Report:- (Deepak Kumar Rana): ପୁଣି ଥରେ ବିବାହ କରିବେ କି ଅନୁଭବ । ପୁଣି ହେବକି ଆଉ ଥରେ ସମ୍ଥୀଙ୍ଗ୍ ସମଥିଙ୍ଗ୍ । ହଁ ଦର୍ଶକ ବନ୍ଧୁ ଆମେ କହୁଛୁ ଓଲିଉଡ୍ ସପୁରଷ୍ଟାର ଅନୁଭବ ମହାନ୍ତିଙ୍କ କଥା । ଏବେ ଚର୍ଚ୍ଚାକୁ ପୁଣି ଥରେ ଆସିଯାଇଛନ୍ତି ସୁପରଷ୍ଟାର ଅନୁଭବ । ପୁଣି ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଆସିଛନ୍ତି ଅନୁଭବ ଏବଂ ତାଙ୍କ ବାନ୍ଧବୀ । ଶୁଣାଯାଉଛି ଯେ, କାଳେ ଅନୁଭବ ପୁଣି ଏକ ସମଥିଙ୍ଗ୍ ସମଥୀଙ୍ଗ୍ କରିବାକୁ ଯାଉଛନ୍ତିି । ମାନେ ତାଙ୍କର ପୁଣି ଦ୍ୱିତୀୟ ବିବାହ କରିବାକୁଯାଉଛନ୍ତି । ପୁଣି ସେ ଚର୍ଚ୍ଚିତ ସାମ୍ବାଦିକା ବାନ୍ଧବୀଙ୍କ ସହ । ଏହା ନିଶ୍ଚୟ ଯେ, ଅନୁଭବ ଓ ତାଙ୍କ ବାନ୍ଧବୀଙ୍କୁ ସଂପୂର୍ଣ୍ଣ ଜଣାଥିବ । ପାରିବାରିକ ବିବାଦରେ ଛନ୍ଦି ହେବା ପରେ ସବୁଠି ତାଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା । ତାଙ୍କ ଧର୍ମପନôୀ ତଥା ପ୍ରେମିକା ବର୍ଷା ପି୍ରିୟଦର୍ଶିନୀଙ୍କୁ ବିବାହ କରିବା ପରେ ପ୍ରାୟ ୪ ବର୍ଷ ହେଲା ତାଙ୍କ ସଂପର୍କକୁ ନେଇ ଖୁବ ଚର୍ଚ୍ଚାରେ ରହିଆସିଛି । ଏବେ ବି ଚର୍ଚ୍ଚା କମିବାର ମଧ୍ୟ ନା ନେଉନାହିଁ । ପ୍ରେମ ବିବାହ କରିବା ପରେ ବର୍ଷାଙ୍କ ସହ କାହିଁକି ତାଙ୍କର ମନାନ୍ତର ହେଲା କାହିଁକି ଦୁହିଁଙ୍କ ସଂପର୍କରେ ତିକ୍ତତା ସୃଷ୍ଟି ହେଲା ସେନେଇ ଆଜିଯାଏ ଚାଲିଆସିଛି ଚର୍ଚ୍ଚା । ଶେଷରେ ମାମଲାକୁ ନେଇ ଦୁହିଁଙ୍କୁ ହାଇକୋର୍ଟ ପର୍ଯ୍ୟନ୍ତ ଯିବାକୁ ପଡ଼ିଲା । ସେପଟେ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଥିଲା କି ବର୍ଷାଙ୍କୁ ଛାଡ଼ପତ୍ର ପରେ ସେ ତାଙ୍କର ବାନ୍ଧବୀ ଜାଗୃତି ଶୁକ୍ଳାଙ୍କୁ ପୁଣି ଥରେ ବିବାହ କରିବେ ବୋଲି । ତେବେ ଏଥିନେଇ କୌଣସି ସଠିକ୍ ଖବର ନାହିଁ । କିନ୍ତୁ ଜାଗୃତୀ ଏହି ଖବରକୁ ନେଇ ଏକ ସମ୍ଭବନା ଦେବା ସୋସିଆଲ ମିଡିଆରେ ଏବେ ଚର୍ଚ୍ଚା ଧରିଛି । ଅନୁଭବଙ୍କ ପ୍ରସଶଂସକଙ୍କ ମନରେ ଉଙ୍କି ମାରିଥିବା ଏହି ପ୍ରଶ୍ନର ଉତର କେବେ ପାଇବେ ତାହା ସମୟ କହିବ । ହେଲେ ଏହି ଖବରକୁ ନେଇ ବାନ୍ଧବୀ ଜାଗୃତୀ ଗ୍ରୀନ୍ ସିଗନାଲ ଦେଇଥିବା ଚର୍ଚ୍ଚା ହେଉଛି । ଜାଗୃତୀ ଏବେ ଅନୁଭବଙ୍କ ଉପରେ ବହି ଲେଖିଛନ୍ତି । ଆଉ ଏହି ବହି ବି ନିକଟରେ ଉନ୍ମୋଚନ କରାଯାଇଛି । ତେବେ ଜାଗୃତୀ କହିଛନ୍ତି ଯେ, ଅନୁଭବ କାଳେ ତାଙ୍କ ଫ୍ୟାନ୍ସ କଥା ସବୁବେଳେ ରଖିଥାନ୍ତି ଆଉ ଆଗକୁ ମଧ୍ୟ ରଖିବେ । ଫ୍ୟାନ୍ ମାନେ କହୁଛନ୍ତି କି ଅନୁଭବ ଏବଂ ଜାଗୃତି ଆଗକୁ ବିବାହ କରିବେ । ତେବେ ଏହା ସେହି ଫ୍ୟାନ୍ସ ମାନଙ୍କ ଉପରେ ଛାଡ଼ିଦେବେ ଅନୁଭବ ଆଉ ତାଙ୍କ ଫ୍ୟାନ୍ ମାନେ ବିଚାର କରିବେ । ମାନେ ଏଥିରୁ ଜଣାପଡିଯାଉଛି ଯେ, ଆଗାମୀ ଦିନରେ ଜାଗୃତି ଓ ଅନୁଭବ ବିବାହ କରିବାକୁ ଯାଉଛନ୍ତି । ତେବେ ଏହା କେତେ ସତ ଆଉ କେତେ ମିଛ ତାହା ଆମେ ନକହିପାରିଲେ ବି ଦୁହିଁଙ୍କୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି । ଏମିତି କି ସେମାନେ ଖୁବ୍ ଶୀଘ୍ର ବିବାହ ବନ୍ଧନରେ ବା୍ନ୍ଧି ହେବେ ବୋଲି କୁହାଯାଉଛି । ଏ ପ୍ରଶ୍ନର ଉତର ସିଧା ସଳଖ ଦୁହେଁ ଦେଇନଥିବାବେଳେ ପରୋକ୍ଷରେ କହୁଥିବା ଜଣାପଡିଛି । ତେବେ ଏହି ଦୁଇ ସେଲିବ୍ରିଟି କେବେ ବିବାହ ବନ୍ଧନରେ ବାନ୍ଧି ହେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।
Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp
Social Share On:
Related News
ଦାରୁଠେଙ୍ଗ ସତ୍ୟମହିମାରେ ନବାନ୍ନ
ଭୁବନେଶ୍ୱର ତା 16/09/26 ଆଶ୍ରମ ଗୋବିନ୍ଦ ବାବା ଙ୍କ ଗାଦି ପୀଠ ରେ ପ୍ରତି ବର୍ଷ ପରି ଏ ବର୍ଷ ମଧ୍ୟ ନବାନ୍ନ ମହୋତ୍ସବ ପାଳିତ ହୋଇ ଯାଇଅଛିବ୍ରହ୍ମଲୀନ ବ୍ରହ୍ମ ଅବଧୁତ ଜୟକୃଷ୍ଣ ବାବା ମହୋଦୟ ଙ୍କ ପୂର୍ଵ ଆଦେଶ ଅନୁସାରେ
