ଜ୍ୱରରେ ପଡ଼ିଛନ୍ତି ମହାପ୍ରଭୁ,ପୂଜା ପାଉଛନ୍ତି ପଟବ୍ରହ୍ମ

ବାଲିଅନ୍ତା୦୫/୦୭(ଗୋବର୍ଦ୍ଧନ ଦାସ):-ବାଲିଅନ୍ତା ବ୍ଲକ୍ ଅନ୍ତର୍ଗତ ଗଡ଼କଣ୍ଟୁଣିଆ ସୁଦର୍ଶନ ଦାରୁ ପୀଠରେ ପୁରୀ ଜଗନ୍ନାଥ ମନ୍ଦିରର ନିତିକନ୍ତି ଅନୁସାରେ ଶ୍ରୀଶ୍ରୀ ପରଂବ୍ରହ୍ମ ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ପକ୍ଷରୁ ମନ୍ଦିରରେ ପୂଜିତ ନୂତନ ବିଗ୍ରହ ମାନଙ୍କର ସ୍ନାନ ପୂର୍ଣ୍ଣିମା ଯାତ୍ରା ପାଳିତ ରେ ୧୦୮ ଗଡୁ ଜଳରେ ସ୍ନାନ କରିବା ପରେ ଜ୍ୱରରେ ପଡ଼ିଛନ୍ତି ମହାପ୍ରଭୁ।ହାତୀବେଶରେ ଭକ୍ତଙ୍କୁ ଦର୍ଶନ ଦେଇ ଅଣସର ଗୃହକୁ ବିଜେ କରିଛନ୍ତି ଚତୁର୍ଦ୍ଧାବିଗ୍ରହ। ସ୍ନାନବେଦି ଛାଡ଼ିି ଗୋଟି ପହଣ୍ଡିରେ ଅଣସରକୁ ବିଜେ କରିଥିଲେ ଦାରୁବିଗ୍ରହ। ପହଣ୍ଡି ସରିବା ପରେ ଚିତା ଓଲାଗି ହୋଇ ଅଣସର ନୀତି ହୋଇଥିଲା। ଏହାପରେ କୋଠ ସୁଆଁସିଆମାନେ ଭିତରକୁ ଯାଇ ଭିତରକାଠ ନିକଟରେ ତାଟି ବାନ୍ଧିଥିଲେ।ଶ୍ରୀବିଗ୍ରହ ବା ପ୍ରଭୁଙ୍କ ପ୍ରତିମା ବିଷୟରେ ବ୍ୟାସଦେବକୃତ ‘ଶ୍ରୀମଦ୍ ଭାଗବତ’ରେ ଉଲ୍ଲେଖ ଅଛି। ସେଥିରେ ବର୍ଣ୍ଣିତ ଆଠପ୍ରକାରର ପ୍ରତିମା ମଧ୍ୟରୁ ‘ଚିତ୍ରପ୍ରତିମା’ ଅନ୍ୟତମ। ଏହି ପ୍ରତିମାଙ୍କୁ ପାରମ୍ପରିକ ରୀତିରେ ଶ୍ରୀମନ୍ଦିରର ଚିତ୍ରକାର ସେବକ ଅଙ୍କନ କରିଥାଆନ୍ତି। ଏହି ସମୟରେ ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ ଓ ଶ୍ରୀସୁଭଦ୍ରା ଆଦି ଦାରୁଦିଅଁମାନଙ୍କର ଗୁପ୍ତସେବା ଚାଲିଥିବାରୁ ସେମାନଙ୍କର ଦର୍ଶନ ନିଷେଧ ଥାଏ। ସେଥିପାଇଁ ଏହି ପଟପ୍ରତିମାଙ୍କଠାରେ ଶ୍ରୀଦାରୁଦିଅଁଙ୍କର ସମସ୍ତ ପୂଜାଅର୍ଚ୍ଚନା କରାଯାଇଥାଏ। ଏହି ତିନି ପଟପ୍ରତିମା ଚତୁର୍ଭୁଜ ରୂପେ ଅଙ୍କିତ ହୋଇଥାଆନ୍ତି।

ମନ୍ଦିର ଗୃହର ର ମୁଖ୍ୟ ଦ୍ୱାରରେ ଶ୍ରୀଜଗନ୍ନାଥ ଶ୍ରୀଅନନ୍ତ ନାରାୟଣ ରୂପରେ, ମା’ ସୁଭଦ୍ରା ଭୁବନେଶ୍ୱରୀ ଏବଂ ଶ୍ରୀବଳଭଦ୍ର ଅନନ୍ତ ବାସୁଦେବ , ଶ୍ରୀସୁଦର୍ଶନ ଶ୍ରୀନାରାୟଣ ପ୍ରତିମାଙ୍କର ଶ୍ରୀହସ୍ତରେ ଚକ୍ରରୂପେ ଅବସ୍ଥିତ ଥାଆନ୍ତି। ମହାଅଣସର ପଟିରେ ପରମ୍ପରା ଅନୁଯାୟୀ ସ୍ଥାନିତ ହୋଇଥିଲେ।