ଭାର୍ଗବୀ ନଦୀବନ୍ଧ ରାସ୍ତାର ପ୍ରଶସ୍ତିକରଣ ନିମନ୍ତେ ଶିଳାନ୍ୟାସ


ବାଲିଅନ୍ତା,୨୯|୪( ଗୋବର୍ଦ୍ଧନ ଦାସ ):ଅଚ୍ୟୁତପୁର ଜଳସମ୍ପଦ ବିଭାଗ ଅଧିନ ଗଞ୍ଜେଇ ଗୋଦାମ ଛକ ଠାରୁ ଭାର୍ଗବୀ ସେତୁ ଏବଂ ନୂଆପାଟଣା ପ୍ରାଥମିକ ବିଦ୍ୟାଳୟ ଠାରୁ ସାଇଫୋନ ପର୍ଯ୍ୟନ୍ତ 0 ରୁ ୨ କିମି ଭାର୍ଗବୀ ନଦୀବନ୍ଧ ରାସ୍ତାର ପ୍ରଶସ୍ତିକରଣ ନିମନ୍ତେ ଆଜି ଶିଳାନ୍ୟାସ ହୋଇଯାଇଛି l ଏଥିରେ ଜୟଦେବ ବିଧାୟକ ନବକିଶୋର ମଲ୍ଲିକ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାର ଶିଳାନ୍ୟାସ କରିଥିଲେ l ଏହି ରାସ୍ତାର ପ୍ରଶସ୍ତିକରଣ ନିମନ୍ତେ ମୋଟ ୪୨ ଲକ୍ଷ ବ୍ୟୟ ଅଟ୍ଟକଳ କରାଯାଇଥିବା ବେଳେ ଗୋଟେ ମିଟର ଓସାର ହେବ l ଏଥିରେ ରାସ୍ତା ପାର୍ଶ୍ୱରେ ସାଢେ ୩ ଫୁଟ ମାଟି ପଡିବ ଏବଂ ସେଥିମଧ୍ୟରୁ ଦେଢ଼ ଫୁଟ କଂକ୍ରିଟ ହେବ l ସେହି ଅନୁସାରେ ପୂର୍ବରୁ ଥିବା ୧୨ ଫୁଟ ରାସ୍ତା ଏବେ ୧୫ ଫୁଟ ହେବ l ସେହିପରି ନୂଆପାଟଣା ବିଦ୍ୟାଳୟ ଠାରୁ ସାଇଫୋନ ପର୍ଯ୍ୟନ୍ତ ପିଚୁ କରାଯିବ l କାକଟପୁର ଅଞ୍ଚଳର ଜଣେ ଠିକାଦାର ଏହି କାମ ନେଇଛନ୍ତି l ଜନସଂଖ୍ୟା ବୃଦ୍ଧି ସାଙ୍ଗକୁ ଯାନବାହାନ ଚଳାଚଳ ବୃଦ୍ଧି ବାଳକାଟି ବଜାରରେ ଟ୍ରାଫିକ ସମସ୍ୟା ଦେଖାଦିଏ l ଏହାକୁ ଦୂର କରିବା ନିମନ୍ତେ ଏହି ନଦୀବନ୍ଧ ରାସ୍ତା ବେଶ ସହାୟକ ହେଵବୋଲି ଜଣାପଡିଛି l ଆଜିର ଏହି ଶିଳାନ୍ୟାସ କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ବାସନ୍ତୀ ଖଟୁଆ, ଉପାଧ୍ୟକ୍ଷା ଇତିଶ୍ରୀ ଜେନା, ଜିଲ୍ଲାପରିଷଦ ସଭ୍ୟା କୁନମୁନ ଲେଙ୍କା, ସ୍ଥାନୀୟ ସରପଞ୍ଚ ରୀନା ବେହେରା, ସମିତିସଭ୍ୟ ଗଙ୍ଗାଧର ମାହାରୀ, ପବିତ୍ର ବେହେରା, ପ୍ରଦୀପ୍ତ ଜେନାମଣୀ, ଆଶିଷ ଦାଶ, ବିଜୟ ମୁଦୁଲୀ ପ୍ରମୁଖ ଉପସ୍ଥିତ ଥିଲେ l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page