ଭୁବନେଶ୍ୱର ତା ୧/୫ ଭଗବାନ ତଥାଗତ ବୁଦ୍ଧଙ୍କ ୨୫୭୦ତମ ଜୟନ୍ତୀ ପାଳନ ଅବସରରେ ଭୁବନେଶ୍ୱର ବୁଦ୍ଧ ମନ୍ଦିରର ବରିଷ୍ଠ ସଦସ୍ୟ ଡ଼ଃ. ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଭୁବନେଶ୍ୱର ବୁଦ୍ଧ ମନ୍ଦିରରେ ଚାଲିଥିବା ବ୍ୟବସାୟ ଓ ସ୍କୁଲ୍ ପଇସାରେ ହରିଲୁଟ୍ ଉପରେ ବିସ୍ଫୋରକ ବୟାନ ଦେଇ କହିଛନ୍ତି ଯେ ୧୯୫୬ ମସିହାରେ ଯେତେବେଳେ ପୃଥିବୀରେ ୨୫୦୦ତମ ବୁଦ୍ଧ ଜୟନ୍ତୀ ପାଳନ ହେଉଥିଲା ସେତିକିବେଳେ ଭାରତବର୍ଷର ପ୍ରଧାନ ମନ୍ତ୍ରୀ ପଣ୍ଡିତ ଜବାହାରଲାଲ୍ ନେହେରୁଙ୍କ ଅନୁରୋଧରେ ସବୁରାଜ୍ୟରେ ବୁଦ୍ଧ ଧର୍ମର ପ୍ରଚାର ପ୍ରସାର ପାଇଁ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ସେହି କ୍ରମରେ ଡ଼ଃ ହରେକୃଷ୍ଣ ମହତାବ ସେତେବେଳେର ମୁଖ୍ୟମନ୍ତ୍ରୀ ବୁଦ୍ଧ ଧର୍ମର ପ୍ରଚାର ପ୍ରସାର ପାଇଁ ୩ଏକର ସରକାରୀ ଜମି ଭୁବନେଶ୍ୱରର ପ୍ରମୁଖ ସ୍ଥଳରେ ଟଙ୍କିକିଆ ସଲାମୀରେ ଉକ୍ରଳ ବୌଦ୍ଧ ସଂଘକୁ ଦେଲେ । ଏହି ସମ୍ପ ି ଉପରେ ବିଭିନ୍ନ ସମୟରେ ବିଭିନ୍ନ ଜମି ମାଫିଆଙ୍କ ଲୋଲୁପ ଦୃଷ୍ଟି ପଡ଼ିଥାଏ । କିନ୍ତୁ ନବୀନ ସରକାର ଆସିବା ପରେ ୨୦୦୨ ମସିହାରେ ସେତେବେଳେର ଶାସନର ପ୍ରମୁଖ ସ୍ୱର୍ଗତ ପ୍ୟାରୀମୋହନ ମହାପାତ୍ରଙ୍କ ବଂଶଜ, ଏହି ଜମିକୁ ହାତେଇବା ପାଇଁ ଏକ ଟ୍ରଷ୍ଟ ନାମରେ ଅନଧିକୃତ ଜଣେ ବ୍ୟକ୍ତିଠାରୁ ଚୁକ୍ତିପତ୍ର ରେଜିଷ୍ଟ୍ରି କରି ସ୍କୁଲ ଆରମ୍ଭ କରିଦେଲେ । ସାମ, ଦାନ, ଦଣ୍ଡ, ଭେଦ ନୀତିରେ ୨୩ବର୍ଷ ହେବ ଟ୍ରଷ୍ଟି, ସମ୍ପାଦକ ଓ ଆଉ କଣ କଣ ପଦ ହାତେଇ, ବୁଦ୍ଧ ଧର୍ମର ପ୍ରଚାର ପ୍ରସାର ସ୍ଥାନରେ, ବୁଦ୍ଧ ମନ୍ଦିରକୁ ଏକ ବ୍ୟବସାୟ ସ୍ଥଳ କରି ନର୍ସରୀ, କ୍ୟାଟେରିଙ୍ଗ, ପୁରୁଣା ରଦି ଜିନିଷ ବିକ୍ରୟ କେନ୍ଦ୍ର, ହଲ୍ ଭଡ଼ା, ଖାଇବା ସ୍ଥାନ ଭଡ଼ା, ସେହିପରି ସ୍କୁଲରେ ଡ଼୍ରେସ୍, ବହି, ଖାତା, ସବୁଥିରେ ପି.