ରାତ୍ରିକାଳୀନ ସାର୍କିଲ କ୍ରିକେଟ ପ୍ରତିଯୋଗିତା ଉଦଘାଟିତ

ଧର୍ମଗଡ଼, ୨୭/୩,( ଜନ୍ମେଜୟ ନାଏକ ଙ୍କ ରିପୋର୍ଟ): ଧର୍ମଗଡ଼ ବ୍ଲକ ବଡ଼ ପହିଲପାର ଟିପିଗୁଡା ଠାରେ ରାତ୍ରିକାଳୀନ କ୍ରିକେଟ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି l ସ୍ଥାନୀୟ ସରପଞ୍ଚ ହାତୀରାମ ଦୁର୍ଗା ମୁଖ୍ୟ ଅତିଥିଭାବେ ଯୋଗଦେଇ ଉଦଘାଟନ କରିଥିବାବେଳେ ସମ୍ମାନୀୟ ଅତିଥି ଭାବେ ଗାଁ ଗୌନ୍ତିଆ ବନ୍ଦକୁମର ନାଏକ ସମେତ ଚାରୋଟି ଦଳ ପଟ୍ଟନାୟକ ପାନ୍ଥର, ତେଜନ ଟାଇଟନ୍ସ, ଲୋଚନ ୱାରୀୟର ଓ ସତ୍ୟ ଚମ୍ପିୟାନର ମାଲିକମାନେ ଯଥାକ୍ରମେ ରାଜେଶ ପଟ୍ଟନାୟକ, ତେଜନ ଦୁର୍ଗା, ଲୋଚନ ନାଏକ ଓ ସତ୍ୟରାମ ନାଏକ ମଞ୍ଚାସିନ ଥିଲେ l ପ୍ରତିଯୋଗିତାର ଉଦ୍ଘାଟନୀ ମ୍ୟାଚ ପଟ୍ଟନାୟକ ପାନ୍ଥର ଓ ସତ୍ୟ ଚମ୍ପିୟାନ ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ପଟ୍ଟନାୟକ ପାନ୍ଥର ପ୍ରଥମେ ଟସ ଜିତି ନିର୍ଧାରିତ ୮ ଓଭରରେ ୬ ଉଇକେଟ ହରାଇ ୯୧ ରନ କରିଥିଲା, ଏହାର ଜବାବରେ ସତ୍ୟ ଚମ୍ପିୟାନ ୪ ଉଇକେଟ ହରାଇ ଆବଶ୍ୟକ ରନ ସଂଗ୍ରହ କରି ବିଜୟୀ ହୋଇଥିଲା l ପଡିଆରେ ଲଗାଯାଇଥିବା ହାଇମାସ୍କ ଲାଇଟର ବ୍ୟାହତ ଯୋଗୁ ଖେଳ ନିର୍ଧାରିତ ସମୟର ବହୁ ବିଳମ୍ବରେ ଆରମ୍ଭ ହୋଇଥିଲେ ମଧ୍ୟ ଅଞ୍ଚଳରେ ରାତ୍ରିକାଳୀନ କ୍ରିକେଟ ପ୍ରଥମଥର ପାଇଁ ଅନୁଷ୍ଠିତ ହେଉଥିବାରୁ ଛୋଟପିଲାଠୁ ବୁଢା ସମେତ ମହିଳାମାନେ ମଧ୍ୟ ବହୁ ସଂଖ୍ୟାରେ ଖେଳ ଦେଖିବାକୁ ପଡିଆରେ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା l ଚାନ୍ଦ ପଟ୍ଟନାୟକ ଓ ମଣ୍ଟୁ ନାଏକ ଖେଳ ପରିଚାଳନା କରିଥିବାବେଳେ ସ୍କୋରିଙ୍ଗରେ ବ୍ରହ୍ମା ସେନାପତି ଓ ରୁପି ନାଏକ ଦାୟିତ୍ୱ ନିର୍ବାହ କରିଥିଲେ l ଆସନ୍ତା କାଲି ତେଜନ ଟାଇଟେନ୍ସ ଓ ଲୋଚନ ୱାରୀୟର ମଧ୍ୟରେ ମ୍ୟାଚ ଖେଳାଯିବାକୁ ଥିବାବେଳେ ୨୮ ତାରିଖ ଏହାର ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ l ବିଜେତା, ଉପବିଜେତା ଦଳକୁ ଅର୍ଥରାଶି ସହ ଟ୍ରଫି ଓ ମେଡାଲ ପ୍ରଦାନ କରାଯିବ ବୋଲି ଆୟୋଜକ କମିଟି ସିଦ୍ଧିବିନାୟକ ଯୁବକ ସଙ୍ଘ ତରଫରୁ ସୂଚନା ମିଳିଛି l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page