ବାଲିଅନ୍ତା ବ୍ଲକ କାର୍ଯ୍ୟରତ ସାମ୍ବାଦିକ ସଂଘର ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ

ବାଲିଅନ୍ତା, ୩/୬/୨୬(ଗୋବର୍ଦ୍ଧନ ଦାସ) : ବାଲିଅନ୍ତା ପଞ୍ଚାୟତ ତଳଗଡ଼ସ୍ଥିତ ପତିତପାବନ ଯୁବକ ସଂଘ ପ୍ରାଙ୍ଗଣରେ ଆଜି ବାଲିଅନ୍ତା ବ୍ଲକ କାର୍ଯ୍ୟରତ ସାମ୍ବାଦିକ ସଂଘର ଏକ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଞ୍ଚଳର ବିଭିନ୍ନ ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧିମାନେ ଏକତ୍ରିତ ହୋଇ ବ୍ଲକର ବିଭିନ୍ନ ସମସ୍ୟା ଓ ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ସଭାରେ କିଶୋର ନାୟକ, ପୀତବାସ ଦାଶ, ସୁର୍ଯ୍ୟକାନ୍ତ ଭୋଳ, ପ୍ରଭାତେଂଶୁ ସାମନ୍ତରାୟ, ଲୁକେଶ ସାହୁ, ଗଦାଧର ଜେନା, ଷଷ୍ଠୀ ପ୍ରସାଦ ମହାରଣା, ଗୋଲେଖ ବେହେରା, ଆଶୁତୋଷ ଚୌଧୁରୀ, ପ୍ରଳୟ କୁମାର ଦାସ, ଗୋବର୍ଦ୍ଧନ ଦାସ, ଜିତେନ୍ଦ୍ର କୁମାର ବେଉରା, ରୂପକ ପଟ୍ଟନାୟକ ଓ ବିଭୁତି ଭୁଷଣ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ନିଜର ମତ ରଖିଥିଲେ। ବୈଠକରେ ବାଲିଅନ୍ତା ଅଞ୍ଚଳରେ ବୃଦ୍ଧି ପାଉଥିବା ହିଂସାତ୍ମକ କାର୍ଯ୍ୟକଳାପକୁ ସାମ୍ବାଦିକମାନେ ଘୋର ନିନ୍ଦା କରିଥିଲେ।

ଏହାସହ ଅଞ୍ଚଳର ଅବୈଧ କବ୍‌ଜାକୁ ନେଇ ଗଭୀର ଉଦବେଗ ପ୍ରକାଶ ପାଇଥିଲା। ଟଙ୍କପାଣି, ରଙ୍ଗବଜାର, ବାଲିଅନ୍ତା ବଜାର, ବ୍ରାହ୍ମଣ ଷଡ଼ଙ୍ଗୀ, ବେଣ୍ଟପୁର ଡେଲ୍ଟା ଛକ ଓ ଖମଙ୍ଗ ଛକ ଆଦି ପ୍ରମୁଖ ସ୍ଥାନରେ କିଛି ପ୍ରଭାବଶାଳୀ ବ୍ୟକ୍ତି ସରକାରୀ ଜମି ଦଖଲ କରି ଘର ନିର୍ମାଣ ପୂର୍ବକ ଭଡ଼ା ଆଦାୟ କରୁଥିବା ନେଇ ଅଭିଯୋଗ ହୋଇଛି। ଗତ ୬ ମାସ ତଳେ ବାଲିଅନ୍ତା ବ୍ଲକର ପ୍ରମୁଖ ବ୍ୟବସାୟୀକ ଅଞ୍ଚଳ ବାଳକାଟି ଭଳି ବଜାରରୁ ଜବରଦଖଲ ଉଛେଦ ହୋଇଥିଲା l ମାତ୍ର ଦୁଃଖ ଓ ପରିତାପର ବିଷୟ ଟଙ୍କପାଣି ବଜାରରେ ଜବରଦଖଲକାରୀଙ୍କୁ ତହସିଲ ପ୍ରଶାସନ ପକ୍ଷରୁ ନୋଟିସ ଦିଆଯାଇଥିଲେ ମଧ୍ୟ କାହା ସ୍ୱାର୍ଥରେ ଉଛେଦ ହୋଇନାହିଁ ବୋଲି ମତ ରଖିଥିଲେ l ସେହିପରି ଏହି ବ୍ଲକର ପ୍ରମୁଖ ସେତୁ ବାଳକାଟି ଭାର୍ଗବୀ ସେତୁ, ଟଙ୍କପାଣି ସେତୁ, ମହାତ୍ମାସେତୁ ଏବଂ ଭିଙ୍ଗାରପୁର ସେତୁକୁ ଆଲୋକୀକରଣ କରିବାପାଇଁ ସରକାରଙ୍କ ନିକଟରେ ଦାବି ହୋଇଥିବା ବେଳେ ହଂସପାଳରୁ ଅଭୟମୁଖୀ ଦେଇ ନିମାପଡ଼ା-କୋଣାର୍କ ରାସ୍ତାରେ ଆମ ବସ୍ ଚଳାଚଳ କରିବାକୁ ସଂଘ ଦାବି କରିଛି। ଏହି ଦାବି ଗୁଡ଼ିକ ଉପରେ ପ୍ରଶାସନ ଦୃଷ୍ଟି ଦେବା ଆବଶ୍ୟକ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା।

ପୀତବାସ ଦାଶ
ବାଲିଅନ୍ତା ପ୍ରତିନିଧି

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page