ଭୁବନେଶ୍ୱର ତା 8 ରିଖ l ଓଡ଼ିଶା ଅଭିଭାବକ ମହାସଂଘ ତରଫରୁ ଆଜି ସିଏଚ୍ଏସ୍ଇ କାର୍ଯ୍ୟାଳୟ ସମ୍ମୁଖରେ ପରୀକ୍ଷା ଖାତା ମୂଲ୍ୟାୟନ ଘୋଟାଲାର ବିଚାରବିଭାଗୀୟ ତଦନ୍ତ ଦାବୀରେ ଆମରଣ ଅନଶନରେ ବସିଥିଲା l ସର୍ବ ଭାରତୀୟ ସ୍ତରରେ ନିଟ, ସିବି ଏସଇ ଏବଂ ସିୟୁଇଟି ପରୀକ୍ଷାରେ ବିଭ୍ରାଟ ଓ ମୂଲ୍ୟାୟନ ତ୍ରୁଟି କୁ ନେଇ ବର୍ତମାନ ଲକ୍ଷ ଲକ୍ଷ ଅଭିଭାବକ ଓ ଛାତ୍ର ଛାତ୍ରୀ ଭବିଷ୍ୟତ ପଦପେକ୍ଷକୁ ନେଇ ଆଶା ଆଶଙ୍କା ଓ ସନ୍ଦିହାନ ଅବସ୍ଥାରେ ଅଛନ୍ତି l ଆନ୍ଧ୍ର ପ୍ରଦେଶରେ ମୂଲ୍ୟାୟନ ତ୍ରୁଟି ଯୋଗୁଁ 18 ଜଣ ପିଲାଙ୍କ ଆତ୍ମହତ୍ୟା ଭଳି ଦୁର୍ଘଟଣା ପାଇଁ ଦାୟୀ ବ୍ଲାକ ଲିଷ୍ଟଏଡ କମ୍ପାନୀ ଗ୍ଲୋବାରୀନା ଇନ୍ଫୋଟେକ ର ପରିବର୍ତ୍ତିତ ରୁପ “COEMPT EDUTECK କମ୍ପାନୀକୁ କେଉଁ ଅlଧlରରେ ସରକାର ଓ ସିଏଚ୍ଏସ୍ଇ କର୍ତ୍ତୃପକ୍ଷ ମୂଲ୍ୟାୟନ ଦାୟିତ୍ୱ ଦେଇଥିଲେ l ତାଠୁ ଆହୁରି ସଂଗୀନ କଥା ହେଲା କି coempt edutek ବିନା ଅନୁମୋଦନରେ ଆଉ ଗୋଟିଏ ତୃତୀୟ ପକ୍ଷ କମ୍ପାନୀ “ଏମ ଏସ କୋଡ଼ ତନ୍ତ୍ର ଟେକ ସାଲ୍ୟୁସନ” କୁ ମୂଲ୍ୟାୟନ କାର୍ଯ୍ୟ ଦେଇଛି? ଏହା CBSE, NEET ଠୁ ବଡ଼ ଘୋଟାଲା। ଜଣେ ଛାତ୍ର ସିଏଚ୍ଏସ୍ଇ ବୋର୍ଡ ପରୀକ୍ଷାରେ ୧00 ଫୁଲମାର୍କ ରୁ ୧୦୨ ନମ୍ବର ପାଇଛି l ତ୍ରୁଟି ର ଏହା ଜ୍ୱଳନ୍ତ ଉଦାହରଣ l ହଜାର ହଜାର ପିଲା ମୂଲ୍ୟାୟନ ତ୍ରୁଟିର ଗୁରୁତର ଅଭିଯୋଗ ଆଣିଛନ୍ତି l । 2025 ଡିସେମ୍ବରରେ ସି ଏଚ ଏସ ଇ ଡ଼ାକିଥିବା ଟେଣ୍ଡର ରେ 12 ଜଣ ସାମିଲ ହୋଇଥିଲେ l ହେଲେ ସେମାନଙ୍କ ଭିତରୁ କେବଳ କୋଏଣ୍ଟ ଏଡ଼ୁକେଟ ଓ ମାଗ୍ନେଟିକ ଇନ୍ଫୋଟେକ ଦୁଇଟି ସଂସ୍ଥା ଯୋଗ୍ୟ ହୋଇଥିଲେ l ଏଠାରେ ପ୍ରଶ୍ନ ଉଠୁଛି କି ଯାହାର ମାତ୍ର 6 ବର୍ଷ ର ଅଭିଜ୍ଞତା ଅଛି କେମିତି ଓ କେଉଁ ଅନ୍ତର୍ନିହିତ କାରଣ ଓ କାହା ପ୍ରରୋଚନା କି କେଉଁ ଉଦ୍ୟେଶ୍ୟରେ ସର୍ବନିମ୍ନ 15 ବର୍ଷ ଅଭିଜ୍ଞତା କୁ ଅଣଦେଖା କରି 2019 ରେ ଗଠିତ ମାତ୍ର COEMPT EduTekକୁ ଓଡ଼ିଶାରେ ସୁରକ୍ଷା ଦିଆଯାଉଛି ବୋଲି ପ୍ରଶ୍ନ କରିଛି ମହାସଂଘ l ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ସୁରକ୍ଷା ସହ ଏହି ଘୋଟଲା ବିଚାର ବିଭାଗୀୟ ତଦନ୍ତ ଦାବୀରେ ଓଡିଶା ଅଭିଭାବକ ମହାସଂଘର ଅନଶନ ଚାଲୁଥିବା ବେଳେ ସଭାପତି ବାସୁଦେବ ଭଟ୍ଟ, କାର୍ଯ୍ୟକାରୀ ସଭାପତି ପ୍ରସନ୍ନ ବିଷୋୟୀ, ମହାସଚିବ ଅଶୋକ ପାଇକରାୟ, ସାଧାରଣ ସମ୍ପାଦକ ସତ୍ୟଜିତ ଦାସଙ୍କୁ ନେଇ ଏକ ପ୍ରତିନିଧି ମଣ୍ଡଳୀ ପରିଷଦ ଅଧକ୍ଷ ଙ୍କ ସହ .. ଆଲୋଚନା କରିଥିଲେ l ଆଲୋଚନା ବେଳେ ପରିଷଦ ଏକ ସ୍ୱତନ୍ତ୍ର ତଦନ୍ତ ତୁରନ୍ତ ଆରମ୍ଭ କରିବ ସେଥିରେ ଅଭିଭାବକ ମହାସଂଘକୁ ସାମିଲ କରି ପରାମର୍ଶ ନେଇ କାର୍ଯ୍ୟ କରିବାକୁ ନିଷ୍ପତି ହୋଇଥିଲା l ଆଜିର ଏହି ଅନଶନ ରେ ପଦ୍ମନାଭ ସାହୁ,ଅରୁଣ ସ୍ୱାଇଁ,କଳ୍ପନା ସାହୁ,ବିମଲ ଜେନା, ବାବୁଲି ସୁବ୍ରତ ସାହୁ, ଶଙ୍କର୍ଷଣ ବାରିକ,ଲଲାଟ ଜେନା,ବାବା ଶଙ୍କର ପ୍ରସାଦ, ଅମିତ ଦାସ,ବିଭୁତି ବିଶ୍ୱାଳଙ୍କ ସମେତ ଅନେକ ଅଭିଭାବକ ଯୋଗ ଦେଇଥିଲେ
ଘୋଟାଲାର ସ୍ୱତନ୍ତ୍ର ତଦନ୍ତ ବେଳେ ଅଭିଭାବକ ମହାସଂଘର ପରାମର୍ଶ ପାଇଁ ଅଧ୍ୟକ୍ଷଙ୍କ ପ୍ରତିଶୃତି
Social Share On:
Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp
Social Share On:
Related News
ରାଧାକୃଷ୍ଣ ମନ୍ଦିରସ୍ଥ ଗୁଣ୍ଡିଚାମନ୍ଦିରରେ ନବମୀ ସନ୍ଧ୍ୟା ଦର୍ଶନରେ ଭଜନ ସମାରୋହ ଓ ନୃତ୍ୟରେ ବିଭୋର ଶ୍ରଦ୍ଧାଳୁ
ଭୁବନେଶ୍ୱର ତା 23 ରିଖ l ଆସନ୍ତା କାଲି ବାହୁଡା଼ ଯାତ୍ରା l ମାଉସୀ ମା ଘର ଛାଡି ଚାଲି ଯିବେ ରତ୍ନବେଦୀକୁ l ରଥ ଦକ୍ଷିଣ ମୋଡ଼ ହୋଇ ସାରିଛି l ମହାପ୍ରଭୁଙ୍କ ରଥଯାତ୍ରା ମହାପର୍ବର ଆଜି ଥିଲା ପବିତ୍ର
