ନିଃଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର

ଭୁବନେଶ୍ୱର ତା 07/04/26 ପାମ ହାଇରୋଡ଼ସ୍ଥିତ “ଡିଭାଇନ ହେଲଥ କ୍ଲିନିକ “ପରିସରରେ ଏକ ନିଃଶୁକ୍ଳ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ପ୍ରାତଃ 8ଟା ରୁ ଦିବା 1 ଟା ପର୍ଯ୍ୟନ୍ତ ଚାଲିଥିବା ଉକ୍ତ ଶିବିରକୁ ଶୀଧେଶ୍ୱର ୱେଲଫେୟାର ଆସୋସିଏସନ ପକ୍ଷରୁ ଆୟୋଜନ କରାଯାଇଥିଲା l ହୃଦରୋଗ ବିଶେଷଜ୍ଞ ଡ଼ଃ ଦୀପ୍ତି ରଞ୍ଜନ ବେହେରା,ସର୍ଜନ ଡ଼ଃ ପ୍ରମୋଦ କୁମାର ବିଶ୍ୱାଳ,ଭେଷଜ ବିଶେଷଜ୍ଞ ଡ଼ଃ ଶ୍ରୀଧର ବେହେରା,କଣ୍ଠ, ଗଳା, ନାସା ବିଭାଗ ଡାକ୍ତର ମନସ୍ବିନୀ ମଲ୍ଲିକ 60 ଜଣ ରୋଗୀଙ୍କୁ ନିଃଶୁଳ୍କ ସେବା ଯୋଗାଇଥିଲେ l ଆଗାମୀ ଦିନରେ ଏହିପରି କାର୍ଯ୍ୟକ୍ରମ ହେବ ବୋଲି କୁହାଯାଇଥିବା ସହିତ,ଅନୁଷ୍ଠାନର କର୍ମକର୍ତ୍ତା କାଳୀ ପ୍ରସନ୍ନ ମଲ୍ଲିକ,ବିଜୟ କୁମାର ପଣ୍ଡା, ରମେଶ ଚନ୍ଦ୍ର ମହାପାତ୍ର,ନିମାଇଁ ଚରଣ ରାଉତ, ତ୍ରୈଲୋକ୍ୟ ନାଥ ସେନାପତି,ସରୋଜ କୁମାର ପଣ୍ଡା, ଦିଲ୍ଲୀପ କୁମାର ପଣ୍ଡା,ମହେଶ୍ୱର ସାହୁ କାର୍ଯ୍ୟକ୍ରମ ପରିଚାଳନା ଓ ସହଯୋଗ କରିଥିଲେ l ଏହି ମହତ କାର୍ଯ୍ୟକ୍ରମକୁ ତନୁଶ୍ରୀ ମଲ୍ଲିକଙ୍କ ସହିତ ଅନ୍ୟମାନେ ପ୍ରଶଂସା କରିଥିଲେ l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page