୍ରରେ ଶ୍ରଦ୍ଧା ସୁମନ ଅର୍ପଣ କରିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା ।

ଗାୟକ ଦକ୍ଷୀଣ କେଶରୀ ରାମଚ଼ନ୍ଦ୍ର କରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଚଳୀ ସଭାରେ ନୀଳାଚଳ ନିଖିଳ ଉତ୍କଳ ପାଲାଗାୟକ ପରିଷଦର ରାଜ୍ୟ ଉପଦେଷ୍ଟା ତଥା ଚିଲିକା ବ୍ଳକର ପୂର୍ବତନ ଚେୟାରମ୍ୟାନ ଲଳିତ ମୋହନ ପଟ୍ଟନାୟକ, ଜାଗୃତିକାର ସଭାପତି ପ୍ରଫେସର ଗଙ୍ଗାଧର ପ୍ରଧାନ, ସଂପାଦକ ବିରଞ୍ଚିନାରାୟଣ ପ୍ରସାଦ ନାୟକ, ନୀଳକଣ୍ଠ ହୋଇସ୍କୁଲର ପ୍ରତିଷ୍ଠାତା ଡାକ୍ତର ମଧୁସୂଦନ ସେନାପତି, ଭଗବତୀ ମଣ୍ଡଳ ପାଲାଗାୟକ ପରିଷଦର ସଭାପତି ରମେଶ ଚନ୍ଦ୍ର ପାତ୍ର, ସଂପାଦକ ବିଭୂତି ଭୂଷଣ ଦାଶ,ଯୁବ ଜ୍ୟୋତି ହାଇସ୍କୁଲର ପ୍ରଧାନ ଶିକ୍ଷକ ଆଶିଷ କୁମାର ପତି, ଚିଲିକା ପୂଜ୍ୟ ପୂଜା ସଂସଦର ସଭାପତି ଦିଲ୍ଲୀପ କୁମାର ଶତପଥୀ, ସଂଗୀତଜ୍ଞ ଅଜିତ୍ କୁମାର ମିଶ୍ର, ବୋଲଗଡ ବି.ଇ.ଓ ପ୍ରମୋଦ କୁମାର ସ୍ୱାଇଁ,

ଶିକ୍ଷକ ଦୁର୍ଯ୍ୟୋଧନ ପ୍ରଧାନ, ଅଧ୍ୟାପକ ପ୍ରଦୀପ କୁମାର ମିଶ୍ର, ଅଧ୍ୟାପକ ତନ୍ମୟ କୁମାର ସାହୁ, ପ୍ରମୋଦ କୁମାର ଶତପଥୀ, ଗୀତାଶ୍ରୀ ଶରତ କୁମାର ହରିଚ଼ନ୍ଦନ ଶିକ୍ଷକ ବୃନ୍ଦାବନ ମହାରଣା ଓ ପାଲା ସହକର୍ମୀ ଶରତ ଚନ୍ଦ୍ର ବେହେରା ପ୍ରମୁଖ ଯୋଗ ଦେଇ ବାକ୍ ଭୂଷଣ ଗୌରୀ ଶଙ୍କର ରଥଙ୍କ ବହୁମୁଖୀ ପ୍ରତିଭାର ଗୁଣଗାନ କରିବା ସହ ତାଙ୍କ ବାକ୍ ଚାତୁରୀରେ ପ୍ରତିପକ୍ଷ ଗାୟକଙ୍କୁ କିପରି ପରାସ୍ତ କରିବା ସହ ତାଙ୍କର ଗାୟନ ଶୈଳୀ କିପରି ଉଚ୍ଚକୋଟୀର ଥିଲା ତାହା ଉପରେ କହିଥିଲେ । ଉକ୍ତ ଶ୍ରଦ୍ଧାଞ୍ଜଳୀ ସଭା ପୂର୍ବରୁ ପଲା ଓ ସଂକୀର୍ତନ ପରିବେଷଣ କରାଯାଇଥିଲା।

ଦିଲ୍ଲୀପ କୁମାର ଶତପଥୀ
ଚିଲିକା ପ୍ରତିନିଧି

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page