ଉଦ୍ୟୋଗୀଙ୍କ ସମ୍ମାନ,ସୁରକ୍ଷା ସମୃଦ୍ଧି ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ
ଭୁବନେଶ୍ୱର ତା 22/07/26 ସ୍ଥାନୀୟ ବୁଦ୍ଧମନ୍ଦିର ପରିସରରେ ଓଡିଶା ଉଦ୍ୟୋଗୀ ପରିବାରର ମାସିକ ସମୀକ୍ଷା ବୈଠକ ଅଧ୍ୟକ୍ଷ, ବିଶିଷ୍ଟ ଉଦ୍ୟୋଗୀ ଶିବ ନାରାୟଣ ମିଶ୍ରଙ୍କ ସଭାପତିତ୍ବ ଓ ବିଜୟ କୁମାର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି l ବରିଷ୍ଠ ଉଦ୍ୟୋଗୀ ଅମୀୟ
ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟରେ ସର୍ବେକ୍ଷଣ ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମ l
ଚିଲିକା,୨୨। ୭ : ବେଗୁନିଆସ୍ଥିତ ପି ଏମ ଶ୍ରୀ ଗୋପବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟର ସମ୍ମିଳନୀ କକ୍ଷରେ ବେଗୁନିଆ ଓ ବୋଲଗଡ଼ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଭୁକ୍ତ ସମସ୍ତ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ / ଶିକ୍ଷୟିତ୍ରୀ, ଗୋଷ୍ଠୀ ଶିକ୍ଷା ଅଧିକାରୀ
ମା’ ଜାଗେଶ୍ୱରୀଙ୍କ ନୂତନ ମନ୍ଦିରର ରତ୍ନମୁଦ ଉତ୍ସବ
ନିମାପଡ଼ା: ମାଆ ଜାଗେଶ୍ୱରୀ ଦେବୀଙ୍କ ନୂତନ ମନ୍ଦିରର ରତ୍ନମୁଦ ଉତ୍ସବ ଭବ୍ୟତାର ସହ ଅନୁଷ୍ଠିତ ହୋଇଛି । ହେରାପଞ୍ଚମୀ ତିଥିରେ ଛେନୁଅଁ ଗୁଡୁସାହିରେ ହୋମ-ଯଜ୍ଞ ଓ ହରିନାମରେ ପ୍ରକମ୍ପିତ ହୋଇଛି । ଶତାଧିକ ପୁରୁଷ ମହିଳା ଏକତ୍ର ହୋଇ ନୂତନ ମନ୍ଦିରର
“ଓଡ଼ିଆ କଳାକାରଙ୍କ ସ୍ୱର, ଆସନ୍ତା ଜୁଲାଇ ମାସ ୨୪ ତାରିଖ ଦିନ ସ୍ଥାନୀୟ ଭଞ୍ଜ କଳାମଣ୍ଡପ, ଭୁବନେଶ୍ୱର ଠାରେ ରାଜ୍ୟ ସ୍ତରୀୟ କଳାକାର ଦିବସ ଆୟୋଜନ
