ଚିଲିକା,୮।୪(ସ.ମି.ସ)ନାଚୁଣୀ ମହାବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ଓଡିଆ ପକ୍ଷ ପାଳନ ଅବସରରେ ମହାବିଦ୍ୟାଳୟ ଓ ସମ୍ବାଦ ଆମ ଓଡ଼ିଶାର ମିଳିତ ଆନୁକୁଲ୍ୟରେ ଆଜି ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ଡକ୍ଟର ସୁନୀଲ କୁମାର ପଟ୍ଟନାୟକ ଏହି ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ସମ୍ବାଦର ବରିଷ୍ଠ ସାମ୍ବାଦିକ ତଥା ଆମ ଓଡ଼ିଶା ସ°ଯୋଜକ ପ୍ରଦୋଷ କୁମାର ଦାସଙ୍କ ସ°ଯୋଜନାରେ ଅନୁଷ୍ଠିତ ଏହି ଶିବିରରୁ ” ବି ” ନେଗେଟିଭ ରକ୍ତ ସଂଗ୍ରହ ହେବା ସହିତ ମୋଟ ୨୫ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ମେଡିକାଲ ଅଫିସର ଡାକ୍ତର କବିତା ଦାସ , କାଉନସେଲର ଲକ୍ଷ୍ମୀ ପ୍ରିୟା ପ୍ରଧାନ,ଲାବ୍ ଟେକନିସିଆନ ଯଥା ଝୁନୁଲତା ସାହୁ, ବିଶ୍ବ ରଞ୍ଜନ ମହାପାତ୍ର, ଶୃତିପ୍ରିୟା ପ୍ରଧାନ ପ୍ରମୁଖ ସ୍ଵେଚ୍ଛାକୃତ ରକ୍ତଦାତାଙ୍କ ଠାରୁ ରକ୍ତ ସଂଗ୍ରହ କରି ପ୍ରମାଣପତ୍ର ଓ ଗୃପି° କାର୍ଡ ପ୍ରଦାନ କରିଥିଲେ।

କାର୍ଯ୍ୟକ୍ରମରେ ବରିଷ୍ଠ ଅଧ୍ୟାପକ ଗୋଲଖ ବିହାରୀ ଵାରିକ, ଏନ୍ ସି ସି ଅଧିକାରିଣୀ ଅଧ୍ୟାପିକା ମିଲି ବେହେରା, ଯୁବ ରେଡକ୍ରସ୍ କାଉନସେଲର ଅଧ୍ୟାପକ ଚନ୍ଦନ ପ୍ରସାଦ ଜେନା, ବିଭାଗୀୟ ଅଧିକାରୀ ଅଧ୍ୟାପକ ସନ୍ତୋଷ କୁମାର ଶତପଥୀ, ଏନ୍ ଏସ ଏସ ଅଧିକାରୀ ଜଗନ୍ନାଥ ଆଚାର୍ଯ୍ୟ, ସ୍କାଉଟ ଆଣ୍ଡ ଗାଇଡ ଅଧିକାରୀ ରୋଭର ରେ°ଜର ଡଃ ପ୍ରଦୀପ୍ତ କୁମାର ରଥ, ମୁଖ୍ୟ କିରାଣୀ ପ୍ରମୋଦ କୁମାର ସୁବୁଦ୍ଧିଙ୍କ ସହିତ ଅନ୍ୟାନ୍ୟ ଅଧ୍ୟାପକ ଅଧ୍ୟାପିକା କର୍ମଚାରୀ ମାନେ ଏଥିରେ ଉପସ୍ଥିତ ରହି କାର୍ଯ୍ୟକ୍ରମ ସ°ଯୋଜନା କରିବା ସହିତ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଏହି ଅବସରରେ ସମ୍ବାଦର ଚିଲିକା ପ୍ରତିନିଧି ଦୀପକ୍ ଦାଶ ଓ ସାମ୍ବାଦିକ କମଳ କୁମାର ଜାଲ୍ଲୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଏନସିସି କାଡେଟ , ମହାବିଦ୍ୟାଳୟର ଛାତ୍ରୀମାନେ ଏଥିରେ ସ୍ଵେଚ୍ଛାସେବୀ ଭାବେ ସହଯୋଗ ପ୍ରଦାନ କରିଥିଲେ।

ଦିଲ୍ଲୀପ କୁମାର ଶତପଥୀ
ଚିଲିକା ପ୍ରତିନିଧି