ବାଲିଅନ୍ତା: ଖୋରଧା ଜିଲ୍ଲା ବାଲିଅନ୍ତା ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ, ସତ୍ୟଭାମାପୁରର ୫୯ ତମ ବାର୍ଷିକ ଉତ୍ସବ ତଥା ପୁରସ୍କାର ପ୍ରଦାନ ସମାରୋହ ବିଦ୍ୟାଳୟ ପରିସରରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ସତ୍ୟଭାମାପୁର ଗ୍ରାମ ପଂଚାୟତର ସରପଂଚ ରଶ୍ମିତା ଭୋଇ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ । ଅତିଥିମାନଙ୍କ ଦ୍ୱାରା ଶ୍ରୀଜଗନ୍ନାଥଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ଏବଂ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଉତ୍ସବର ଶୁଭ ଉଦ୍ଘାଟନ କରାଯାଇଥିଲା । ବିଦ୍ୟାଳୟ ପଞ୍ଚଶିକ୍ଷା ସେତୁ କମିଟିର ଅଧ୍ୟକ୍ଷ ସୁରେନ୍ଦ୍ର କୁମାର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାଧାରଣ ସଭାରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶୁଭଶ୍ରୀ ସାମନ୍ତରାୟ ବାର୍ଷିକ ବିବରଣୀ ପାଠ କରିବା ସହ ଛାତ୍ରଛାତ୍ରୀଙ୍କୁ ଭଲ ପାଠ ପଢି ନିଜର ତଥା ବିଦ୍ୟାଳୟର ଗୌରବ ବୃଦ୍ଧି କରିବାକୁ ଉତ୍ସାହିତ କରିଥିଲେ । କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷକ ନାରାୟଣ ବେହେରା ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ତମ ଚରିତ୍ର ଗଠନ ଓ ଭବିଷ୍ୟତରେ ସୁନାଗରିକ ହେବା ପାଇଁ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟ ପୁରାତନ ଛାତ୍ର ସଂସଦର ସଭାପତି ସାହେବ କୁମାର ସାହୁ, ସଂସଦର ବରିଷ୍ଠ ସଦସ୍ୟ ବୃନ୍ଦାବନ ବେହେରା, ସଂସଦର ସାଧାରଣ ସଂପାଦକ ପଠାଣି ରାଉତ ପ୍ରମୁଖ ଯୋଗଦେଇ ପୂର୍ବରୁ ଅଧ୍ୟୟନ କରିଥିବା ଏହି ବିଦ୍ୟାଳୟରେ ପାଠପଢା ସମୟର ନିଜ ନିଜର ଅନୁଭୂତି ପ୍ରକାଶ କରିବା ସହ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର ସୃଜନଶୀଳତାର ବିକାଶ, ବୈଜ୍ଞାନିକ ତଥା ଗବେଷଣାତ୍ମକ ମନୋଭାବ ପୋଷଣ, କ୍ରୀଡା, ନୃତ୍ୟ, ସଂଗୀତ ଆଦି ବିଭିନ୍ନ କ୍ଷେତ୍ରରେ ରହୁଥିବା ରୁଚିକୁ ପାଥେୟ କରି ଦକ୍ଷତାର ବିକାଶ ପୂର୍ବକ ଭବିଷ୍ୟତ ଗଢ଼ିବାକୁ ଉପାଦେୟ ପରାମର୍ଶ ଦେଇଥିଲେ । ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର ୪ ଗୋଟି ବର୍ଗରେ ୧୬୭ ଜଣ କୃତି ପ୍ରତିଯୋଗୀଙ୍କୁ ପ୍ରମାଣପତ୍ର ସହ ଟ୍ରଫି ପ୍ରଦାନ କରାଯାଇଥିଲା । ବିଭିନ୍ନ ଶ୍ରେଣୀର ଛାତ୍ରଛାତ୍ରୀମାନେ ୧୪ ଟି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ସହ ନୃତ୍ୟ ଓ ସଂଗୀତ ମାଧ୍ୟମରେ ସେମାନଙ୍କର ପ୍ରତିଭା ପ୍ରଦର୍ଶନ କରିଥିଲେ । ପ୍ରାରମ୍ଭରେ ଅତିଥିମାନେ ବିଦ୍ୟାଳୟ ପରିସରରେ ଥିବା ବିଭିନ୍ନ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ପରେ ପରେ ଅତିଥିମାନେ ଆମ ସଂସ୍କୃତି ଆମ ଖେଳନା ଗଣିତ ଓ ବିଜ୍ଞାନ କ୍ଲବର ବିଭିନ୍ନ ମଡେଲ ଏବଂ ସ୍କ୍ରାପ୍ ବୁକ୍ ରୁ ସଂଗୃହିତ ଉପସ୍ଥାପିତ ଚିତ୍ର ପ୍ରଦର୍ଶନୀକୁ ଉଦ୍ଘାଟନ କରିବା ସହ ପରିଦର୍ଶନ କରିଥିଲେ ଓ ସରକାରଙ୍କ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ସଂପର୍କିତ ଶିକ୍ଷାଭିତ୍ତିକ ପ୍ରଦର୍ଶନୀ ପ୍ରଦର୍ଶିତ ହୋଇଥିଲା । ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ଶରତ କୁମାର ବସନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ । ଶିକ୍ଷୟିତ୍ରୀ ସିଦ୍ଧେସ୍ୱିନୀ ମହାନ୍ତି ମଂଚ ପରିଚାଳନା କରିଥିଲେ ।
କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ସ୍ଥାନୀୟ ଜନସାଧାରଣ, ଛାତ୍ରଛାତ୍ରୀ, ପୁରାତନ ଛାତ୍ରଛାତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉତ୍ସାହିତ କରିଥିଲେ । ଆସନ୍ତା ବର୍ଷ ବିଦ୍ୟାଳୟର ହୀରକ ଜୟନ୍ତୀ ବର୍ଷ ପାଳନ କରାଯିବାକୁ ଥିବାରୁ ଏଥି ନିମନ୍ତେ ସମସ୍ତଙ୍କର ସହଯୋଗ କାମନା କରାଯାଇଛି ।
ସତ୍ୟଭାମାପୁର ସରକାରୀ ଉଚ୍ଚ ବିଦ୍ୟାଳୟ ବାର୍ଷିକ ଉତ୍ସବ ଅନୁଷ୍ଠିତ
Social Share On:
Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp
Social Share On:
Related News
ନେହେରୁ ଯୁବ ପ୍ରତିଷ୍ଠାନର ପ୍ରତିଷ୍ଟା ଦିବସ ପାଳିତ