ଭୁବନେଶ୍ବର - "ଓଡ଼ିଆ କଳାକାରଙ୍କ ସ୍ୱର" (OKS), ପରିବାର ପକ୍ଷରୁ ଆସନ୍ତା ଜୁଲାଇ ମାସ ୨୪ ତାରିଖ ଦିନ ସ୍ଥାନୀୟ ଭଞ୍ଜ କଳାମଣ୍ଡପ, ଭୁବନେଶ୍ୱର ଠାରେ ରାଜ୍ୟ ସ୍ତରୀୟ କଳାକାର ଦିବସ ଆୟୋଜନ କରାଯାଉଅଛି । ଏହି କଳାକାର ଦିବସ ଗତ
ସୁଦର୍ଶନ ଦାରୁସ୍ଥଳୀରେ ହେରାପଞ୍ଚମୀ ଅନୁଷ୍ଠିତ
ବାଲିଅନ୍ତା,୨୦|୭(ଗୋବର୍ଦ୍ଧନ ଦାସ):ଭୁବନେଶ୍ୱର ଉପକଣ୍ଠ ହୀରାପୁର ଗଡ଼କଣ୍ଟୁଣିଆ ଠାରେ ଅବସ୍ଥାପିତ ଶ୍ରୀ ସୁଦର୍ଶନ ଦାରୁସ୍ଥଳୀରେ ନୀତିକ୍ରାନ୍ତି ଅନୁସାରେ ପାଳନ ହେଉଥିବା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନବଦିନାତ୍ମକ ଘୋଷଯାତ୍ରାର ପଞ୍ଚମ ଦିନ l ଭାଇ ଓ ଭଉଣୀଙ୍କୁ ସାଙ୍ଗରେ ଧରି ମାଉସୀ ଘରକୁ ଆସିଥିବା
ନାଚୁଣୀ କଲେଜରେ ନାରୀ ସଶକ୍ତିକରଣ ଆଲୋଚନାଚ଼କ୍ର।
ଚିଲିକା, ୨୦।୭ :ଆଜି ନାଚୁଣୀ ମହାବିଦ୍ୟାଳୟ ସଭା କକ୍ଷରେ ନାରୀ ସଶକ୍ତି କରଣ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଅଛି । ଏଥିରେ କଲେଜର ଅଧ୍ୟକ୍ଷ ଡଃ. ସୁନୀଲ କୁମାର ପଟ୍ଟନାୟକ ପୌରୋହିତରେ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ
ଆଞ୍ଚଳିକ ବିକାଶ ପରିଷଦ ଆନୁକୂଲ୍ୟରେ ଟିକରପଡା ପଂଚାୟତ ରେ ବ୍ୟାପକ ବୃକ୍ଷରୋପଣ
ବାଲିଅନ୍ତା ତା ୧୯/୦୭:- ରିଖ, ରବିବାର ଆଞ୍ଚଳିକ ବିକାଶ ପରିଷଦ ଆନୁକୂଲ୍ୟରେ ଭୁବନେଶ୍ଵର ଉପକଣ୍ଠ ଟିକରପଡା ପଂଚାୟତ ରେ ଟିକରପଡା ଗ୍ରାମ ଠାରୁ ଗଙ୍ଗେଶ୍ୱରପୁର ଶାସନ ଗ୍ରାମ ପର୍ଯ୍ୟନ୍ତ ଦୟାନଦୀ ବନ୍ଧ ରାସ୍ତା କଡ଼ରେ ବ୍ୟାପକ ବୃକ୍ଷରୋପଣ କରାଯାଇଛି। କାର୍ଯ୍ୟକ୍ରମରେ ଧଉଳି
ବ୍ୟବସାୟୀଙ୍କୁ ଆକ୍ରମଣ ଏବଂ ପୁଲିସ ତଦନ୍ତରେ ବାଧା ଦେବା ଅଭିଯୋଗରେ ଜଣେ ଗିରଫ
