ମନ୍ଦିର ଚୋରି କେବେ ଶେଷ ହେବ :-କେବେ ନିଦ ଭାଙ୍ଗିବ ଖାକୀ କର୍ମଚାରୀ ଙ୍କର


:-ପାଟ୍ରୋଲିଂ ହେଉଛି ଯଦି ଚୋରି ହେଉଛି କିପରି
ହୁଣ୍ଡୀ ଭାଙ୍ଗୁଛି , ତାଲା ଭାଙ୍ଗୁଛି, ଖାକୀ ର ନିଦ ଭାଙ୍ଗୁନି
:-ଅସ୍ତରଙ୍ଗ ରେ ଲଗାତାର ମନ୍ଦିର ଚୋରି କାହାଣୀ
:-ଥାନାରେ ମାମଲା ହୋଇ ହୋଇ ଫାଇଲି ଧୂଳି

ଅସ୍ତରଙ୍ଗ:-୦୮/୦୬:-ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଅଂଚଳରେ ଦେବାଦେବୀ ଙ୍କ ସୁରକ୍ଷାକୁ ନେଇ ଏବେ ପ୍ରଶ୍ନ ଉଠିଲାଣି । ଗତ ବିଳମ୍ବିତ ରାତିରେ ଭେଡାବନ୍ଧ ସ୍ଥିତ ମା “ଅମ୍ବିକା ମନ୍ଦିର ମନ୍ଦିରରୁ ଚୋରି ହୋଇଛି। ମନ୍ଦିର ମଧ୍ୟରେ ଥିବା ମଥା ମୁକୁଟ, ସୁନା ଚିତା, ଘଣ୍ଟ, ବାଲ୍ଟି ଶହ ବିଭିନ୍ନ ଆସବାବ ପତ୍ର ଯାହାକି ସୂଚନା ଦେଇଛନ୍ତି ପୂଜକ ସୁରେନ୍ଦ୍ର ମିଶ୍ର ।ଏନେଇ ଅସ୍ତରଙ୍ଗ ଥାନାରେ ମାନସ ମିଶ୍ର ଙ୍କ ତରଫରୁ ଅଭିଯୋଗ ହୋଇଛି।ଏହା ପ୍ରଥମ ଘଟଣା ନୁହେଁ। ଗତ ଏକ ବର୍ଷ ମଧ୍ୟରେ ଥାନା ଅଂଚଳରୁ ୧୦ରୁ ଉର୍ଦ୍ଧ ମନ୍ଦିର ରୁ ତାଲା ଭାଙ୍ଗି ଆସବାବପତ୍ର, ହୁଣ୍ଡୀ, ଟଙ୍କା ଓ ଠାକୁର, ଦେବାଦେବୀ ଙ୍କ ଅଳଙ୍କାର ଲୁଟ ହେଲାଣି । ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ପ୍ରତି ଚୋରି ପରେ ଥାନାରେ ମାମଲା ରୁଜୁ ହୋଇଛି ।

କିନ୍ତୁ କାଗଜପତ୍ର ଥାନାରେ ଧୂଳି ଖାଉଛି । ପୋଲିସ ଘଟଣାସ୍ଥଳରୁ ଯାଇ ତଦନ୍ତ କରିବା ବଦଳରେ କେବଳ ଡ଼ାଏରୀ ରଖି ଚୁପ ବସିଛି । ଫଳରେ ଦୁର୍ବୁତ୍ତ ଙ୍କ ସାହସ ବଢୁଛି। ଏହାରି ଭିତରେ ଅସ୍ତରଙ୍ଗ ଥାନାରୁ ଏକ ବର୍ଷ ମଧ୍ୟରେ ଥାନା ଅଧିକାରୀ ବଦଳିଛନ୍ତି । କିନ୍ତୁ ନୂଆ ମହିଳା ନାଅଧିକାରିଣୀ ଆସିବା ପରେ ମଧ୍ୟ ଗୋଟିଏ ଚୋରିର ପର୍ଦ୍ଧଫାଶ ହୋଇନାହିଁ। ଗୋଟିଏ ମଧ୍ୟ ମନ୍ଦିର ଚୋର ଧରା ପଡିନି। ଅନେକ ଚୋରି ଘଟଣା କୁ ନେଇ ଥାନାକୁ ଗଲେ କହୁଛନ୍ତି ତଦନ୍ତ ଚାଲିଛି। କିନ୍ତୁ ଚୋରି ଗୋଟିଏ ମନ୍ଧିର ଅନ୍ୟ ଏକ ମନ୍ଦିର କୁ ବୃଦ୍ଧି ପାଉଥିବା ବେଳେ ଚୋର ଧରା ପଡୁନି। ଏବେ ଆମେ ଠାକୁର ଙ୍କୁ ଘରେ ରଖି ପୂଜା କରିବୁ କି ? ବୋଲି ପ୍ରଶ୍ନ କରିଛନ୍ତି ପୂର୍ବରୁ ଚୋରି ହୋଇଥିବା ଅନେକ ଦେବାଦେବୀ ମନ୍ଦିର କର୍ମକର୍ତ୍ତା। ଏ ନେଇ ଥାନାଅଧିକାରିଣୀ କହିଛନ୍ତି ଚୋରି ଘଟଣା ରେ ମାମଲା ରୁଜୁ ହୋଇଛି।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page