ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ପ୍ରାୟ ପ୍ରତେକ ବ୍ଲକରେ ଖଣି ବିଭାଗ, ତହସିଲ ବିଭାଗ ଏବଂ ପୋଲିସ ବିଭାଗ ଦ୍ୱାରା ଟ୍ରାକ୍ଟର ମାନଙ୍କୁ ଧଗରପକଡ଼ କରି ମନଇଚ୍ଛା ଫାଇନ ଆଦାୟ କରିବା ସହିତ ଟ୍ରାକ୍ଟର ମାନଙ୍କୁ ଜବତ କରି ଥାନାରେ ରଖିବା ଓ ଡ୍ରାଇଭର ମାନଙ୍କୁ ଅଟକ ରଖି ମନଇଚ୍ଛା ଟଙ୍କା ଦାବୀ କରି ଜୋରିମାନା ଆଦାୟ କରିବା ଯଦି କୌଣସି ମାଲିକ ଜୋରିମାନା ନଦେଇପାରିଲା ତାହେଲେ ଟ୍ରାକ୍ଟରକୁ କୋର୍ଟ ଚାଲାଣ କରିବା ଦ୍ୱାରା ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ବହୁତ ଅସୁବିଧା ହେଉଥିବା ସହିତ ଟ୍ରାକ୍ଟର ମାଲିକ ମାନଙ୍କ ମଧ୍ୟରେ ଆଶାନ୍ତିର ବାତାବରଣ ଦେଖିବାକୁ ମିଳୁଛି ∣ ଗୋଟିଏ ଟ୍ରାକ୍ଟର ମାଲିକ ପାଖରେ ହାର ହାରି ୫ ରୁ ୬ ଜଣ ଶ୍ରମିକ କାମ କରୁଥିବା ବେଳେ ତାଙ୍କ ପରିବାର ମଧ୍ୟ ନିଜର ଜୀବନଜୀବିକା ପ୍ରତିପୋଷଣ କରୁଛନ୍ତି ∣ ସରକାରଙ୍କ ନିର୍ଦେଶ କ୍ରମେ ପୋଲିସ, ଖଣି ବିଭାଗ ଓ ତହସିଲ ବିଭାଗର ଏହି ଧରପକଡ଼ରେ ଭବାନୀପାଟଣା ବ୍ଲକ ଅନ୍ତର୍ଗତ ପ୍ରାୟ ୧୦୦ ଟି ଟ୍ରାକ୍ଟର ମାଲିକ ହନ୍ତସନ୍ତ ହେବା ସହିତ ତାଙ୍କ ପାଖରେ ପ୍ରାୟ ୧୦୦୦ ଜଣ ଶ୍ରମିକ ରୋଜଗାର ପାଇଁ କାର୍ଯ୍ୟ କରୁଛନ୍ତି ଯାହାର ଜୀବନ ଜୀବିକା ଉପରେ ମଧ୍ୟ ବହୁତ ପ୍ରଭାବ ପଡୁଛି ∣ ତେଣୁ ଓଡିଶା ସରକାର ଟ୍ରାକ୍ଟର ମାଲିକ ମାନଙ୍କୁ ରୟାଲଟି ପ୍ରଦାନ କରିବା ପାଇଁ ସୁବ୍ୟବସ୍ଥା କରିବାକୁ ଭବାନୀପାଟଣା ବ୍ଲକ ଟ୍ରାକ୍ଟର ମାଲିକ ମହାସଂଘ ତରଫରୁ ଅନୁରୋଧ କରାଯାଉଛି ∣ ବାଲି ଲିଜ ଘାଟ ସବୁରୁ ହାଇୱା ମାନେ ବାଲି ଆଣୁଥିବା ବେଳେ ସବୁତକ ଟ୍ରିପରେ ରୟାଲଟି ରସିଦ ନଥିବା ବେଳେ ଡ଼ମ୍ପିଙ୍ଗ କରୁଥିବା ବାଲିକୁ ମଧ୍ୟ ଟ୍ରାକ୍ଟରରେ ସ୍ଥାନାନ୍ତରିତ କରୁଥିବା ବେଳେ ମଧ୍ୟ ଧଗରପକଡ଼ କରି ଫାଇନ ଆଦାୟ କରାଯାଉଛି ଯାହା ହାଇୱା ଓ ବାଲି ଘାଟ ଲିଜ ଧାରୀମାନେ ବୁଝିବା କଥା ତାହା ସେମାନେ ବୁଝୁନାହାନ୍ତି