ମିଶନ ଜୟଶ୍ରୀ ଜଗନ୍ନାଥ ସ°ଗଠନର ଅଷ୍ଟମ ବାର୍ଷିକ ସମାରୋହ
ଚିଲିକା,୧୫I ୯:ଚିଲିକା ବ୍ଲକର ଅଗ୍ରଣୀ ସମାଜସେବା ଅନୁଷ୍ଠାନ "ମିଶନ ଜୟଶ୍ରୀ ଜଗନ୍ନାଥ ସ°ଗଠନ " ର ୮ମ ବାର୍ଷିକ ପ୍ରତିଷ୍ଠା ସମାରୋହ ସ୍ଥାନୀୟ ନାଚୁଣୀ ସ୍ଥିତ ସୁଚିତ୍ରା କଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି। ମିଶନର ସଭାପତି ପ୍ରଦୋଷ କୁମାର ଦାସ
ଓଡ଼ିଶାରେ ଗାଣପତ୍ୟ ଉପାସନା ଶ୍ରୀଜଗନ୍ନାଥ ଚେତନାର ଏକ ପ୍ରମୁଖ ଅଙ୍ଗ
ଚିଲିକା,୧୫।୯:ଶ୍ରୀଗୁଣ୍ଡିଚା ଆଧ୍ୟାତ୍ମିକ ଟ୍ରଷ୍ଟ ପୁରୀ ଓଡିଶା,ଭାଷା ସୁରକ୍ଷା ସମ୍ମିଳନୀ ଚିଲିକା ଏବଂ ପ୍ରଗତିଶୀଳ ସାହିତ୍ୟ ସି ନ୍ଦରା ର ମିଳିତ ଆନୁକୂଲ୍ୟରେ ଓଡ଼ିଶାରେ ଗାଣପତ୍ୟ ଉପାସନା ଓ ଶ୍ରୀଜଗନ୍ନାଥ ସଂସ୍କୃତି ଶୀର୍ଷକ ଆଲୋଚନା ଚକ୍ର ବିଧାରପୁର ସ୍ଥିତ ଶୁଭମଙ୍ଗଳ କଲ୍ୟାଣ ମଣ୍ଡପରେ
ବାଣପୁରରେ ମହାଆଡମ୍ବରରେ ଗଣେଶ ପୂଜା ଓ ସାଂସ୍କୃତିକ କାର୍ଯ୍ୟକ୍ରମ
ବାଣପୁର,: ଖୋର୍ଦ୍ଧା ଜିଲ୍ଲା ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ୱାର୍ଡ ନଂ-୬, ଦାସଘର ସାହି ଠାରେ ଓଁ ଶ୍ରୀ ଶ୍ରୀ ବିଘ୍ନେଶ୍ୱରାୟ ପୂଜା କମିଟି ପକ୍ଷରୁ ଶ୍ରୀଗଣେଶ ପୂଜା ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସନ୍ଧ୍ୟାରେ ଏକ ଭବ୍ୟ
ବାଲୁଗାଁ ଥାନାରେ ନୂତନ SI ଭାବେ ଯୋଗ ଦେଲେ ଜଗନ୍ନାଥ ସେଠୀ
(*ବାଲୁଗାଁ)ବାଲୁଗାଁ ଥାନାରେ ନୂତନ ସବ୍-ଇନ୍ସପେକ୍ଟର ଭାବେ ଜଗନ୍ନାଥ ସେଠୀ ଆଜି ଯୋଗ ଦେଇଛନ୍ତି। ସୂଚନନୁଯାୟୀ, ଜଗନ୍ନାଥ ସେଠୀ ଜଣେ ଅଭିଜ୍ଞ ଓ ସଚ୍ଚୋଟ ପୋଲିସ ଅଧିକାରୀ ଭାବେ ବେଶ୍ ପରିଚିତ।ପୂର୍ବରୁ କାର୍ଯ୍ୟରତ ଥିବା SI ଙ୍କ ବଦଳି ପରେ ଶୂନ୍ୟ ପଡିଥିବା
ବିକାଶଶୀଳ ଓଡ଼ିଶା ଗଠନ ପାଇଁ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ପଦାଙ୍କ ୨୦୩୬ର ଉପାଦାନ ହେଉ।
