ପାଳ କୁଡ଼ିଆରେ ନିଆଁ ଲାଗି ୨ ଶିଶୁ ଜୀବନ୍ତ ଦଗ୍ଧ

କଳାହାଣ୍ଡି,୧୨|୨(ପ୍ୟାରିଲାଲ ଦୁର୍ଗା ): କାନ୍ଦୁଲ ଗୁଡ଼ିଆ ଚାଷ କରିଥିବା ଭଟା ଜମିରେ ତିଆରି କରିଥିବା ଅସ୍ଥାୟୀ ପାଳ କୁଡ଼ିଆରେ ନିଆଁ ଲାଗି ଦୁଇ ନିଷ୍ପାପ ଶିଶୁ ଜୀବନୁ ଜଳିଯାଇଛନ୍ତି। ଘଟଣାଟି ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମିଳିଥିବା ସୂଚନା ଅନୁସାରେ, କାନ୍ଦୁଲ ଗୁଡିଆରେ ତିଆରି ହୋଇଥିବା ଅସ୍ଥାୟୀ ପାଳ କୁଡ଼ିଆରେ ବସାଇ ପାଖ ଜଙ୍ଗଲରେ କାଠ ସଂଗ୍ରହ କରୁଥିଲେ ମାଆ। କିଛି ସମୟ ପରେ ଫେରି ଦେଖିବା ବେଳକୁ ପାଳ ତିଆରି ଅସ୍ଥାୟୀ କୁଡ଼ିଆ ନିଆଁ ଲାଗି ଜଳିଯିବା ସହିତ ସେଠାରେ ଖେଳୁଥିବା ଦୁଇ ଶିଶୁ ମଧ୍ଯ ଜୀବନ୍ତ ଦଗ୍ଧ ହୋଇଯାଛନ୍ତି। ଦୁଇଶିଶୁଙ୍କ ମୃତ୍ୟୁ ପରେ ପରିବାର ଉପରେ ଦୁଃଖର ପାହାଡ଼ ଛିଣ୍ଡି ପଡିଥିବାବେଳେ ଦୁଃଖିନୀ ମାଆର କୋଳଶୂନ୍ୟ ହୋଇଯାଇଛି। ଏପରି ଏକ ହୃଦୟ ବିଦାରକ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଲାଖବାହାଲି ପଞ୍ଚାୟତ ତାଳବୋରା ଗାଁରେ । ଗାଁର ବଡ଼ ବିଶି ମାଝୀ ଓ ସୁଶାରୀ ମାଝୀଙ୍କ ପାଞ୍ଚ ବର୍ଷର ପୁଅ ଓ ଚାରି ବର୍ଷର ଝିଅ ଆଜି ସକାଳେ ସେମାନଙ୍କ କାନ୍ଦୁଲ ଗୁଡ଼ିଆ କାନ୍ଦୁଲ ଚାଷ କରିଥିବା ପାହାଡିଆ ଜମି ରେ ତିଆରି ହାଇଥିବା ପାଳ କୁଡ଼ିଆରେ ବସି ଖେଳୁଥିଲେ। ଏହି ସମୟରେ ଦୁଇ ଶିଶୁଙ୍କୁ ଛାଡ଼ି କିଛି ଦୂରରେ କାଠ ସଂଗ୍ରହ କରୁଥିଲେ ସେମାନଙ୍କ ମାଆ ସୁଶାରୀ ମାଝୀ। ଏହି ସମୟରେ ପାଳ କୁଡ଼ିଆରେ ହଠାତ ନିଆଁ ଲାଗି ଦୁଇ ଶିଶୁ ଜୀବନ୍ତ ଜଳିଯାଇଥିଲେ। ସେମାନଙ୍କ ଚିତ୍କାର ଶୁଣି ସୁଶାରୀ ଆସିବା ବେଳକୁ ସବୁକିଛି ସରିଥିଲା । ପୁଅଝିଅଙ୍କ ମୃତ୍ୟୁରେ ସ୍ୱାମୀ -ସ୍ତ୍ରୀ ଭାଙ୍ଗି ପଡିଥ‌ିବାବେଳେ ଦୁଃଖ ଓ ଶୋକରେ ପ୍ରିୟମାଣ ହୋଇ ସେମାନେ ଗାଁ ମଶାଣିରେ ମୃତ ପୁଅଝିଅଙ୍କ ଶବସଂସ୍କାର କରିଥିବା ଜଣାପଡିଛି। ତେବେ ସରକାରୀ ନିୟମକାନୁନ ବିଷୟରେ ଅଜ୍ଞ ଥିବାହେତୁ ପୁଲିସ ପ୍ରଶାସନକୁ ସେମାନେ ସୂଚନା ଦେଇନାହାନ୍ତି।ଅପରପକ୍ଷରେ ଦୁଇ ନିଷ୍ପାପ ଶିଶୁଙ୍କୁ ହରାଇ ବାପା ମାଆଙ୍କ ଆଖିରୁ ଲୁହ ଶୁଖୁନଥିବାବେଳେ ଏହି ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ଦାବି ହେଉଛି।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page