ଯାହା ଫଳରେ ଟ୍ରାକ୍ଟର ମାଲିକ ମାନଙ୍କୁ ବହୁତ ଅସୁବିଧା ହେଉଅଛି ∣ ଜଣେ ଟ୍ରାକ୍ଟର ମାଲିକ ଦୈନିକ ୧୦୦୦ ଟଙ୍କା ରୋଜଗାର କରୁଥିବା ବେଳେ ମାସିକ ୧୫୦୦୦/- ଟଙ୍କା ଇଏମଆଇ ଦେବା ବେଳେ ୭୦୦୦/- ଟଙ୍କା ଡ୍ରାଇଭରକୁ ମାସିକ ଦରମା ଦେଇ ଅବଶିଷ୍ଟ ଟଙ୍କା ନିଜ ଜୀବନଜୀବିକା ଉପରେ ନିର୍ଭର କରୁଛି ଯଦି ସେହି ଟ୍ରାକ୍ଟର ମାଲିକଙ୍କୁ ମାସିକ ୩ ଥର ଧରପକଡ଼ କରି ଫାଇନ ୧ ଲକ୍ଷ ଆଦାୟ କରାଯାଏ ତାହେଲେ ତାର ଜୀବନ ସହିଳି ଅସ୍ତବ୍ୟସ୍ତ ହୋଇଯିବି ବୋଲି ମାଲିକ ଓ ବୁଦ୍ଧିଜୀବୀ ମହାଲରେ ଚର୍ଚ୍ଚା ହେଉଛି ∣ ଓଡିଶା ସରକାର ଏସବୁ ସମସ୍ୟାର ସମାଧାନ କରି ସମସ୍ତ ଟ୍ରାକ୍ଟର ମାଲିକ ଓ ଶ୍ରମିକ ମାନଙ୍କୁ ରୋଜଗାର ପ୍ରଦାନ କଲେ ବିଭିନ୍ନ ସରକାରୀ ଯୋଜନା ସହିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ସରକାରୀ ଉନ୍ନୟନ କାର୍ଯ୍ୟ ସବୁ ସୁଚାରିରୂପେ ସମ୍ପାଦନ ହୋଇପାରିବ ବୋଲି ଦାବୀ କରୁଛନ୍ତି ∣ ଯଦି ଏହି ଅସୁବିଧା ଗୁଡିକ ପୂରଣ ନକଲେ ଆଗାମୀ ଦିନରେ ଭବାନୀପାଟଣା ବ୍ଲକ ଟ୍ରାକ୍ଟର ମାଲିକ ମହାସଂଘ ତରଫରୁ ପ୍ରତେକ ଡ୍ରାଇଭର ଓ ପ୍ରତେକ ଶ୍ରମିକଙ୍କ ପରିବାର ଓ ପିଲାଛୁଆ ମାନେ ରାଜ ରାସ୍ତାରେ ଓଲ୍ଲାଇବା ସହିତ କଳାହାଣ୍ଡି ଜିଲ୍ଲା ବନ୍ଦ କରିବାକୁ ଆହ୍ୱାନ ଦେଇ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରିବାକୁ ବାଧ୍ୟ ହେବେ ନିଜର ରୋଜଗାର ଓ ହକ ପାଇଁ ବୋଲି ଭବାନୀପାଟଣା ବ୍ଲକ ଟ୍ରାକ୍ଟର ମାଲିକ ମହାସଂଘ ସଭାପତି ମୁଜ଼ାଫର ଅଲ୍ଲୀ ଖାଁ, ସମ୍ପାଦକ ମଣି ବାଗ, କୋଷାଧକ୍ଷ ସନ୍ତୋଷ ମୁଣ୍ଡ, ମଞ୍ଜୁର ଅଲ୍ଲୀ ଖାଁ, ବିଷ୍ଣୁ ନାଏକ, ନାରାୟଣ, ଆମ୍ପି, ଠାକୁର, ଏସ ବାବୁ, ଜାଗା, ରୋହିତ, ପ୍ରଶାନ୍ତ, ପିତ, ମୁରଲୀ ପ୍ରଧାନ, ସରୋଜ, ଗାନ୍ଧୀ, ଚିତ ପ୍ରମୁଖ ଟ୍ରାକ୍ଟର ମାଲିକ ଚେତାବନୀ ଦେଇଛନ୍ତି ।
ଭବାନୀପାଟଣା ବ୍ଲକ ଟ୍ରାକ୍ଟର ମାଲିକ ମହାସଂଘ ତରଫରୁ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଦାବୀ ପତ୍ର ପ୍ରଦାନ∣