ବାଲିଅନ୍ତା,୧୮|୭(:ବ୍ୟବସାୟୀଙ୍କୁ ଆକ୍ରମଣ ଏବଂ ପୁଲିସର ତଦନ୍ତରେ ବାଧା ସୃଷ୍ଟି କରିବା ଅଭିଯୋଗରେ ଧଉଳି ଥାନା ପୁଲିସ ଜଣଙ୍କୁ ଗିରଫ କରି ଅଦାଲତ ଚାଲାଣ କରିଛି l ଗିରଫ ଅଭିଯୁକ୍ତ ହେଲେ ସମ୍ପୃକ୍ତ ଥାନା ଅଧିନ ଶିଶୁପାଳଗଡ଼ ଅଞ୍ଚଳର ବାବୁନା ଓରଫ ପ୍ରସନ୍ନ
ବୀର ଶହୀଦ୍ ରଘୁ- ଦିବାକରଆବାସ ସ୍ମୃତି
ଇଉନିଟ୍-୯ପି. ମୁ. ସ୍କୁଲ୍, ଭୁବନେଶ୍ୱରଖ୍ୟାତ ରଣପୁର ପ୍ରଜା ଆନ୍ଦୋଳନସ୍ମୃତି ଚମକାଇ ଦିଏମହାନ ବିପ୍ଳବୀ ରଘୁ- ଦିବାକରଅମର ଶହୀଦ୍ ନୁହେଁ ॥୧॥‘ବାବୁଲି’ ଏକ ଅଖ୍ୟାତ ପଲ୍ଲୀରେନଟ- ଲାବଣ୍ୟଙ୍କ କୋଳେରଘୁନାଥ ବୀର ଜନ୍ମ ଲଭିଥିଲେବିପ୍ଳବୀ କବି ସେ ଭଲେ ॥୨॥ରଚିତ ପୁସ୍ତକ ପ୍ରକାଶିତ କଲେଅରୁଣୋଦୟ
ମହାପ୍ରଭୁଙ୍କ ଚରଣେ ସେବାର ଅର୍ଘ୍ୟ — ରଥଯାତ୍ରାରେ ସାଇସ୍ମୃତି ଇନଫ୍ରାଷ୍ଟ୍ରକ୍ଚର ପକ୍ଷରୁ ମହା ଅନ୍ନସେବା ଓ ବସ୍ତ୍ର ବିତରଣ
ବାଲିଅନ୍ତା/ପୁରୀ: ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପବିତ୍ର ଘୋଷଯାତ୍ରା ଅବସରରେ ସାଇସ୍ମୃତି ଇନଫ୍ରାଷ୍ଟ୍ରକ୍ଚର ପ୍ରାଇଭେଟ୍ ଲିମିଟେଡ୍, ଭୁବନେଶ୍ୱର ପକ୍ଷରୁ ପୁରୀ ବଡ଼ଦାଣ୍ଡରେ ଏକ ଭବ୍ୟ ମହା ଅନ୍ନସେବା ଓ ବସ୍ତ୍ର ବିତରଣ ଶିବିର ଆୟୋଜିତ ହୋଇଥିଲା। "ମାନବ ସେବା ହିଁ ମାଧବ ସେବା"—ଏହି
ଓଡ଼ିଶା ଅଭିଭାବକ ମହାସଂଘର ସ୍ମାର୍ଟ ପ୍ୟାରେଣ୍ଟିଙ୍ଗ ଏବଂ ଓଡିଶା ଶିକ୍ଷାରତ୍ନ ସମ୍ମାନ କାର୍ଯ୍ୟକ୍ରମ ଅନୁଷ୍ଠିତ l
105 ଜଣ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାବିତ ସମ୍ମାନିତ ଭୁବନେଶ୍ୱର ତା 18 ରିଖ l ଓଡିଶା ଅଭିଭାବକ ମହାସଂଘର ସ୍ମାର୍ଟ ପ୍ୟାରେଣ୍ଟିଙ୍ଗ ଓ ଶିକ୍ଷରତ୍ନ ସମ୍ମାନ କାର୍ଯ୍ୟକ୍ରମ 2026 ଆଜି ବୁଧମନ୍ଦିର ଠାରେ ଆୟୋଜିତ ହୋଇ ଯାଇଛି l ନୂତନ
ଶହୀଦ ରଘୁନାଥ ମହାନ୍ତିଙ୍କ ଦେଶପ୍ରେମ ଅବିସ୍ମରଣୀୟ