ଭୁବନେଶ୍ୱର - 04/05/26 ଯୁବ ସାଂସ୍କୃତିକ ଅନୁଷ୍ଠାନ ନେହେରୁ ଯୁବ ପ୍ରତିଷ୍ଠାନ ର ୫୪ତମ ପ୍ରତିଷ୍ଠା ଦିବସ ପାଳିତ ହୋଇ ଯାଇଛି l ଅନୁଷ୍ଠାନ ପରିସରରେ ପ୍ରତିଷ୍ଠାନର ସଭାପତି ଶ୍ରୀଯୁକ୍ତ ସହଦେବ ଜୟସିଂହ ଅଧ୍ୟକ୍ଷତା ଓ ବରିଷ୍ଟ ସଂଯୋଜକ ଆଶିଷ ବେବର୍ତ୍ତାଙ୍କ
ଦିଶା ପ୍ରୋଜେକଟ (ନିଶା ନିବାରଣ) କେନ୍ଦ୍ର ଅନୁମତିକୁ ନେଇ ବଡ଼ ଦୁର୍ନୀତିର ଅଭିଯୋଗମାନ୍ୟବର ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରନ୍ତୁ
ଭୁବନେଶ୍ୱର ତା 03/05/26 ଓଡ଼ିଶା ସରକାରଙ୍କ SSEPD ବିଭାଗ ତରଫରୁ ୨୦୨୫-୨୬ ବର୍ଷ ପାଇଁ ୫ ଟି ଜିଲ୍ଲା ଯଥା ଅନୁଗୋଳ, ବଲାଙ୍ଗୀର, ମାଲକାନଗିରି, ନବରଙ୍ଗପୁର ଓ ଖୋର୍ଦ୍ଧା ଜିଲ୍ଲା ର ଭୁବନେଶ୍ୱର ପାଇଁ DISHA PROJECT (ନିଶା ନିବାରଣ) କେନ୍ଦ୍ର
ଗଣମାଧ୍ୟମର ଉତ୍ତର ଦାଇତ୍ୱ ବହୁ ଗୁଣରେ ବୃଦ୍ଧି ପାଇଚିଡେନିମ ଆଣ୍ଡ ବ୍ଲୁସ ପକ୍ଷରୁ “ବିଶ୍ୱ ଗଣମାଧ୍ୟମ ମୁକ୍ତ ଦିବସ “ଅନୁଷ୍ଠିତ
ଭୁବନେଶ୍ୱର ତା 04/05/26 ନୃତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ "ଡେନିମ ଆଣ୍ଡ ବ୍ଲୁସ "ପକ୍ଷରୁ ବିଶ୍ୱ ଗଣମାଧ୍ୟମ ମୁକ୍ତ ଦିବସ ସ୍ଥାନୀୟ ବୁଲନ ଭାଇ ସେବା ସଦନ ଠାରେ ନିର୍ଦ୍ଧେଶକ ପ୍ରିୟାଂଶୁ ପ୍ରିୟଦେବ ଓ ସାମ୍ବାଦିକ ସତ୍ୟ ପାଣିଗ୍ରାହୀଙ୍କ ସଂଯୋଜନାରେ ଅନୁଷ୍ଠିତ
ପିଏମଶ୍ରୀ ବାମନ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ସିପ୍ରାରାଣୀ ଦ୍ୱାରୀ ବୋଲଗଡ଼ ବ୍ଲକରେ ଟପର୍ |
ଚିଲିକା,୩।୪:ଓଡ଼ିଶା ମାଧ୍ଯମିକ ଶିକ୍ଷା ବୋଡର୨୦୨୬ ବାର୍ଷିକ ମାଟ୍ରିକ୍ ପରୀକ୍ଷା ଫଳାଫଳ ପ୍ରକାଶିତ ହୋଇଯାଇଛି। ବୋଲଗଡ ଗୋଷ୍ଠୀ ଶିକ୍ଷା କାଯ୍ୟାଳୟ ଅନ୍ତର୍ଗତ ୨୯ଟି ମାଧ୍ଯମିକ ବିଦ୍ୟାଳୟର ସମୁଦାୟ ୧୫୭୯ଜଣ ବିଦ୍ୟାର୍ଥୀ ହାଇସ୍କୁଲ ମାଟ୍ରିକ୍ ପରୀକ୍ଷା ଦେଇଥିଲେ। ପରୀକ୍ଷା ରେ ୧୫୦୪ ଜଣ ଛାତ୍ରଛାତ୍ରୀ
ବାଦି ପାଲା ଅବସରରେ ଗାୟକ ହେଲେ ସମ୍ବର୍ଦ୍ଧିତ