Social Share On:
Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp
Social Share On:
Related News
ଉନ୍ନତ ମାନର ଚିକିତ୍ସା ଚିକିତ୍ସାଳୟରେ ନାହିଁ, ସେବା ପ୍ରତିନିଧି
ବାଲିଅନ୍ତା 26/07:-ଯେଉଁ ସମୟରେ ଭୁବନେଶ୍ବର ବଣ ଜଙ୍ଗଲରେ ପରିପୂର୍ଣ୍ଣ ଥିଲା ଜନ ସାଧାରଣ ଚିକିତ୍ସାଳୟ ଅଭାବରୁ ଚିକିତ୍ସାରୁ ବଞ୍ଚିତ ହେଉଥିଲେ , ସେହି ସମୟରେ ଭୁବନେଶ୍ବର ଓ ଏହାର ଆଖପାଖ ଚିନ୍ତାଶୀଳ ଜନନାୟକମାନଙ୍କ ଦ୍ଵାରା ୧୯୪୬ ମସିହାରେ ଜନ୍ମ ଲାଭ କଲା
ମହାପୁରୁଷଙ୍କ ପ୍ରତିମୂର୍ତ୍ତି ସ୍ଥାପନ ନିମିତ୍ତ ଉତ୍କଳ ସ୍ୱାଭିମାନ ମଞ୍ଚ ଦ୍ୱାରା ସ୍ଥାନ ପରିଦର୍ଶନ |
ଚିଲିକା, ୨୬।୭: ରବିବାର ଦିନ ବୋଲଗଡ଼ ମଣ୍ଡଳ ଅନ୍ତର୍ଗତ 5 ଟି ବିଦ୍ୟାଳୟରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ସ୍ଥାପନ ନିମିତ୍ତ ଉତ୍କଳ ସ୍ୱାଭିମାନ ମଞ୍ଚର ସଭାପତି ରାଧାକାନ୍ତ ଦାଶ ଓ ସଭ୍ୟ ମାନଙ୍କ ସହ ଗୋଷ୍ଠୀ ଶିକ୍ଷାଧିକାରୀ ପ୍ରମୋଦ କୁମାର ସ୍ୱାଇଁ ବିଦ୍ୟାଳୟକୁ
ଓଡ଼ିଆ ଭାଷା ସାହିତ୍ୟ, ସାମ୍ବାଦିକତାର ମହାନ ବ୍ୟକ୍ତିତ୍ୱ ଥିଲେ ନୀଳମଣି ବିଦ୍ୟାରତ୍ନ
ଭୁବନେଶ୍ୱର ତା 26/07/26 ମହାନ ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା, ସାହିତ୍ୟ, ସାମ୍ବାଦିକତାର ମହାନ ବ୍ୟକ୍ତିତ୍ୱ ନୀଳମଣି ବିଦ୍ୟାରତ୍ନଙ୍କ 102ତମ ଶ୍ରାଦ୍ଧବାର୍ଷିକ ସ୍ଥାନୀୟ ଜୟଦେବ ବିହାରସ୍ଥିତ ପ୍ରତିମୂର୍ତ୍ତି ସ୍ଥଳରେ ପୁଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ, ଓଡିଶା ସରକାରଙ୍କ ଭାଷା, ସାହିତ୍ୟ, ସଂସ୍କୃତି
ବୋଲଗଡ଼ରେ ପାଚିକା -ସହାୟିକାଙ୍କର ତାଲିମ ଶିବିର