ଭୁବନେଶ୍ୱର / ପାରାଳାଖେମୁଣ୍ଡି - ୧୪ /୨୬ ବିଶ୍ୱନାଥ ଫଙ୍କସନ ହଲ,ରାଜଦାଣ୍ଡ ସାହି,ପାରଳାଖେମୁଣ୍ଡି ଠାରେ ଭାଷା ଆନ୍ଦୋଳନ, ଓଡ଼ିଶା ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସରକାର ଏବଂ ଶବ୍ଦସ୍ପର୍ଶ ମିଳିତ ଆନୁକୁଲ୍ୟରେ ଗଜପତି ଜିଲ୍ଲାରେ ଗଜପତି
ବାଳକାଟିର ୬୦ ଟି ମଣ୍ଡପରେ ଶ୍ରୀ ଗଜାନନଙ୍କ ଆବାହନ
ବାଲିଅନ୍ତା,୧୪|୯ (ଗୋବର୍ଦ୍ଧନ ଦାସ): ଧରାପୃଷ୍ଠରେ ବିରାଜମାନ କରିଛନ୍ତି ବିଘ୍ନ ବିନାଶକ ଶ୍ରୀ ଗଣେଶ । ଚିତାକର୍ଷକ ତୋରଣ ସାଙ୍ଗଙ୍କୁ ଭିନ୍ନ ଭିନ୍ନ ବେଶରେ ପୂଜା ପାଉଛନ୍ତି l ବ୍ରାହ୍ମଣଙ୍କ ମନ୍ତ୍ରଧ୍ୱନିରେ ପ୍ରକମ୍ପିତ ହେଉଛନ୍ତି ପୂଜା ମଣ୍ଡପ l ଏଥିପାଇଁ ଛାତ୍ରଛାତ୍ରୀ, ଯୁବଗୋଷ୍ଠୀ,
ଗଣେଶ ପୂଜା ଶାନ୍ତି ଶୃଙ୍ଖଳାର ସହ ପାଳନ କରନ୍ତୁ – ବାଲୁଗାଁ ପୋଲିସର ଫ୍ଲାଗ୍ ମାର୍ଚ ଜରିଆରେ ଜନସଚେତନତା
ବାଲୁଗାଁ: ଆସନ୍ନ ଗଣେଶ ପୂଜାକୁ ଶାନ୍ତି ଶୃଙ୍ଖଳାର ସହ ପାଳନ କରିବା ନେଇ ଆଜି ବାଲୁଗାଁ ପୋଲିସ ପକ୍ଷରୁ ସହରରେ ଫ୍ଲାଗ୍ ମାର୍ଚ୍ଚ କରାଯାଇଛି। ଅଞ୍ଚଳରେ ଆଇନଶୃଙ୍ଖଳା ବଜାୟ ରଖିବା, ଅସାମାଜିକ ବ୍ୟକ୍ତିଙ୍କ ଗତିବିଧି ଉପରେ ନଜର ରଖିବା ଏବଂ ସାଧାରଣ
ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପରଲୋକ
ବାଲିଅନ୍ତା,୧୪|୯ (ଗୋବର୍ଦ୍ଧନ ଦାସ):ବାଳକାଟି ଅଞ୍ଚଳର ଜଣାଶୁଣା ବ୍ୟକ୍ତିତ୍ୱ ବିବେକାନନ୍ଦ ମହାନ୍ତିଙ୍କ ଗତକାଲି ସିରିଆଦେଇ ସ୍ଥିତ ନିଜ ବାସଭବନରେ ପରଲୋକ ହୋଇଛି l ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା l ସେ ଓଡ଼ଶା ସରକାରଙ୍କ ସ୍ୱାସ୍ଥ୍ୟବିଭାଗରେ ଚାକିରୀ କରିଥିବା ବେଳେ
ତାରିଣୀପୀଠରେ ଶତାଧିକ କୃଷକଙ୍କ ସମାଗମ:ଭଲ ଅମଳ ପାଇଁ ମା’ଙ୍କ ନିକଟରୁ ଆଜ୍ଞାମାଳ ଗ୍ରହଣ