ସାହିତ୍ୟିକା, ସମାଜସେବୀକା ସରୋଜିନୀଙ୍କୁ ଶହୀଦ ରଘୁନାଥ ସ୍ମୃତି ସମ୍ମାନଭୁବନେଶ୍ୱର ତା 18/07/26 ପୁଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ, ଓଡିଶା ସରକାରଙ୍କ ଭାଷା, ସାହିତ୍ୟ ସଂସ୍କୃତି ବିଭାଗ ତଥା ଶହୀଦ ରଘୁ -ଦିବାକର ସ୍ମୃତିସଂସଦ ପକ୍ଷରୁ ରଣପୁର ପ୍ରଜା ଆନ୍ଦୋଳନର ନେତୃତ୍ୱନେଇ ଶହୀଦ
ଗାନ୍ଧିଜୀ ସାମାଜିକ ଅନୁଷ୍ଠାନ ଟ୍ରଷ୍ଟ ତରଫରୁ ପବିତ୍ର ରଥଯାତ୍ରାରେ ସେବା
ପୁରୀ ତା 18/07/26ଶ୍ରୀକ୍ଷେତ୍ର ଆଜି ଚଳ ଚଞ୍ଚଳ l ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ଆଜି ଲାଗି ରହିଥିଲା ପବିତ୍ର ବଡଦାଣ୍ଡରେ l ତିନି ରଥରେ କାଳିଆ ସାଆନ୍ତ, ବଡଭାଇ ବଳଭଦ୍ର ଓ ମା ସୁଭଦ୍ରା ଙ୍କୁ ଦେଖିବାପାଇଁ, କାହିଁ କେତେଦୂରରୁ
ୟୁନିଟ 5 ଜଗନ୍ନାଥ ମନ୍ଦିରରେ ରଥଯାତ୍ରା ଅନୁଷ୍ଠିତ
ୟୁନିଟ 6 ରାଧାକୃଷ୍ଣ ମନ୍ଦିରସ୍ଥ ଗୁଣ୍ଡିଚା ମନ୍ଦିରକୁ ବାହୁଡ଼ିଲେ ମହାବାହୁ ଭୁବନେଶ୍ୱର ତା 16ରିଖ l ମହାପ୍ରଭୁଙ୍କ ଘୋଷଯାତ୍ରା ଉପଲକ୍ଷେ ଆଜି ୟୁନିଟ 5 ଜଗନ୍ନାଥ ମନ୍ଦିରରୁ ମହାପ୍ରଭୁଙ୍କ ସମେତ ଚତୁର୍ଦ୍ଧା ମୂର୍ତ୍ତି ସୁସଜ୍ଜିତ ରଥରେ ୟୁନିଟ 6 ରାଧାକୃଷ୍ଣ ମନ୍ଦିର
ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହେଲା ଜଗନ୍ନାଥ ସଡ଼କସୁଦର୍ଶନଙ୍କ ଦାରୁସ୍ଥଳୀରେ ଘୋଷଯାତ୍ରା
ବାଲିଅନ୍ତା,୧୬|୭ (ଗୋବର୍ଦ୍ଧନ ଦାସ):ବାଳକାଟି ସ୍ଥିତ ହୀରାପୁର ଗଡ଼କଣ୍ଡୁଣିଆ ଠାରେ ସୁଦର୍ଶନଙ୍କ ଦାରୁ ସ୍ଥଳୀରେ ଚଳିତବର୍ଷ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଘୋଷଯାତ୍ରା ମହାଡମ୍ବରରେ ଅନୁଷ୍ଠିତ ହୋଇଯାଇଛି l ପୁରୀ ଶ୍ରୀମନ୍ଦିର ନୀତି ଅନୁସାରେ ପ୍ରାତଃ ୬ଟାରୁ ମଙ୍ଗଳ ଆଳତି, ମଇଲମ୍, ତଡ଼ପଲାଗି, ଅବକାଶ,
ୟୁନିଟ 5 ଜଗନ୍ନାଥ ମନ୍ଦିରରେ ରଥଯାତ୍ରା ଅନୁଷ୍ଠିତ