ଚିଲିକା, ୨୫।୭:ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ପୋଷଣ ନୋଡାଲ ଅଧିକାରୀଙ୍କ ନିର୍ଦ୍ଦେଶରେ ବୋଲଗଡ଼ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ମାଧ୍ୟାମିକ, ଉଚ୍ଚ ପ୍ରାଥମିକ ଓ ପ୍ରାଥମିକ ସମସ୍ତ ସରକାରୀ ବିଦ୍ୟାଳୟରେ କାର୍ଯ୍ୟରତ ପାଚିକା -ସହାୟିକାମାନଙ୍କ ନିମିତ୍ତ ଶନିବାର ଦିନ ତାଲିମ ଶିବିର ଅନୁଷ୍ଠିତ
ସତ୍ୟବାଦୀ ଥାନା ଭାରପ୍ରାପ୍ତ ଅଧିକାରୀ କାହା ଚାପରେ?/ପୋଲିସର ନିଷ୍କ୍ରିୟତା ବିରୋଧରେ ସାମ୍ବାଦିକ ସମ୍ମିଳନୀ
ଭୁବନେଶ୍ୱର ତା 25/07/26 ଏବେବି କଙ୍ଗାରୁକୋର୍ଟ ସକ୍ରିୟ l ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ଅନ୍ତର୍ଗତ ବସନ୍ତପଡା ଗ୍ରାମରେ l ଏ ସମ୍ପର୍କ ରେ ଏକ ସାମ୍ବାଦିକ ସମ୍ମିଳନୀ ସଶକ୍ତ ଓଡିଶା ଭବନ
ୟୁନିଟ 5 ଜଗନ୍ନାଥ ମନ୍ଦିର, ସୁନାବେଶରେ ଝଲସିଲେ ଚତୁର୍ଦ୍ଧା ମୂର୍ତ୍ତି
ଭୁବନେଶ୍ୱର ତା 25ରିଖ l ୟୁନିଟ 5 ଜଗନ୍ନାଥ ମନ୍ଦିରରେ ରଥ ଉପରେ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହୋଇଯାଇଛି l ଘୋଷଯାତ୍ରାର ବିଶେଷ ପର୍ଯ୍ୟାୟ ହରିଶୟନ ଏକାଦଶୀ ଉପଲକ୍ଷେ ଆଜି ଚତୁର୍ଦ୍ଧା ମୂର୍ତ୍ତିଙ୍କ ପୂଜାର୍ଚନା ଓ ରୀତିନୀତି ରଥ ଉପରେ ହିଁ
ଗାନ୍ଧିଜୀ ସାମାଜିକ ଅନୁଷ୍ଠାନ ପକ୍ଷରୁ ଖାଦ୍ୟ ଓ ଜଳ ବଣ୍ଟନ କାର୍ଯ୍ୟକ୍ରମ
ପୁରୀ 25/07/26 ପୁରୀ ପ୍ରବେଶ ଦ୍ଵାର ଅଠରନଳା ଠାରେ ଗାନ୍ଧିଜୀ ସାମାଜିକ ଅନୁଷ୍ଠାନ ଟ୍ରଷ୍ଟ ତରଫରୁ ଉକ୍ତ ମାନଙ୍କୁ ଶୁଖିଲା ଖାଦ୍ୟ ଓ ପାନୀୟ ଜଳ ବଣ୍ଟନ କରାଯାଇଛି ।ଅନୁଷ୍ଠାନର ସଭାପତି ପ୍ରସନ୍ନ କୁମାର ଲେଙ୍କା ଙ୍କ ଅଧକ୍ଷତାରେ , ଉକ୍ତ
ବାହୁଡ଼ିଲେ ମହାବାହୁ :ସୁଦର୍ଶନ ଦାରୁସ୍ଥଳୀ ନିକଟରେ ବାହୁଡା଼ ଯାତ୍ରା ସମାପନ
ବାଲିଅନ୍ତା,୨୪|୭(ଗୋବର୍ଦ୍ଧନ ଦାସ):ପୁରୁଣା ଜଗନ୍ନାଥ ସଡ଼କ ହିରାପୁରସ୍ଥିତ ଗଡ଼କଣ୍ଡୁଣିଆ ନିକଟସ୍ଥ ଶ୍ରୀସୁଦର୍ଶନଙ୍କ ଦାରୁସ୍ଥଳୀରେ ଶନିବାର ବାହୁଡାଯାତ୍ରା ଶାନ୍ତିଶୃଙ୍ଖଳାର ସହ ସମାପନ ହୋଇଯାଇଛି। ପ୍ରତ୍ୟୁଷରୁ ଶ୍ରୀ ଗୁଣ୍ଡିଚା ମନ୍ଦିର ରଥିଜେମାସ୍ଥିତ ମା' ଭଗବତୀ ମନ୍ଦିରରେ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ମା' ସୁଭଦ୍ରା ଓ ଚକ୍ରରାଜ ସୁଦର୍ଶନ