ସି.ରେ କାର୍ଯ୍ୟ ଚାଲିଛି । ସ୍କୁଲ ବିଲଡ଼ିଙ୍ଗର ହୋଲଡ଼ିଙ୍ଗ ଟିକସ ଦିଆଯାଇପାରୁନାହିଁ ଅଥଚ ଲକ୍ଷ୍ନୌ ବୁଦ୍ଧ ମନ୍ଦିରର ଇଲେକ୍ଟ୍ରି ବିଲ୍ ୭ଲକ୍ଷ ଟଙ୍କା ଭୁବନେଶ୍ୱର କେନ୍ଦ୍ର ଦେଲା । ଲୋନ୍ ନାମରେ ୫ବର୍ଷ ହେବ ଭୁବନେଶ୍ୱର କେନ୍ଦ୍ର, ମହାବୋଧି କେନ୍ଦ୍ର କମିଟିକୁ ୩୦ଲକ୍ଷ ଟଙ୍କା ଦେବା, ଆବଶ୍ୟକତା ନଥାଇ ୬୦ଲକ୍ଷ ଟଙ୍କାର ସୋଲାର ସ୍କୁଲ୍ରେ ଲଗାଇବା ବିଷୟ ଉପରେ ତଥା ୨୩ବର୍ଷ ଆୟବ୍ୟୟର ସ୍ୱତନ୍ତ୍ର ଅଡ଼ିଟ୍ ପାଇଁ ମୁଁ, ପ୍ରଶ୍ନ କରିବା ପରେ ମୋତେ କିଭଳି ବୁଦ୍ଧ ସଂସ୍ଥାରୁ ବିଦା କରାଯିବ, ୪ବର୍ଷ ହେବ ସହରି ନକ୍ସଲଙ୍କ ଦ୍ୱାରା ନକ୍ସା ପ୍ରସ୍ତୁତ ଚାଲିଛି । ବୁଦ୍ଧ ସଂଘରେ ୪୦ବର୍ଷର ଇତିହାସ ଲେଖିବା ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ଲୋକାର୍ପଣ ହେବା ପରେ, ଲୁଟେରା ମାନେ ଜଣେ ବୌଦ୍ଧ ଭୀକ୍ଷୁଙ୍କୁ ଆଣି ମୋତେ ତନ୍ତ୍ର ଦ୍ୱାରା କିଭଳି ମାରି ଦିଆଯାଇପାରେ ସେଭଳି ଶଡ଼ଯନ୍ତ୍ର ମଧ୍ୟ କରାଯାଇଥିଲା । ବୌଦ୍ଧ ଭୀକ୍ଷୁ ଜଣକ ମୋ ବିଷୟରେ ଜାଣିବା ପରେ, ମୋତେ ସାକ୍ଷାତ କରି ସମସ୍ତ ବିଷୟ କହିବା ସହ ଏମାନଙ୍କ ଠାରୁ ସତର୍କ ଓ ଦୂରେଇ ରହିବାକୁ ପରାମର୍ଶ ଦେଇ, ସେ ମହାଶୟ ମହାବୋଧିରୁ, ବିଦାୟ ନେଇ ଅରୁଣାଚଳ ଚାଲିଗଲେ । ମୋର ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ଶିକ୍ଷାମନ୍ତ୍ରୀଙ୍କୁ ଅନୁରୋଧ ବୁଦ୍ଧ ମନ୍ଦିର ଓ ସ୍କୁଲର ଆର୍ଥôକ ଅନିୟମିତତା ଓ ବୁଦ୍ଧ ଧର୍ମ ସଂସ୍ଥାରୁ ବ୍ୟବସାୟୀ କରଣ ବନ୍ଦ ପାଇଁ ବିହୀତ ପଦକ୍ଷେପ ନେବା ସହ, ସହରୀ ନକ୍ସଲଙ୍କ ଠାରୁ ମୋତେ ସୁରକ୍ଷା ଦିଆଯାଉ ।
(ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର) ପୂର୍ବତନ ଉପ-ସଭାପତି ଭାରତୀୟ ମହାବୋଧି ସମିତି ୯୩୩୭୧୧୭୪୨୯