ଓଡ଼ିଶ ଗ୍ରାମରେ ବାଦି ପାଲା ଅନୁଷ୍ଠିତ ହୋଇଯାଇଛି। ଏହି ବାଦି ପାଲା ୫ ଦିନ ଧରି ଚାଲୁରହିଥିଲାବେଳେ ପ୍ରାୟ ଆଖପାଖର ପାଲା ପ୍ରେମୀ ଉପସ୍ଥିତ ରହି ଏହି ଆଧ୍ୟାମିôକତାର ଆନନ୍ଦ ଲାଭ କରିଥିଲେ। ଏହାସହ ବାଦିପାଲା ଉତ୍ସବ ପ୍ରତିବର୍ଷ ଅନୁଷ୍ଠିତ ହେଉଥିଲାବେଳେ
ମଦନମୋହନ ଦେବଙ୍କ ପୀଠରେ ୩୧ ତମ ରାମଚରିତ ମାନସ ଉଦଯାପିତ..ନିର୍ମାଣ ହେବ ଶ୍ରୀରାମ ମନ୍ଦିର
ବାଲିଅନ୍ତା, ୩|୫(ଗୋବର୍ଦ୍ଧନ ଦାସ):ଭୁବନେଶ୍ୱର ଉପକଣ୍ଠ ବାଳକାଟି ଅଞ୍ଚଳର ଆରାଧ୍ୟ ଶ୍ରୀ ମଦନମୋହନ ଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ୯ ଦିନ ଧରି ଚାଲିଥିବା ୩୧ ତମ ଶ୍ରୀ ରାମଚରିତ ମାନସ ନବାହ୍ନ ପାରାୟଣ ଓ ମହାଯଜ୍ଞ ଉଦଯାପିତ ହୋଇଯାଇଛି । ଶ୍ରୀରାମ ଚରିତ
ଉନ୍ମୋଚିତ ହେଲା ସଙ୍ଗୀତ ଜନ ଆନ୍ଦୋଳନ ମହାରଥୀ ପ୍ରଦ୍ୟୁମ୍ନ ଶତପଥୀ ।
ଭୁବନେଶ୍ୱର ତା 02/05/26ରାଜଧାନୀ ସଂଗ୍ରାମୀ ସେବାସଙ୍ଘ ପକ୍ଷରୁ ଜୟଦେଵ ଭବନ ପ୍ରେକ୍ଷାଳୟରେ ସାମାଜିକ ଚିତ୍ର ଓ ଚରିତ୍ର ସୁଧାରକ ସଙ୍ଗୀତ ଜନ ଆନ୍ଦୋଳନ ମହାରଥୀ ପ୍ରଦ୍ୟୁମ୍ନ ଶତପଥୀ ଉନ୍ମୋଚିତ ହୋଇଯାଇଛି, ଏହି ଗୀତରେ କଣ୍ଠଦାନ କରିଛନ୍ତି ବିଷ୍ଣୁ ମୋହନ କବି ଓ
ବାଲିଅନ୍ତା ବ୍ଲକରେ ଚଳିତ ବର୍ଷର ହାଇସ୍କୁଲ ପରୀକ୍ଷା ଫଳାଫଳମଧ୍ୟରୁ ପ୍ରାୟ ୯୮.୧୫ ପ୍ରତିଶତ ଛାତ୍ରଛାତ୍ରୀ କୃତକାର୍ଯ୍ୟ
ବାଲିଅନ୍ତା ୦୨/୦୫(ଗୋବର୍ଦ୍ଧନ ଦାସ) : ବାଲିଅନ୍ତା ବ୍ଲକରେ ଚଳିତ ବର୍ଷର ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା ଫଳାଫଳ ଉତ୍ସାହଜନକ ରହିଛି। ବ୍ଲକର ମୋଟ ୨୦ଟି ହାଇସ୍କୁଲର ପରୀକ୍ଷାର୍ଥୀଙ୍କ ମଧ୍ୟରୁ ପ୍ରାୟ ୯୮.୧୫ ପ୍ରତିଶତ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି। ପ୍ରକାଶିତ ରିପୋର୍ଟ ଅନୁଯାୟୀ, ବ୍ଲକରୁ
ନାଚୁଣୀ ଗୋଦାବରୀଶ ହାଇସ୍କୁଲ ଛାତ୍ରୀ ରୂପା ସେଣ ବାଣପୁର ବ୍ଲକ ଟପର ।
ଚିଲିକା,୨।୫:ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ବାଣପୁର ବ୍ଳକ ଏବଂ ବିଜ୍ଞାପିତ ପରିଷଦ ଅଞ୍ଚଳରେ ଶତକଡା ୯୬. ୩୩ ଛାତ୍ରଛାତ୍ରୀ ସଫଳତା ହାସଲ କରିଛନ୍ତି । ଗତ ବର୍ଷ ବାଣପୁରରେ ଶତକଡା
ବୁଦ୍ଧ ମନ୍ଦିରରେ ବ୍ୟବସାୟ ଓ ସ୍କୁଲରେ ଲୁଟ୍ ଚାଲିଛି । ଡ଼ଃ. ଜ୍ଞାନେନ୍ଦ୍ର ଙ୍କ ବିସ୍ଫୋରକ ବୟାନ