ଓଡ଼ିଶ ଗ୍ରାମରେ ବାହୁଡ଼ା ଯାତ୍ରା ଅନୁଷ୍ଠିତ
ଭୁବନ: ଭୁବନ ବ୍ଲକ୍ ଅନ୍ତର୍ଗତ ଓଡ଼ିଶ ଗ୍ରାମରେ ଖୁବ୍ ଧୂମଧାମରେ ପାଳନ କରାଯାଇଛି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା। ସାରା ପୃଥିବୀରେ ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ହେଉଥିବାବେଳେ ଓଡ଼ିଶ ଗ୍ରାମରେ ମଧ୍ୟ ଧୂମଧାମରେ ପାଳନ କରାଯାଇଥିବା ଦେଖାଯାଇଛି। ମାଉସୀମାଙ୍କ ଘରୁ ଚତୁର୍ଦ୍ଧାମୂର୍ତିଙ୍କୁ ଶ୍ରୀମନ୍ଦିର
ବାହୁଡା଼ ଯାତ୍ରାରେ ରାଧାକୃଷ୍ଣ ମନ୍ଦିରରୁ ୟୁନିଟ 5 ଜଗନ୍ନାଥ ମନ୍ଦିରକୁ ବାହୁଡ଼ିଲେ ଚତୁର୍ଦ୍ଧା ମୂର୍ତ୍ତି l
ଭୁବନେଶ୍ୱର ତା 24ରିଖ l ଆଜି ଥିଲା ମହାପ୍ରଭୁ ଜଗନ୍ନାଥଙ୍କ ବାହୁଡା଼ ଯାତ୍ରା l ଏ ଉପଲକ୍ଷେ ମହାପ୍ରଭୁଙ୍କ ସମେତ ଚତୁର୍ଦ୍ଧା ମୂର୍ତ୍ତି ୟୁନିଟ 6 ରାଧାକୃଷ୍ଣ ମନ୍ଦିର ସ୍ଥିତ ଶ୍ରୀଗୁଣ୍ଡିଚା ମନ୍ଦିରରୁ ବାହାରି ୟୁନିଟ 5 ଜଗନ୍ନାଥ ମନ୍ଦିର କୁ
ରାଧାକୃଷ୍ଣ ମନ୍ଦିରସ୍ଥ ଗୁଣ୍ଡିଚାମନ୍ଦିରରେ ନବମୀ ସନ୍ଧ୍ୟା ଦର୍ଶନରେ ଭଜନ ସମାରୋହ ଓ ନୃତ୍ୟରେ ବିଭୋର ଶ୍ରଦ୍ଧାଳୁ
ଭୁବନେଶ୍ୱର ତା 23 ରିଖ l ଆସନ୍ତା କାଲି ବାହୁଡା଼ ଯାତ୍ରା l ମାଉସୀ ମା ଘର ଛାଡି ଚାଲି ଯିବେ ରତ୍ନବେଦୀକୁ l ରଥ ଦକ୍ଷିଣ ମୋଡ଼ ହୋଇ ସାରିଛି l ମହାପ୍ରଭୁଙ୍କ ରଥଯାତ୍ରା ମହାପର୍ବର ଆଜି ଥିଲା ପବିତ୍ର
ଉଦ୍ୟୋଗୀଙ୍କ ସମ୍ମାନ,ସୁରକ୍ଷା ସମୃଦ୍ଧି ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ
ଭୁବନେଶ୍ୱର ତା 22/07/26 ସ୍ଥାନୀୟ ବୁଦ୍ଧମନ୍ଦିର ପରିସରରେ ଓଡିଶା ଉଦ୍ୟୋଗୀ ପରିବାରର ମାସିକ ସମୀକ୍ଷା ବୈଠକ ଅଧ୍ୟକ୍ଷ, ବିଶିଷ୍ଟ ଉଦ୍ୟୋଗୀ ଶିବ ନାରାୟଣ ମିଶ୍ରଙ୍କ ସଭାପତିତ୍ବ ଓ ବିଜୟ କୁମାର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି l ବରିଷ୍ଠ ଉଦ୍ୟୋଗୀ ଅମୀୟ
ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟରେ ସର୍ବେକ୍ଷଣ ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମ l
ଚିଲିକା,୨୨। ୭ : ବେଗୁନିଆସ୍ଥିତ ପି ଏମ ଶ୍ରୀ ଗୋପବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟର ସମ୍ମିଳନୀ କକ୍ଷରେ ବେଗୁନିଆ ଓ ବୋଲଗଡ଼ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଭୁକ୍ତ ସମସ୍ତ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ / ଶିକ୍ଷୟିତ୍ରୀ, ଗୋଷ୍ଠୀ ଶିକ୍ଷା ଅଧିକାରୀ
ମା’ ଜାଗେଶ୍ୱରୀଙ୍କ ନୂତନ ମନ୍ଦିରର ରତ୍ନମୁଦ ଉତ୍ସବ
ନିମାପଡ଼ା: ମାଆ ଜାଗେଶ୍ୱରୀ ଦେବୀଙ୍କ ନୂତନ ମନ୍ଦିରର ରତ୍ନମୁଦ ଉତ୍ସବ ଭବ୍ୟତାର ସହ ଅନୁଷ୍ଠିତ ହୋଇଛି । ହେରାପଞ୍ଚମୀ ତିଥିରେ ଛେନୁଅଁ ଗୁଡୁସାହିରେ ହୋମ-ଯଜ୍ଞ ଓ ହରିନାମରେ ପ୍ରକମ୍ପିତ ହୋଇଛି । ଶତାଧିକ ପୁରୁଷ ମହିଳା ଏକତ୍ର ହୋଇ ନୂତନ ମନ୍ଦିରର
“ଓଡ଼ିଆ କଳାକାରଙ୍କ ସ୍ୱର, ଆସନ୍ତା ଜୁଲାଇ ମାସ ୨୪ ତାରିଖ ଦିନ ସ୍ଥାନୀୟ ଭଞ୍ଜ କଳାମଣ୍ଡପ, ଭୁବନେଶ୍ୱର ଠାରେ ରାଜ୍ୟ ସ୍ତରୀୟ କଳାକାର ଦିବସ ଆୟୋଜନ
ଭୁବନେଶ୍ବର - "ଓଡ଼ିଆ କଳାକାରଙ୍କ ସ୍ୱର" (OKS), ପରିବାର ପକ୍ଷରୁ ଆସନ୍ତା ଜୁଲାଇ ମାସ ୨୪ ତାରିଖ ଦିନ ସ୍ଥାନୀୟ ଭଞ୍ଜ କଳାମଣ୍ଡପ, ଭୁବନେଶ୍ୱର ଠାରେ ରାଜ୍ୟ ସ୍ତରୀୟ କଳାକାର ଦିବସ ଆୟୋଜନ କରାଯାଉଅଛି । ଏହି କଳାକାର ଦିବସ ଗତ
ସୁଦର୍ଶନ ଦାରୁସ୍ଥଳୀରେ ହେରାପଞ୍ଚମୀ ଅନୁଷ୍ଠିତ
ବାଲିଅନ୍ତା,୨୦|୭(ଗୋବର୍ଦ୍ଧନ ଦାସ):ଭୁବନେଶ୍ୱର ଉପକଣ୍ଠ ହୀରାପୁର ଗଡ଼କଣ୍ଟୁଣିଆ ଠାରେ ଅବସ୍ଥାପିତ ଶ୍ରୀ ସୁଦର୍ଶନ ଦାରୁସ୍ଥଳୀରେ ନୀତିକ୍ରାନ୍ତି ଅନୁସାରେ ପାଳନ ହେଉଥିବା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନବଦିନାତ୍ମକ ଘୋଷଯାତ୍ରାର ପଞ୍ଚମ ଦିନ l ଭାଇ ଓ ଭଉଣୀଙ୍କୁ ସାଙ୍ଗରେ ଧରି ମାଉସୀ ଘରକୁ ଆସିଥିବା
