ବାର୍ କାଉନସିଲ ସଦସ୍ୟ ଆଇନଜୀବୀ ଜ୍ଞାନ ମହାନ୍ତିଙ୍କ ବିୟୋଗ, ‘ନିଖିଳ ଓଡ଼ିଶା ଆଇନଜୀବୀ ସଙ୍ଘ’ସମେତ ଶତାଧିକ ବାର୍‌ରଶୋକ।

ଭୁବନେଶ୍ୱର – 26/10 ‘ନିଖିଳ ଓଡ଼ିଶା ଆଇନଜୀବୀ ସଙ୍ଘ’ର ପୂର୍ବତନ ସଭାପତି ତଥା ରାଜ୍ୟ ବାର୍ କାଉନସିଲର ସଦସ୍ୟ ଆଇନଜୀବୀ ଶ୍ରୀ ଜ୍ଞାନରଞ୍ଜନ ମହାନ୍ତିଙ୍କର ଆଜି ସକାଳେ ଭୁବେନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୨ ବର୍ଷ ବୟସ ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କ ପାଖରେ ତାଙ୍କର ଧର୍ମପତ୍ନୀ ରଶ୍ମିତା ମହାନ୍ତି ଓ ଦୁଇ ଝିଅ ଡକ୍ଟର ଆଦିଶା ମହାନ୍ତି ଓ ଆଇନଜୀବୀ ଅଭିଲିପ୍ସା ମହାନ୍ତି ଉପସ୍ଥିତ ଥିଲେ ।ଦୀର୍ଘ ଦିନ ଧରି ସେ ଚିକିତ୍ସିତ ହେଉଥିଲେ । ତାଙ୍କ ମୃତ୍ୟୁ ଖବର ପାଇବା ପରେ ‘ନିଖିଳ ଓଡ଼ିଶା ଆଇନଜୀବୀ ସଙ୍ଘ’ର ରାଜ୍ୟ ସଭାପତି-ବରିଷ୍ଠ ଆଇନଜୀବୀ ବିଭୁପ୍ରସାଦ ତ୍ରିପାଠୀ, ସଙ୍ଘର ବରିଷ୍ଠ କର୍ମକର୍ତ୍ତା ଶ୍ରୀ ସମୀର ନାୟକ,ସୁଶାନ୍ତ ମହାପାତ୍ର, ମନୋରଞ୍ଜନ ମହାନ୍ତି ଓ ସୁବାସ ମିଶ୍ର ପ୍ରମୁଖ ଶୋକବ୍ୟକ୍ତ କରିଛନ୍ତି । ଏତଦ୍ ବ୍ୟତୀତ ରାଜ୍ୟ ବାର୍ କାଉନସିଲ ଅଧ୍ୟକ୍ଷ ଶ୍ରୀ ସୀତାଂଶୁ ମୋହନ ଦ୍ୱିବେଦୀ ଓ ସଦସ୍ୟ ଧନଞ୍ଜୟ ମୁଣ୍ଡ, ଅରୂପାନନ୍ଦ ଦାସ ଓ ମାନସ ଚାନ୍ଦ, ରାଜ୍ୟ ବାର୍ କାଉନସିଲ ପକ୍ଷରୁ ସ୍ୱର୍ଗତ ମହାନ୍ତିଙ୍କ ଶେଷ ଦର୍ଶନ କରିବା ସହିତ ରାଜ୍ୟ ଆଇନଜୀବୀ ପରିଷଦ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସ୍ୱର୍ଗତ ମହାନ୍ତିଙ୍କ ମରଶରୀରକୁ ଭୁବନେଶ୍ୱର ବାର୍ ଆସୋସିଏସନ୍ ପରିସରରେ ଶେଷ ଦର୍ଶନ ପାଇଁ ରଖାଯାଇଥିଲା । ଭୁବନେଶ୍ୱର ବାର୍‌ରସାଧାରଣ ସମ୍ପାଦକ ସୁମନ ରାଉତରାୟଙ୍କ ସମେତ ଶତାଧିକ ଆଇନଜୀବୀ ଶବାଧାରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।ସ୍ୱର୍ଗତ ମହାନ୍ତିଙ୍କ ସ୍ମୃତି ଉଦ୍ଦେଶ୍ୟରେ ‘ନିଖିଳ ଓଡ଼ିଶା ଆଇନଜୀବୀ ସଙ୍ଘ’ ରାଜ୍ୟସ୍ତରୀୟ ଶ୍ରଦ୍ଧାଞ୍ଜଳି ସଭା ପାଳନ କରିବା ସହିତ ଚଳିତ ବର୍ଷ ନିଖିଳ ଓଡ଼ିଶା ଆଇନଜୀବୀ ସଙ୍ଘର ରାଜ୍ୟସ୍ତରୀୟ ସମ୍ମିଳନୀକୁ ସ୍ୱର୍ଗତ ମହାନ୍ତିଙ୍କ ସ୍ମୃତିମଞ୍ଚରେ ପାଳନ କରିବ ବୋଲି ନିଷ୍ପତ୍ତି ନେଇଛି ।ଏଠାରେ ଉଲ୍ଲେଖ କରାଯାଇପାରେ ସ୍ୱର୍ଗତ ମହାନ୍ତି ଭୁବନେଶ୍ୱର ବାର୍ ଆସୋସିଏସନର ସାଧାରଣ ସମ୍ପାଦକ, ରାଜ୍ୟ ବାର୍ କାଉନସିଲକୁ ୩ଥର ନିର୍ବାଚିତ ହେବା ସହିତ ‘ନିଖିଳ ଓଡ଼ିଶା ଆଇନଜୀବୀ ସଙ୍ଘ’ର ସଭାପତି ଓ ସମ୍ପଦକ ଦାୟିତ୍ୱ ତୁଲାଇଥିଲେ । ରାଜ୍ୟର ଆଇନଜୀବୀ ମାନେ ସ୍ୱର୍ଗତ ମହାନ୍ତିଙ୍କ ସଙ୍ଘିୟ ନେତୃତ୍ୱକୁ ହରାଇଲେ ବୋଲି ‘ନିଖିଳ ଓଡ଼ିଶା ଆଇନଜୀବୀ ସଙ୍ଘ’ର ସଭାପତି ଶ୍ରୀ ବିଭୁପ୍ରସାଦ ତ୍ରିପାଠୀ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page