ଚିଲିକା, ୧୪ ।୯: ତାରିଣୀପୀଠ, ଝିଣ୍ଟିକାପଲ୍ଲୀଠାରେ ବାଣପୁର ଏନ.ଏ.ସି. ଅଞ୍ଚଳର ଶତାଧିକ କୃଷକ ବନ୍ଧୁଙ୍କ ଦ୍ୱାରା ଆୟୋଜିତ ଏକ ଆତ୍ମୀୟତାପୂର୍ଣ୍ଣ କାର୍ଯ୍ୟକ୍ରମରେ ସମାଜସେବୀ ତଥା ବାଣପୁର ଏନ.ଏ.ସି .ର ବିଜେପି ଯୁବ ସଂଗଠକ ଶ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କୁ ଅତିଥି ଭାବେ
କଳାଙ୍ଗରେ ଉଲ୍ଲାସ ପ୍ରଶିକ୍ଷଣ ଓ ପଥପ୍ରାନ୍ତ ନାଟକ ପରିବେଷଣ
ନାଚୁଣୀ, ୧୩ । ୯:ବୋଲଗଡ଼ ମଣ୍ଡଳ ଅନ୍ତର୍ଗତ କାହ୍ନୁ ଚରଣ ସରକାରୀ ଉଚ୍ଚ ବିଦ୍ୟାଳୟ,କଳାଙ୍ଗ ସମ୍ମିଳନୀ କକ୍ଷରେ ସାଧନ କେନ୍ଦ୍ର ସଂଯୋଜକ ବିଭୁପ୍ରସାଦ ମହାପାତ୍ରଙ୍କ ତତ୍ତ୍ଵାବଧାନରେ ଉଲ୍ଲାସ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୯ଟି ସରକାରୀ ମାଧ୍ୟମିକ,ଉଚ୍ଚ ପ୍ରାଥମିକ
ଖୋର୍ଦ୍ଧା ଜିଲ୍ଲା ପୋଲିସରେ ବଡ଼ ଅଦଳବଦଳ, ବାଲୁଗାଁ ଥାନାରେ ନୂଆ ଏସ୍ଆଇ ଭାବେ ଜଗନ୍ନାଥ ସେଠୀ ଓ ଏସ୍ଆଇ ଭାବେ ଭଗବାନ ନାୟକଙ୍କ ଯୋଗଦାନ
ବାଲୁଗାଁ -* ଖୋର୍ଦ୍ଧା ଜିଲ୍ଲା ପୋଲିସରେ ଏକ ବଡ଼ ପ୍ରଶାସନିକ ଅଦଳବଦଳ ହୋଇଛି। ପୋଲିସ ମୁଖ୍ୟାଳୟରୁ ଜାରି ହୋଇଥିବା ଆଦେଶ ଅନୁଯାୟୀ ୨୧ ଜଣ ଏସ୍ଆଇ ଓ ଏଏସ୍ଆଇଙ୍କ ବଦଳି କରାଯାଇଛି। ଏହି କ୍ରମରେ ବାଲୁଗାଁ ଥାନାରେ ନୂଆ ଭାବେ ଜଣେ
ଗଣେଶ ସମ୍ମାନ ୨୦୨୬ ର ସାମ୍ବାଦିକ ସମ୍ମିଳନୀ
ବାଲିଅନ୍ତା ୧୩/୦୯:- ଗ୍ରୀନ ଜୟଦେବ ଫାଉଣ୍ଡେସନ ଟ୍ରଷ୍ଟ ,ଶାନ୍ତିସ୍ତୁପ ଖବରକାଗଜ , ଉତ୍କଳ ଜୟଦେବ ଫାଉଣ୍ଡେସନ ଓ ନ୍ୟୁ ଭାର୍ଗବୀ ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ ଆସନ୍ତା ଅକ୍ଟୋବର ୪ ତାରିଖରେ 'ଶ୍ରୀ ଗଣେଶ ସମ୍ମାନ' ପ୍ରଦାନ ଉତ୍ସବ ଅନୁଷ୍ଠିତ ହେବ। ଏନେଇ
କୁହୁଡ଼ି ବଘେଇସାହି ମଠ ଦ୍ୱାର ସହ ଲାଗି ବେଆଇନ ରୋଷେଇ ଘର ନିର୍ମାଣ, ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ – ନିର୍ମାଣ ସ୍ଥାନାନ୍ତର ଦାବି
