ଗୋଲାମୁଣ୍ଡା କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ

ଧର୍ମଗଡ ୨୮/୦୩/(ଜନ୍ମେଜୟ ନାଏକ ଙ୍କ ରିପୋର୍ଟ):
କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ସ୍ଥିତ କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟ ରେ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଓ ଖେଳଣା ପ୍ରସ୍ତୁତ କର୍ମଶାଳା ଶୁକ୍ରବାର ଅନୁଷ୍ଠିତ ହୋଇ ଯାଇଛି l କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ମୁରଲୀଧର ମାଝୀ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବିଦ୍ୟାଳୟ ର ପୂର୍ବତନ ପ୍ରଧାନ ଶିକ୍ଷକ ଗଗନ ବିହାରୀ ମୁଣ୍ଡ,ସମ୍ମାନିତ ଅତିଥି ଭାବରେ ମୋ ସ୍କୁଲ ଅଭିଯାନ କମିଟି ର ସଭାପତି ନକୁଳ ବିଶି, ରାଜେଶ ଅଗ୍ରୱାଲ, ପ୍ରକାଶ ଅଗ୍ରୱାଲ, ଗୋଲାମୁଣ୍ଡା କ୍ଲଷ୍ଟର ସିଆରସିସି ଥବିର ମାଝୀ,ସମାଜସେବୀ ଶ୍ୟାମ ସୁନ୍ଦର ଅଗ୍ରୱାଲ ପ୍ରମୁଖ ମଞ୍ଚାସିନ ହୋଇଥିଲେ। ଅନୁଷ୍ଠିତ ବିଭିନ୍ନ ପ୍ରତି ଯୋଗିତା ରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା। ପରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା l ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ରାଜୀବ କୁମାର ଖମାରୀ ପରିଚାଳନା କରିଥିବା ବେଳେ ଶିକ୍ଷୟିତ୍ରୀ ସଂଯୁକ୍ତା ରାଉତ ଧନ୍ୟବାଦ ଅର୍ପଣ ଓ ସାଗରିକା ବିଶି ବିଦ୍ୟାଳୟ ର ବାର୍ଷିକ ବୀବରଣୀ ପଠନ କରିଥିଲେ l l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page