ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ତୁରନ୍ତ ପ୍ରତ୍ୟାହାର ପାଇଁ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡ଼ିଲା ଅଭିଭାବକ ମହାସଂଘ

ଭୁବନେଶ୍ୱର ତା 2ରିଖ l ଛାତ୍ରଛାତ୍ରୀଙ୍କୁ ସଠିକ ପାଠ୍ୟପୁସ୍ତକ ତୁରନ୍ତ ଯୋଗାଣ ପାଇଁ ମହାମହିମ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡିଲା ଅଭିଭାବକ ମହାସଂଘ l ପିଲାମାନଙ୍କ ଗୁଣାତ୍ମକ ଶିକ୍ଷା ଅଧିକାରର ସମ୍ପୂର୍ଣ ଉଲ୍ଲଂଘନକୁ ଓଡିଶା ଅଭିଭାବକ ମହାସଂଘ ସହିତ ବିଶିଷ୍ଟ ବୁଦ୍ଧିଜୀବୀ, ସଚେତନ ନାଗରିକ ସମେତ ଅଭିଭାବକମାନେ ଗଭୀର ଦୁଃଖ ଓ ପରିତାପର ସହିତ ଏହି ସ୍ମାରକପତ୍ର ଜରିଆରେ ଆପଣଙ୍କ ସ୍ୱତନ୍ତ୍ର ଦୃଷ୍ଟି ଆକର୍ଷଣ ସହ ଉଚିତ ପଦକ୍ଷେପ କାମନା କରିଛନ୍ତି l ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକରେ ଗୁରୁତର ତ୍ରୁଟି କଥା ଓଡ଼ିଶା ସରକାର ସ୍ୱୀକାର କରି ମୁଖ୍ୟମନ୍ତ୍ରୀ ଯେ ତ୍ରୁଟିପୂର୍ଣ୍ଣ ପୁସ୍ତକଗୁଡ଼ିକୁ ପ୍ରତ୍ୟାହାର ସହିତ ବଦଳାଯିବ ଘୋଷଣାର ପ୍ରାୟ ଦେଢ଼ ମାସ ବିତିଗଲାଣି। ହେଲେ ଏପର୍ଯ୍ୟନ୍ତ ତ୍ରୁଟିପୂର୍ଣ୍ଣ ପୁସ୍ତକରୁ ପାଠପଢ଼ା ଜାରି ରଖିଛନ୍ତି l ମୌଳିକ ଶିକ୍ଷା ଅଧିକାରର ସ୍ପଷ୍ଟ ଉଲ୍ଲଂଘନ। ଆପଣଙ୍କ ଉଚ୍ଚସ୍ତରୀୟ ଗସ୍ତ ପାଇଁ ପର୍ଯ୍ୟାପ୍ତ ସରକାରୀ ପାଣ୍ଠି ଖର୍ଚ୍ଚ ହୋଇଥିବା ବେଳେ ରାଜ୍ୟ ସରକାର ତ୍ରୁଟିମୁକ୍ତ ପାଠ୍ୟପୁସ୍ତକ ମୁଦ୍ରଣ ଏବଂ ବଣ୍ଟନ ପାଇଁ ଆବଶ୍ୟକୀୟ ସମ୍ବଳ ବ୍ୟବସ୍ଥା କରିବାରେ ଟlଳ ଟୁଳ ନୀତି ଅଭିଭାବକମାନଙ୍କ ପାଇଁ ଯନ୍ତ୍ରଣାଦାୟକ l ଏହା ଆଦୌ ଗ୍ରହଣୀୟ ନୁହେଁ। ବିଫଳତା ପାଇଁ ଶିକ୍ଷାମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗୋଣ୍ଡଙ୍କୁ ଦାୟୀ l ପିଲାମାନଙ୍କ ଭବିଷ୍ୟତ ପାଇଁ ଆମେ ତାଙ୍କର ଇସ୍ତଫା ଦାବି କରୁଛୁ। ଆପଣଙ୍କ ସଦୟ ହସ୍ତକ୍ଷେପ ପାଇଁ ଓଡ଼ିଶାର ବିଶିଷ୍ଟ ବ୍ୟକ୍ତି ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ, ଶିକ୍ଷାବିତ ପ୍ରଫେସର