ନାଚୁଣୀ କଲେଜରେ ନାରୀ ସଶକ୍ତିକରଣ ଆଲୋଚନାଚ଼କ୍ର।
ଚିଲିକା, ୨୦।୭ :ଆଜି ନାଚୁଣୀ ମହାବିଦ୍ୟାଳୟ ସଭା କକ୍ଷରେ ନାରୀ ସଶକ୍ତି କରଣ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଅଛି । ଏଥିରେ କଲେଜର ଅଧ୍ୟକ୍ଷ ଡଃ. ସୁନୀଲ କୁମାର ପଟ୍ଟନାୟକ ପୌରୋହିତରେ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ
ଆଞ୍ଚଳିକ ବିକାଶ ପରିଷଦ ଆନୁକୂଲ୍ୟରେ ଟିକରପଡା ପଂଚାୟତ ରେ ବ୍ୟାପକ ବୃକ୍ଷରୋପଣ
ବାଲିଅନ୍ତା ତା ୧୯/୦୭:- ରିଖ, ରବିବାର ଆଞ୍ଚଳିକ ବିକାଶ ପରିଷଦ ଆନୁକୂଲ୍ୟରେ ଭୁବନେଶ୍ଵର ଉପକଣ୍ଠ ଟିକରପଡା ପଂଚାୟତ ରେ ଟିକରପଡା ଗ୍ରାମ ଠାରୁ ଗଙ୍ଗେଶ୍ୱରପୁର ଶାସନ ଗ୍ରାମ ପର୍ଯ୍ୟନ୍ତ ଦୟାନଦୀ ବନ୍ଧ ରାସ୍ତା କଡ଼ରେ ବ୍ୟାପକ ବୃକ୍ଷରୋପଣ କରାଯାଇଛି। କାର୍ଯ୍ୟକ୍ରମରେ ଧଉଳି
ବ୍ୟବସାୟୀଙ୍କୁ ଆକ୍ରମଣ ଏବଂ ପୁଲିସ ତଦନ୍ତରେ ବାଧା ଦେବା ଅଭିଯୋଗରେ ଜଣେ ଗିରଫ
ବାଲିଅନ୍ତା,୧୮|୭(:ବ୍ୟବସାୟୀଙ୍କୁ ଆକ୍ରମଣ ଏବଂ ପୁଲିସର ତଦନ୍ତରେ ବାଧା ସୃଷ୍ଟି କରିବା ଅଭିଯୋଗରେ ଧଉଳି ଥାନା ପୁଲିସ ଜଣଙ୍କୁ ଗିରଫ କରି ଅଦାଲତ ଚାଲାଣ କରିଛି l ଗିରଫ ଅଭିଯୁକ୍ତ ହେଲେ ସମ୍ପୃକ୍ତ ଥାନା ଅଧିନ ଶିଶୁପାଳଗଡ଼ ଅଞ୍ଚଳର ବାବୁନା ଓରଫ ପ୍ରସନ୍ନ
ବୀର ଶହୀଦ୍ ରଘୁ- ଦିବାକରଆବାସ ସ୍ମୃତି
ଇଉନିଟ୍-୯ପି. ମୁ. ସ୍କୁଲ୍, ଭୁବନେଶ୍ୱରଖ୍ୟାତ ରଣପୁର ପ୍ରଜା ଆନ୍ଦୋଳନସ୍ମୃତି ଚମକାଇ ଦିଏମହାନ ବିପ୍ଳବୀ ରଘୁ- ଦିବାକରଅମର ଶହୀଦ୍ ନୁହେଁ ॥୧॥‘ବାବୁଲି’ ଏକ ଅଖ୍ୟାତ ପଲ୍ଲୀରେନଟ- ଲାବଣ୍ୟଙ୍କ କୋଳେରଘୁନାଥ ବୀର ଜନ୍ମ ଲଭିଥିଲେବିପ୍ଳବୀ କବି ସେ ଭଲେ ॥୨॥ରଚିତ ପୁସ୍ତକ ପ୍ରକାଶିତ କଲେଅରୁଣୋଦୟ
Politics
ଜନଗଣନା କାର୍ଯ୍ୟକ୍ରମ ପାଇଁ ନିଯୁକ୍ତି ପତ୍ର ପ୍ରଦାନ
ବିଏମସିର ବେଆଇନ ୟୁଜରଫି ବିରୁଦ୍ଧରେ ବିଚାର ବିମର୍ଶ ସଭା
Entertainment
ଉନ୍ନତ ମାନର ଚିକିତ୍ସା ଚିକିତ୍ସାଳୟରେ ନାହିଁ, ସେବା ପ୍ରତିନିଧି