ୟୁନିଟ 6 ରାଧାକୃଷ୍ଣ ମନ୍ଦିରସ୍ଥ ଗୁଣ୍ଡିଚା ମନ୍ଦିରକୁ ବାହୁଡ଼ିଲେ ମହାବାହୁ ଭୁବନେଶ୍ୱର ତା 16ରିଖ l ମହାପ୍ରଭୁଙ୍କ ଘୋଷଯାତ୍ରା ଉପଲକ୍ଷେ ଆଜି ୟୁନିଟ 5 ଜଗନ୍ନାଥ ମନ୍ଦିରରୁ ମହାପ୍ରଭୁଙ୍କ ସମେତ ଚତୁର୍ଦ୍ଧା ମୂର୍ତ୍ତି ସୁସଜ୍ଜିତ ରଥରେ ୟୁନିଟ 6 ରାଧାକୃଷ୍ଣ ମନ୍ଦିର
ଗୋପବନ୍ଧୁ ଦାସ ଙ୍କ ଶ୍ରାଦ୍ଧ ଦିବସ ପାଳିତ
ଚିଲିକା, ୧୬। ୭: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବେଗୁନିଆ ସଦର ମହକୁମା ସ୍ଥିତ ପି.ଏମ.ଶ୍ରୀ ଗୋପବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟରେ ମଙ୍ଗଳବାର ଦିନ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଅଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରମୋଦ କୁମାର ସ୍ବାଇଁଙ୍କ
ପୁଣି କରୋନା ଭୟ, ୫ ଜିଲ୍ଲାରେ ହାଇଆଲର୍ଟ
ଭୁବନେଶ୍ୱର: କିଛି ବର୍ଷର ବ୍ୟବଧାନ ପରେ ପୁଣି ଘାରିଲା କୋଭିଡ୍ ଭୟ । ଆନ୍ଧ୍ରର କଡ଼ପା ଜିଲ୍ଲାରେ କୋଭିଡ୍ରେ ୨ଜଣଙ୍କ ମୃତ୍ୟୁ ଓ ୮ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ଓଡ଼ିଶାରେ ଚିନ୍ତା ବଢ଼ିଛି । ବିଶେଷକରି ଆନ୍ଧ୍ର ସୀମାନ୍ତ ଜିଲ୍ଲା
ରେଳ ଦୁର୍ଘଟଣାରେ ବୃଦ୍ଧା ମୃତ
ଭୁବନ: ଢ଼େଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍ ଅନ୍ତର୍ଗତ ଓଡ଼ିଶ ପଂଚାୟତର ପ୍ରଭାକର ପାତ୍ରଙ୍କ ସ୍ତ୍ରୀ ଧକି ପାତ୍ର ଟ୍ରେନ୍ ଧକ୍କାରେ ମୃତୁ୍ୟବରଣ କରିଛନ୍ତି । ସୂଚନା ଅନୁସାରେ ଧକି ପାତ୍ର ତାଙ୍କ ଝିଅ ଘରକୁ ବୁଲିବାକୁ ଯାଇଥିଲେ ଏବଂ କିଛି ଦିନ
Politics
ଜନଗଣନା କାର୍ଯ୍ୟକ୍ରମ ପାଇଁ ନିଯୁକ୍ତି ପତ୍ର ପ୍ରଦାନ
ବିଏମସିର ବେଆଇନ ୟୁଜରଫି ବିରୁଦ୍ଧରେ ବିଚାର ବିମର୍ଶ ସଭା
Entertainment