ସ୍ୱାଧୀନ ପଟ୍ଟନାୟକ, ଶିକ୍ଷାବିତ୍,ଶ୍ରୀମତୀ ସୁମିତ୍ରା ପଟେଲ, ପୂର୍ବତନ ଆଇ ଏ ଏସ ଶ୍ରୀ ଅରବିନ୍ଦ ବେହେରା, ସାମାଜିକ କର୍ମୀ ଶ୍ରୀ ଦେବୀ ପ୍ରସାଦ ପୃଷ୍ଟି, ଶ୍ରୀ ପ୍ରଫୁଲ୍ଲ ସାମନ୍ତରାୟ, ଶ୍ରୀ ରବି ଦାସ, ବରିଷ୍ଠ ସାମ୍ବାଦିକ | ଓଡିଶା ନାଗରିକ ସମାଜ ସଭାପତି ଇଂ ଲଲିତ ମୋହନ ପଟ୍ଟନାୟକ, ମହାନଦୀ ବଞ୍ଚାଅ ଆନ୍ଦୋଳନ ଆବାହକ ଶ୍ରୀ ସୁଦର୍ଶନ ଦାସ, ଏନ ଏଚ ଆର ସି କୋର ମେମ୍ବର ଶ୍ରୀ ମନୋଜ ଜେନା, ଶିକ୍ଷକ ନେତା ଶ୍ରୀ ଅମୀୟ ମହାନ୍ତି, ବରିଷ୍ଠ ସାମ୍ବାଦିକ ଶ୍ରୀ ସନ୍ଦୀପ ମିଶ୍ର, ଶ୍ରୀ ଗିରିଜା ଦାଶ, ବିଶିଷ୍ଟ ସୂଚନା ଅଧିକାର କର୍ମୀ ଶ୍ରୀ ପ୍ରଦୀପ ପ୍ରଧାନ, ଅଭିଭାବକ ସଙ୍ଘ ନେତା ଶ୍ରୀପ୍ରଦିପ୍ତ ନାୟକ,ଶ୍ରୀ ଅଶୋକ ପାଇକରାୟ,ବିଶିଷ୍ଟ କର୍ମଚାରୀ ନେତା ଶ୍ରୀ ପ୍ରଭାତ ମହାନ୍ତି ନିବେଦନ କରିଛନ୍ତି ବୋଲି ଓଡିଶା ଅଭିଭାବକ ମହାସଂଘ କାର୍ଯ୍ୟକାରୀ ସଭାପତି ଗଣମାଧ୍ୟମକୁ କହିଛନ୍ତି l ଏଥି ସହିତ ଆଗାମୀ ଓଡ଼ିଶା ଗସ୍ତ ସମୟରେ ଉପରୋକ୍ତ ବିଶିଷ୍ଟ ବ୍ୟକ୍ତି ବିଶେଷ ଙ୍କ ତରଫରୁ ଏକ ପ୍ରତିନିଧିମ ଣ୍ଡଳୀକୁ ସାକ୍ଷାତ ପାଇ ଅନୁରୋଧ କରାଯାଇଛି l ସ୍ମାରକପତ୍ର ଜରିଆରେ ଅଭିଭାବକ ଏବଂ ଛାତ୍ରଛାତ୍ରୀଙ୍କ ନିବେଦନ ରଖାଯାଇ ପାରିବ। ଦେଶର ସର୍ବୋଚ୍ଚ ସାମ୍ବିଧାନିକ କର୍ତା ଏବଂ ଓଡ଼ିଶା ମାଟିର ଜଣେ ପ୍ରତିଷ୍ଠିତ ସୁଯୋଗ୍ୟl କନ୍ୟା ଭାବରେ ନିର୍ଣ୍ଣାୟକ ହସ୍ତକ୍ଷେପ କରିବ।କୁ ଓଡିଶା ଅଭିଭାବାକ ମହାସଙ୍ଗ ସଭାପତି ଶ୍ରୀ ବାସୁଦେବ ଭଟ୍ଟ ଆଜି ଏକ ଚିଠି ଲେଖି ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟକୁ ପଠାଇବା ସହ ସୂଚନା ଏବଂ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ପାଇଁ ମାନ୍ୟବର ରାଜ୍ୟପାଳ ଓଡିଶା, ଲୋକ ଭବନ, ଭୁବନେଶ୍ୱର ଏବଂ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଲୋକ ସେବା ଭବନ, ଭୁବନେଶ୍ୱର କୁ ଏହାର କପି ପ୍ରେରଣ କରିଛନ୍ତି l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page