ବାଲୁଗାଁ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ୍ ଅନ୍ତର୍ଗତ କୁହୁଡ଼ି ପଞ୍ଚାୟତର ବଘେଇସାହି ସ୍ଥିତ ଶତାଧିକ ବର୍ଷର ପୁରାତନ ରାଧାମୋହନ ମଠର ମୁଖ୍ୟ ପ୍ରବେଶ ଦ୍ୱାର ସହିତ ଲାଗି ପାଖ ଗେଟ ଜବରଦସ୍ତ ଗୋଟିଏ ସରକାରୀ ରୋଷେଇ ଘର ନିର୍ମାଣ କରାଯାଉଛି।ଏହି ନିର୍ମାଣ
ପୋଖରୀରେ ବୁଡ଼ି ଛାତ୍ରର ମୃତ୍ୟୁ
ଚିଲିକା, ୧୨l ୯: ଗୋପାଳପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଜାମୁସାହିସ୍ଥିତ ମସ୍ଜିଦ ର ମଉଲବୀ ମହମ୍ମଦ ଅଖ୍ଲାକ୍ ଓ ଫରାତୁନ୍ ବିବିଙ୍କ ୧୪ବର୍ଷର କନିଷ୍ଠ ପୁତ୍ର ମୀରାଜ୍ ଖାଁ ଜାମୁସାହି ରାସ୍ତା କଡ଼ରେ ସ୍ଥିତ ପୋଖରୀରେ ବୁଡି ଆଜି ପ୍ରାଣତ୍ୟାଗ କରିଛନ୍ତି।ସେ
ଭିଜିଲାନ୍ସ ଜାଲରେ ରାଉରକେଲା ଅବକାରୀ ଅଧୀକ୍ଷକ ; ୫ ଲକ୍ଷ ଟଙ୍କା ଜବତ ଓ ଆୟଠାରୁ ୧୦୦% ଅଧିକ ସମ୍ପତ୍ତି ଜଣାପଡ଼ିବା ପରେ ବାନ୍ଧିଲା ଭିଜିଲାନ୍ସ..
.ରାଉରକେଲା, ୧୨/୯: ୫ ଲକ୍ଷ ଟଙ୍କା ଅବୈଧ ନଗଦ ଜବତ ଘଟଣାରେ ରାଉରକେଲା ଅବକାରୀ ଅଧୀକ୍ଷକ ଧନେଶ୍ୱର ବରାଡ଼ଙ୍କୁ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି। ଗିରଫ ପରେ ତାଙ୍କୁ ସୁନ୍ଦରଗଡ଼ସ୍ଥିତ ଭିଜିଲାନ୍ସର ସ୍ୱତନ୍ତ୍ର ଅଦାଲତରେ ହାଜର କରାଯାଇଛି। ଏନେଇ ରାଉରକେଲା ଭିଜିଲାନ୍ସ
ବାଲୁଗାଁ ପୁରୁଣା ଏସ. ଡି. ପି ଓ. ଅଫିସ ପଛ ରାସ୍ତା ପାଲଟିଛି ନର୍କ, ଦୁର୍ଗନ୍ଧରେ ଫାଟୁଛି ନାକ ।ନୀରବଦ୍ରଷ୍ଟା ପାଲଟିଛି ପ୍ରଶାସନ
ବାଲୁଗାଁ(ଖୋର୍ଦ୍ଧା ଜିଲ୍ଲା)୧୨।୯:ବାଲୁଗାଁ ବିଜ୍ଞାପିତ ପରିଷଦ ଅନ୍ତର୍ଗତ ପୁରୁଣା ଏସଡିପିଓ ଅଫିସ ପଛପଟ ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି।ସାମାନ୍ୟ ବର୍ଷା ହେଲେ ରାସ୍ତା ଉପରେ ଆଣ୍ଠୁଏ ଯାଏଁ ପାଣି ଜମି ରହୁଛି ।ପାଣି ନିଷ୍କାସନ ପାଇଁ କୌଣସି ଡ୍ରେନ୍ ବ୍ୟବସ୍ଥା ନଥିବାରୁ