ଭକ୍ତମାନେ ବର୍ତ୍ତମାନ ନବଯୌବନ ଦର୍ଶନ ପର୍ଯ୍ୟନ୍ତ ପଟିଦିଅଁଙ୍କୁ ଦର୍ଶନ କରିବେ।ଏହି ସମୟରେ ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ ଓ ଶ୍ରୀସୁଭଦ୍ରା ଆଦି ଦାରୁଦିଅଁମାନଙ୍କର ଗୁପ୍ତସେବା ଚାଲିଥିବାରୁ ସେମାନଙ୍କର ଦର୍ଶନ ନିଷେଧ ଥାଏ। ସେଥିପାଇଁ ଏହି ପଟପ୍ରତିମାଙ୍କଠାରେ ଶ୍ରୀଦାରୁଦିଅଁଙ୍କର ସମସ୍ତ ପୂଜାଅର୍ଚ୍ଚନା କରାଯାଇଥାଏ।ଏ ପ୍ରସଙ୍ଗରେ ପ୍ରଶ୍ନ ଉଠେ- ଏହି ପଟିଦିଅଁ ବା ପଟପ୍ରତିମା କ’ଣ ବ୍ରହ୍ମ? ଏହାର ଉତ୍ତର ଅଛି ‘ନୀଳାଦ୍ରିମହୋଦୟ’ରେ। ସେଥିରେ କୁହାଯାଇଛି, ଯେତେବେଳେ ଦାରୁବ୍ରହ୍ମ ଅଣସର ଘରେ ରହିଥାଆନ୍ତି, ସେତେବେଳେ ସେଠାରେ ଦାରୁବିଗ୍ରହଙ୍କର ପୂଜା ହୁଏନାହିଁ। କାରଣ, ସେତେବେଳେ ଦାରୁରୂପୀ ଶ୍ରୀଜଗନ୍ନାଥ ପଟକୁ ଆଶ୍ରୟ କରି ରହିଥାଆନ୍ତି। ସେହି ସମୟରେ ପଟବ୍ରହ୍ମ ହିଁ ଦାରୁବ୍ରହ୍ମ ରୂପେ ପୂଜିତ ହୋଇଥାଆନ୍ତି। ଅଣସର ଶେଷରେ ଏହି ପଟବ୍ରହ୍ମଙ୍କର ବିସର୍ଜନ କରାଯାଏ ଏବଂ ଦାରୁବିଗ୍ରହମାନେ ଦାରୁବ୍ରହ୍ମ ଭାବରେ ନବଯୌବନରେ ଦର୍ଶନ ଦେଇଥାଆନ୍ତି। ମନ୍ଦିରର ମୁଖ୍ୟ ପଣ୍ଡା ବଳରାମ ମିଶ୍ର ଙ୍କ ତତ୍ୱାବଧାନ ରେ ୬ଜଣ ପଣ୍ଡାଙ୍କ ଦ୍ଵାରା ଅଣସର ନୀତି ଚାଲିଛି। ବର୍ତ୍ତମାନ ବିଭିନ୍ନ ଫଳ ଭୋଗ ଲାଗି ହେଉଥିବା ବେଳେ ଫୁଲୁରି ତେଲ ସେବା ଯୋଗାଇ ଦେଉଛନ୍ତି ପଣ୍ଡା ସେବକ ମାନେ। କାରଣ ଜ୍ୱର ରୁ ଉପଶମ ପାଇଁ। ଇତି ମଧ୍ୟରେ ଶ୍ରୀଗୁଣ୍ଡିଚା ଯାତ୍ରା ମହାପ୍ରଭୁ ରଥିଯେମା ସ୍ଥିତ ମା ଭଗବତୀ ମନ୍ଦିର ( ମାଉସୀ ମା ମନ୍ଦିର) ରେ କିପରି ନଅ ଦିନ ଧରି ରହିବେ। କିପରି ସୁଚାର ରୂପେ ସମସ୍ତ ନିତିକାନ୍ତି ହେବ ଏନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଅଶୋକ ସାହୁ, ଚକ୍ରାଧର ନାୟକ, ବିକ୍ରମ କେଶରୀ ମହାନ୍ତି, ପ୍ରିୟବ୍ରତ ପାତ୍ର,ସହଦେବ ସ୍ୱାଇଁ, କପିଳ ମହାରଣା,ସନ୍ତୋଷ ସାହୁ, ଶୁବାସ ମହାରଣା,ସୁରେଶ ମହାରଣା, ହରେକୃଷ୍ଣ ମହାରଣା ପ୍ରମୁଖ କର୍ମକର୍ତ୍ତା ଉକ୍ତ ବୈଠକରେ ଉଭୟ ମନ୍ଦିର ଯୋଗ ଦିଇଥିଲେ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page