ବୋଲଗଡ଼ରେ ପାଚିକା -ସହାୟିକାଙ୍କର ତାଲିମ ଶିବିର

ଚିଲିକା, ୨୫।୭:ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ପୋଷଣ ନୋଡାଲ ଅଧିକାରୀଙ୍କ ନିର୍ଦ୍ଦେଶରେ ବୋଲଗଡ଼ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ମାଧ୍ୟାମିକ, ଉଚ୍ଚ ପ୍ରାଥମିକ ଓ ପ୍ରାଥମିକ ସମସ୍ତ ସରକାରୀ ବିଦ୍ୟାଳୟରେ କାର୍ଯ୍ୟରତ ପାଚିକା -ସହାୟିକାମାନଙ୍କ ନିମିତ୍ତ ଶନିବାର ଦିନ ତାଲିମ ଶିବିର ଅନୁଷ୍ଠିତ ହୋଇ ଯାଇଛି l ପ୍ରତି ସାଧନ କେନ୍ଦ୍ର ପାଇଁ ଗୋଟିଏ ଲେଖାଏଁ ମୋଟ ୧୪ଟି ତାଲିମ କେନ୍ଦ୍ରରେ ତାଲିମର ଆୟୋଜନ କରାଯାଇଥିଲା l ଏହାର ସଫଳତା ନିମିତ୍ତ ଅତିରିକ୍ତ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଅଧିକାରୀ ବିଜୟ କୁମାର ବେହେରା ସୁପରାମର୍ଶ ପ୍ରଦାନ କରିଥିଲେ l ୧୪ଜଣ ସି.ଆର. ସି.ସି.ଏଵଂ ୧୪ଜଣ ଶିକ୍ଷକ ୩୮୫ପାଚିକା -ସହାୟିକାଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ l

ନିୟମିତ ନଖ କାଟିବା, ନଖ ପାଲିସ ବ୍ୟବହାର ଏବଂ ମଦ ଖଇନି, ଗୁଟଖା, ତମାଖୁ ସେବନରୁ ନିବୃତ୍ତ ହେବା, ଶ୍ୱେତବସ୍ତ୍ର ଓ ଆପ୍ରନ ପରିଧାନ କରିବା, ସାବୁନ ବା ହ୍ୟାଣ୍ଡ ୱାସ ବ୍ୟବହାର କରି କହୁଣୀଠାରୁ ହାତ ଧୋଇବା, ଅଣ୍ଡାକୁ ପାଣିରେ ବୁଡାଇ ମାନ ଯାଞ୍ଚ କରିବା, ଡାଲି, ସୋୟାବିନ, ତେଲକୁ ଘୋଡଣୀ ଥିବା ପାତ୍ରରେ ରଖିବା, ଚାଉଳ, ପରିବା ଧୋଇ ରୋଷେଇ କରିବା, ପରିବା ଚୋପା, ଅଣ୍ଡାଖୋଳ ଓ ବଳକା ଖାଦ୍ୟକୁ ସବୁଜ ରଙ୍ଗର ଡ଼ଷ୍ଟବିନରେ, ଏବଂ କାଗଜ ପେଟିକୁ ନୀଳ ଡ଼ଷ୍ଟବିନରେ ରଖିବାକୁ ପ୍ରଶିକ୍ଷାର୍ଥୀ ମାନଙ୍କୁ ସେମାନେ ଉପଦେଶ ପ୍ରଦାନ କରିଥିଲେ l ଗୋଷ୍ଠୀ ଶିକ୍ଷାଧିକାରୀ ପ୍ରମୋଦ କୁମାର ସ୍ୱାଇଁ ଓ ବ୍ଲକ ମଧ୍ୟାହ୍ନ ଭୋଜନ ପ୍ରୋଗ୍ରାମର ସଞ୍ଜୟ କୁମାର ଦଳାଇ ବିଭିନ୍ନ କେନ୍ଦ୍ର ପରିଦର୍ଶନ କରି ପ୍ରଶିକ୍ଷକ କାର୍ଯ୍ୟ ତଦାରଖ କରିଥିଲେ l

ଦିଲ୍ଲୀପ କୁମାର ଶତପଥୀ
ଚିଲିକା ପ୍ରତିନିଧି

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page