ଜିଲ୍ଲା ବିଜ୍ଞାନ ନାଟକ ପ୍ରତିଯୋଗିତା ରେ ଚିଲିକା ବ୍ଲକ କୁ ଶ୍ରେଷ୍ଠ ପାଣ୍ଡୁଲିପି, ଶ୍ରେଷ୍ଠ ଅଭିନେତା ପୁରସ୍କାର
ଚିଲିକା, ୧୨।୯:ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ବିଜ୍ଞାନ ପ୍ରତିଯୋଗିତା ରେ ଚିଲିକା ବ୍ଲକ କୁ ଶ୍ରେଷ୍ଠ ପାଣ୍ଡୁଲିପି ପୁରସ୍କାର ଓ ଶ୍ରେଷ୍ଠ ଅଭିନେତା ପୁରସ୍କାର ମିଳିଥିବା ବେଳେ ଜଟଣୀ ବ୍ଲକ କୁ ଶ୍ରେଷ୍ଠ ନିର୍ଦ୍ଦେଶନା ପୁରସ୍କାର ମିଳିଛି। ଜିଲ୍ଲା ଅନ୍ତର୍ଗତ ୯ ଟି
ଚିଲିକା ବ୍ଲକରେ ବିଦ୍ୟାଳୟ ସ୍ତରୀୟ ଚକ୍ଷୁ ସ୍ୱାସ୍ଥ୍ୟ ତାଲିମ ଶିବିର
ଚିଲିକା, ୧୨।୯:ଚିଲିକା ବ୍ଲକ ଅନ୍ତର୍ଗତ ପି.ଏମ୍.ଶ୍ରୀ. ପଞ୍ଚପଲ୍ଲୀ ସୋମନାଥ ସରକାରୀ ଉଚ୍ଚ ବିଦ୍ୟାଳୟ, ଆଙ୍କୁଲାଚ଼ଟି ଠାରେ ସମସ୍ତ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କୁ ନେଇ ସୁରେନ୍ଦ୍ର ସାଏ ଦିବ୍ୟ ଦୃଷ୍ଟି ଯୋଜନା ଆନୁକୂଲ୍ୟରେ
ଆଡିପଡା ଆଦର୍ଶ ବିଦ୍ୟାଳୟର ଦ୍ଵାଦଶ ବାର୍ଷିକ ଉତ୍ସବ ପାଳିତ
ଚିଲିକା, ୧୨।୯: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଳକ ଅନ୍ତର୍ଗତ କୁହୁଡିସ୍ଥ ଆଡିପଡ଼ା ଆଦର୍ଶ ବିଦ୍ୟାଳୟର ଦ୍ଵାଦଶ ବାର୍ଷିକ ଉତ୍ସବ ଆଜି ପାଳିତ ହୋଇଯାଇଅଛି । ବିଦ୍ୟାଳୟର ଅଧ୍ୟକ୍ଷା ଭାଲେଣ୍ଟିନା ନାହାକଙ୍କ ପୌରୋହିତରେ ଅନୁଷ୍ଠିତ ବାର୍ଷିକ ଉତ୍ସବ ସଭାର ପ୍ରାରମ୍ଭରେ ଅତିଥିମାନେ ଶ୍ରୀଜଗନ୍ନାଥଙ୍କ
Politics
ନାଚୁଣୀ ମହାବିଦ୍ୟାଳୟରେ ଉଦ୍ୟାନ କୃଷିର ସଫଳ ପ୍ରୟୋଗ ସମ୍ବନ୍ଧୀୟ ଆଲୋଚନା ଚ଼କ୍ର
ବାଲୁଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଳିତ ହେଲା ୮୦ତମ ସ୍ୱାଧୀନତା ଦିବସ
Entertainment
ଦାରୁଠେଙ୍ଗ ସତ୍ୟମହିମାରେ ନବାନ୍ନ
ମିଶନ ଜୟଶ୍ରୀ ଜଗନ୍ନାଥ ସ°ଗଠନର ଅଷ୍ଟମ ବାର୍ଷିକ ସମାରୋହ
ଓଡ଼ିଶାରେ ଗାଣପତ୍ୟ ଉପାସନା ଶ୍ରୀଜଗନ୍ନାଥ ଚେତନାର ଏକ ପ୍ରମୁଖ ଅଙ୍ଗ