ବରିଷ୍ଠ ଓକିଲ ମାନସ ମହାପାତ୍ର ଓ ସମାଜସେବୀ ଶିଶିର ନାୟକ ପାଇବେ, ଚଳିତବର୍ଷର ଗଙ୍ଗାଧର ମହାପାତ୍ର ସମ୍ମାନ

ଭୁବନେଶ୍ୱର, ୬.୭ : ଓଡ଼ିଶାର ପ୍ରଖ୍ୟାତ ଆଇନଜ୍ଞ, ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଗଙ୍ଗାଧର ମହାପାତ୍ରଙ୍କ ସ୍ମୃତିରେ ତାଙ୍କ ଦ୍ୱାରା ପ୍ରତିଷ୍ଠିତ ଗଙ୍ଗାଧର ମହାପାତ୍ର ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ପ୍ରତିବର୍ଷ ଭଳି ଚଳିତବର୍ଷ ବରିଷ୍ଠ ଓକିଲ ମାନସ ମହାପାତ୍ର ଓ ସମାଜସେବୀ ଶିଶିର ନାୟକଙ୍କୁ ଗଙ୍ଗାଧର ମହାପାତ୍ର ସମ୍ମାନ, ଆସନ୍ତା ୧୪ ତାରିଖ, ସନ୍ଧ୍ୟାରେ ଭୁବନେଶ୍ୱର ବୁଦ୍ଧମନ୍ଦିର ସଭାଗୃହରେ ସ୍ୱର୍ଗତ ମହାପାତ୍ରଙ୍କ ଜନ୍ମଉତ୍ସବରେ ପ୍ରଦାନ କରାଯିବ ବୋଲି ଟ୍ରଷ୍ଟର ଆଜୀବନ ଅଧ୍ୟକ୍ଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଏକ ପ୍ରେସ୍ ବିଜ୍ଞପ୍ତିରେ ଜଣାଇଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ସମ୍ମାନ ଜନକ ଗଙ୍ଗାଧର ମହାପାତ୍ର ସମ୍ମାନ ପୂର୍ବବର୍ଷ ମାନଙ୍କରେ ସ୍ୱର୍ଗତ ଗଙ୍ଗାଧର ରଥ, ଭୁପେନ ଚନ୍ଦ୍ର ବୋଷ, ମୁଜୁବିର ରହମନ, ବାରିଷ୍ଟର ଗୋବିନ୍ଦ ଚନ୍ଦ୍ର ଦାସ, ବିପିନ ବିହାରୀ ରଥ, ଗୋପାଳ କୃଷ୍ଣ ମହାନ୍ତି, ମନୋରଞ୍ଜନ ମହାନ୍ତି ପ୍ରମୁଖଙ୍କୁ ପ୍ରଦାନ କରାଯାଇଛି । ଆଜିର ଏହି ବୈଠକରେ ଟ୍ରଷ୍ଟି ଡଃ ବୁଦ୍ଧଦେବ ମିଶ୍ର, ସୀତାବଲ୍ଲଭ ମହାପାତ୍ର, ପୁଷ୍ପରାଜ ପ୍ରଧାନ, ବାଗ୍ମୀ ପ୍ରଦୁ୍ୟମ୍ନ ଶତପଥି ଓ ଶ୍ୟାମାବଲ୍ଲଭ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page