ଭୁବନେଶ୍ୱର ତା ୧/୫ ଭଗବାନ ତଥାଗତ ବୁଦ୍ଧଙ୍କ ୨୫୭୦ତମ ଜୟନ୍ତୀ ପାଳନ ଅବସରରେ ଭୁବନେଶ୍ୱର ବୁଦ୍ଧ ମନ୍ଦିରର ବରିଷ୍ଠ ସଦସ୍ୟ ଡ଼ଃ. ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଭୁବନେଶ୍ୱର ବୁଦ୍ଧ ମନ୍ଦିରରେ ଚାଲିଥିବା ବ୍ୟବସାୟ ଓ ସ୍କୁଲ୍ ପଇସାରେ ହରିଲୁଟ୍ ଉପରେ ବିସ୍ଫୋରକ ବୟାନ
ମହାନଦୀ ବଞ୍ଚାଓ ଆନ୍ଦୋଳନ
*ମେ 2 ତାରିଖରେ ମହାନଦୀ ଟ୍ରିବୁନାଲ ଶୁଣାଣି ବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ଆୟୋଜିତ ହେବ ବିକ୍ଷୋଭ*ଅନ୍ତରିଣ ରାୟ ପାଇଁ ଦାବି *ଛତିଶଗଡ଼ କୁ ମହାନଦୀ ପାଣି କୁ ନ ଅଟକାଇବାକୁ ତାଗିଦ ଜରନ୍ତୁ ଟ୍ରିବୁନାଲ*ଝାରସୁଗୁଡା, ସମ୍ବଲପୁର, ସୁବର୍ଣ୍ଣପୁର, ବରଗଡ଼, ବୌଦ୍ଧ,
ବାଲୁଗାଁ କଲେଜ ଯୁକ୍ତ ତିନି ଶେଷ ବର୍ଷ ଶିକ୍ଷା ବିଭାଗ ତରଫରୁ ବିଦାୟ ସମ୍ବର୍ଦ୍ଧନା ।
ଚିଲିକା,୨୯।୪: ଅଜି ପୂର୍ବାହ୍ନରେ ବାଲୁଗାଁ ମହାବିଦ୍ୟାଳୟ ଶିକ୍ଷା ସମ୍ମାନ ବିଭାଗର ଯୁକ୍ତ ତିନି ଶେଷବର୍ଷ ଶିକ୍ଷାର୍ଥୀଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି ।ଏଥିରେ ଶିକ୍ଷା ବିଭାଗ ମୁଖ୍ୟ ତଥା କଲେଜ ଅଧ୍ୟକ୍ଷ ଡ. ଲକ୍ଷ୍ମୀଧର ସୁବୁଦ୍ଧି ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ ।ମୁଖ୍ୟ
ଭାର୍ଗବୀ ନଦୀବନ୍ଧ ରାସ୍ତାର ପ୍ରଶସ୍ତିକରଣ ନିମନ୍ତେ ଶିଳାନ୍ୟାସ
ବାଲିଅନ୍ତା,୨୯|୪( ଗୋବର୍ଦ୍ଧନ ଦାସ ):ଅଚ୍ୟୁତପୁର ଜଳସମ୍ପଦ ବିଭାଗ ଅଧିନ ଗଞ୍ଜେଇ ଗୋଦାମ ଛକ ଠାରୁ ଭାର୍ଗବୀ ସେତୁ ଏବଂ ନୂଆପାଟଣା ପ୍ରାଥମିକ ବିଦ୍ୟାଳୟ ଠାରୁ ସାଇଫୋନ ପର୍ଯ୍ୟନ୍ତ 0 ରୁ ୨ କିମି ଭାର୍ଗବୀ ନଦୀବନ୍ଧ ରାସ୍ତାର ପ୍ରଶସ୍ତିକରଣ ନିମନ୍ତେ ଆଜି
କାଳିଆ ଘୋଡ଼ାରେ ଚଢ଼ି ମଧୁବାବୁଙ୍କ ପ୍ରଚାର
ଭୁବନେଶ୍ୱର, ୨୮/୪: ଆଜି ଉକôଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମ ଜୟନ୍ତୀ ଅବସରରେ ସଶକ୍ତ ଓଡ଼ିଶା ତରଫରୁ ସ୍ଥାନୀୟ ଉଜଚ ଛକ କାର୍ଯ୍ୟାଳୟଠାରେ ବିଭିନ୍ନ କାର୍ଯ୍ୟକ୍ରମ ସହିତ ମଧୁବାବୁଙ୍କ କାଳିଆ ଘୋଡ଼ା ପ୍ରବାଦକୁ ପ୍ରକାରାନ୍ତରେ କରାଗଲା । କାଳିