ନିଶା ମୁକ୍ତ ଓଡ଼ିଶା ସଚେତନତା ସଚେତନ ଶିବିର ଅନୁଷ୍ଠିତ।

ବାଲିଅନ୍ତା୨୮/୦୭:- ନିଶା ଖାଇ ସଂସାର ଉଜୁଡାଇବାରେ ଲାଗିଛି। ସରକାର ମଦ କାରବାର ପାଇଁ ଓଡିଶାରେ ଚିନ୍ତନଶିଳ। ଅପର ପକ୍ଷରେ ଅର୍ଥ ଲାଳସାରେ ମଣିଷ ସବୁକିଛି କରିଚାଲିଛନ୍ତି।ନିଶା ଦେଇ ସହଜ ଉପାୟରେ ଅର୍ଥ ଉପାର୍ଜନ କରି ରାତି ପାହିଲେ ସକାଳେ କୋଟିପତି ଲକ୍ଷ୍ୟରେ ଲକ୍ଷ୍ୟ ଭ୍ରଷ୍ଟ ଏ ଆଧୁନିକ ମଣିଷ। ଏହାର ପ୍ରତିକାର ପାଇଁ ସେବା ପ୍ରତିନିଧିର ମୁଖ୍ୟ ସଙ୍ଗଠକ ନୀଳମଣି ମିଶ୍ରଙ୍କ ନେତୃତ୍ୱରେ କପିଳ ପ୍ରସାଦ ହାଇସ୍କୁଲର ବିଦ୍ୟାର୍ଥୀଙ୍କୁ ନେଇ ନିଶା ମୁକ୍ତ ଓଡିଶାର ସଚେତନ ଶିବିର ଅନୁଷ୍ଠିତ ହୋଇଯାଇଛି। ପାନ ବିଡ଼ି ନୁହେଁ ଛୋଟିଆ ନିଶା ଜଣାପଡେ ନାହଁ ଟାଣେ ପଇସା ଏହିଠାରୁ ଆରମ୍ଭ ହୋଇଥିଲା ନିଶାର ଆଲୋଚନା। ଗୁଜରାଟ, ବିହାର, କେରଳ, ଜୟଲଳିତା, ଆନ୍ନା ହଜାରେ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଥାଲାପତି ବିଜୟ ପ୍ରମୁଖ ନିଶା ମୁକ୍ତ ରାଜ୍ୟ ଗଢିବାରେ ପ୍ରଶଂସନୀୟ ପଦେକ୍ଷପ। କିନ୍ତୁ ଦୁଃଖର ବିଷୟ ଓଡ଼ିଶାରେ ୯୪୧ ଗୋଟି ମଦ ଦୋକାନ ନିକଟରେ ଖୋଲା ଗଲା।ଏ ବାବଦୀୟ ୮୪୦ କୋଟି ରାଜସ୍ବ ସରକାର ପାଇଲେ।

ଏଥିରେ ବିହାର ଓ ଆନ୍ଧ୍ର ବ୍ୟକ୍ତି ବିଶେଷ ମଦ ଟେଣ୍ଡର ହାତେଇ ଓଡ଼ିଶାରେ ମଦର ବନ୍ୟା ଛୁଟେଇବା ପାଇଁ ଆଗେଇ ଆସିଛନ୍ତି। ସମସ୍ତେ ଏକଜୁଟ ହୋଇ ନିଶା ହଟାଅ, ଓଡ଼ିଶା ବଞ୍ଚାଅ କାର୍ଯ୍ୟରେ ସାମିଲ ହେବା ବୋଲି ଶ୍ରୀ ମିଶ୍ର କହିଛନ୍ତି।ଉକ୍ତ କାର୍ଯ୍ୟକର୍ମରେ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ସାଗରିକା ସ୍ଵାଇଁ, ସହକାରୀ ଶିକ୍ଷୟିତ୍ରୀ ଓ ଶିକ୍ଷକ ସାଗରୀକା ପରିଡ଼ା, ସୁଶ୍ରୀ ସାଗରିକା ପଣ୍ଡା, ଟି ଶ୍ରୁତି ସାଗରୀକା, ସନ୍ତୋଷିନୀ ହୋତା, ସତ୍ୟ ରଞ୍ଜନ ପତି, କାତିର ଖାଁଙ୍କ ସହିତ ଦୀପକ ଜେନା ପ୍ରମୁଖ ଉପସ୍ଥିତ ଥିଲେ।ପରିଶେଷରେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସ୍ଵାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page