ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଙ୍କ ଦ୍ଵାରାନାଚୁଣୀ ମହାବିଦ୍ୟାଳୟ ବହୁମୂଖୀ ପ୍ରକୋଷ୍ଠ ଉଦଘାଟନ

ଚିଲିକା,୧୮। ୬: ଆଜି ରାଜ୍ୟ ସରକାରଙ୍କ ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଦ୍ଵାରା ନାଚୁଣୀ ମହାବିଦ୍ୟାଳୟରେ ୬୦ ଲକ୍ଷ ଟଙ୍କାରେ ନବ ନିର୍ମିତ ବହୁମୁଖୀ ପ୍ରକୋଷ୍ଠର ଶୁଭ ଉଦଘାଟନ କରିବା ସହିତ ୭କୋଟୀ ୪୦ଲକ୍ଷ ଓ ୭୦ ହଜାର ଟଙ୍କାରେ ନିର୍ମିତ ହେଇକୁ ଥିବା ପ୍ରସ୍ତାବିତ ମହାବିଦ୍ୟାଳୟର ବହୁମୁଖି ସମୂହ ଭବନ ସମେତ ୧କୋଟୀ ଟଙ୍କାରେ ପରିସୀମା ସୁରକ୍ଷା ପ୍ରାଚୀରର ନିର୍ମାଣ କାର୍ଯ୍ୟାରମ୍ଭ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ। ଏହି ଅବସରରେ ଅଧ୍ୟକ୍ଷ ଡ଼ଃ ସୁନିଲ୍ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ସହିତ ମହାବିଦ୍ୟାଳୟର ପ୍ରତିଷ୍ଠାତା ତଥା ପ୍ରାକ୍ତନ ଚିଲିକା ବିଧାୟକ ଡାକ୍ତର ବିଭୁତି ଭୂଷଣ ହରିଚନ୍ଦନ, ଆମନ୍ତ୍ରିତ ଅତିଥି ଭାବେ ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ, ଜିଲ୍ଲା

ପରିଷଦ ସଭ୍ୟା ରୋଜିତା ପ୍ରଧାନ, ନାଚୁଣୀ ସରପଞ୍ଚ ସ୍ୱପ୍ନାଞ୍ଜଳି ପଲାଇ ଓ ସମିତି ସଭ୍ୟ ବିରଞ୍ଚି ରାଉତ, ଚିଲିକା ବ୍ଲକର ଅଧ୍ୟକ୍ଷା ଜ୍ୟୋସ୍ନା ବେହେରା ,ପ୍ରାକ୍ତନ ଅଧ୍ୟକ୍ଷ ଲଳିତ ମୋହନ ପଟ୍ଟନାୟକ, ଉପାଧ୍ୟକ୍ଷ ଅରୁଣ କୁମାର ପଟ୍ଟନାୟକ ଯୋଗଦେଇ ନିଜର ବକ୍ତବ୍ୟ ରଖିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଚିଲିକା ବାଣପୁର ବ୍ଲକର ଜନପ୍ରତିନିଧି, ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ। ଏଥିରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା, ଅଣଶିକ୍ଷକ କର୍ମଚାରୀ ଓ ଛାତ୍ର ଛାତ୍ରୀ ଉପସ୍ଥିତ ରହି ସହଯୋଗ ପ୍ରଦାନ କରିଥିଲେ।

ଦିଲ୍ଲୀପ କୁମାର ଶତପଥୀ
ଚିଲିକା ପ୍ରତିନିଧି

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page