କଳାହାଣ୍ଡି, ୨୭|୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): ରାଜ୍ୟ ଓ କେନ୍ଦ୍ର ସରକାର ବକ୍ସି ଜଗବନ୍ଧୁ ପାନୀୟ ଜଳ ପ୍ରକଳ୍ପ (ବସୁଧା) ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଓଭର ହେଡ଼ ଟେଙ୍କ ନିର୍ମାଣ କରି ପାନୀୟ ଜଳ ସମସ୍ୟା କୁ ଦୂର କରିବା ସହ ଲୋକଙ୍କ ଘରକୁ ଘର ମଧୁର ପାନୀୟ ଜଳ ପହଞ୍ଚାଇବା ହେଉଛି ବସୁଧା ଯୋଜନା ର ମୂଳ ଲକ୍ଷ୍ୟ ଓ ଉଦ୍ଦେଶ୍ୟ। ଏହି ଯୋଜନା ମାଧ୍ୟମରେ ଧର୍ମଗଡ ବ୍ଲକର ବ୍ରାହ୍ମଣ ଛେଣ୍ଡିଆ ଗ୍ରାମ ପଞ୍ଚାୟତରେ କୋଟି କୋଟି ଟଙ୍କା ବ୍ୟୟକରାଯାଇ ଓଭର ହେଡ଼ ଟାଙ୍କି ନିର୍ମାଣ କରି ବ୍ରାହ୍ମଣ ଛେଣ୍ଡିଆ ଗ୍ରାମ ପଞ୍ଚାୟତର ବ୍ରାହ୍ମଣ ଛେଣ୍ଡିଆ ଗାଁ ଏବଂ ଚିଲିଚିଲା ଗାଁର କିଛି ଘରକୁ ପାଇପ ଯୋଗେ ପ୍ରତି ଘରକୁ ପାନୀୟ ଜଳ ଯୋଗାଣ ର ବ୍ୟବସ୍ଥା ରହିଛି । ହେଲେ ଆରମ୍ଭ ରୁ ନିମ୍ନ ମାନର କାର୍ଯ୍ୟ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଚିଲିଚିଲା ଛକ ନିକଟରେ ଓଭର ହେଡ଼ ଟ୍ୟାଙ୍କ ନିର୍ମାଣ କାର୍ଯ୍ୟ ଚାଳୁଥିବା ବେଳେ ଓଭର ହେଡ଼ ଟେଙ୍କ ପାଇଁ ବେଡ଼ ପ୍ରସ୍ତୁତ ସମୟରେ ଆଣ୍ଠୁଏ କାଦୁଅରେ ଚିପ୍ସ ଦେଇ କାର୍ଯ୍ୟ ଆରମ୍ଭ କରୁଥିବା ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି। ତେବେ କାର୍ଯ୍ୟ ଆରମ୍ଭରୁ ନିମ୍ନ ମାନର କାମ ହେଉଥିବା ନେଇ ଏହାର ସ୍ଥାୟୀତ୍ୱ ଉପରେ ପ୍ରଶ୍ନ ଉଠେଇଛନ୍ତି ଗ୍ରାମବାସୀ । ଠିକାଦାର ଙ୍କ ଲାଭଖୋର ମନୋବୃତ୍ତି ଏବଂ ବିଭାଗୀୟ ଯନ୍ତ୍ରୀଙ୍କ ସାଲାସୁତୁରା ଯୋଗୁଁ ଏଭଳି କାର୍ଯ୍ୟ ସମ୍ପାଦନ ହେଉଥିବା ଗ୍ରାମବାସୀ ଙ୍କ ମହଲ ରେ ଅଭିଯୋଗ ହେଉଛି । ଏହା ସହ କାର୍ଯ୍ୟ ସ୍ଥଳୀ ରେ ସୂଚନା ଫଳକ ନ ଥିବାରୁ ମଧ୍ୟ ଲୋକେ ନିର୍ମାଣ କାର୍ଯ୍ୟର ସ୍ୱଚ୍ଛତାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏ ସମ୍ପର୍କ ରେ ଧର୍ମଗଡ ଉପଖଣ୍ଡ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ସହକାରୀ ଯନ୍ତ୍ରୀ ବିକେତା ମାଝୀ ଙ୍କୁ ପଚାରିବାରୁ ପ୍ରକଳ୍ପଟି ବ୍ରାହ୍ମଣ ଛେଣ୍ଡିଆ ତେଲ ନଦୀରୁ ଇଣ୍ଟେକ ୱେଲ ମାଧ୍ୟମରେ ପାଣି ଉଠାଇ ଚିଲିଚିଲା ଛକ ଠାରେ ଓଭର ହେଡ଼ ଟ୍ୟାଙ୍କ ମାଧ୍ୟମରେ ପାଇପ ଯୋଗେ ବ୍ରାହ୍ମଣ ଛେଣ୍ଡିଆ ଗାଁକୁ ଏବଂ ଚିଲିଚିଲା ଛକ ର କିଛି ଘରକୁ ପାନୀୟ ଜଳ ଯୋଗାଣ ହେବ କିନ୍ତୁ ଏହାର ଅଟକଳ ମୂଲ୍ୟର ପରିମାଣ ଜାଣିନାହିଁ ବୋଲି ପ୍ରକାଶ କରିଥିବା ବେଳେ ଜେଇ ସରୋଜ ମାଝୀ କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ମୋତେ ନ ଜଣାଇ କାର୍ଯ୍ୟ ଆରମ୍ଭ କରିଛନ୍ତି ବୋଲି ସେ କହିଛନ୍ତି |ଏ ଦିଗରେ ତୁରନ୍ତ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେଇ ନିମ୍ନ ମାନର କାମକୁ ରୋକାଯିବା କୁ ଦାବି ହେଉଛି |

କଳାହାଣ୍ଡି ଜ଼ିଲ୍ଲା ପ୍ରତିନିଧି ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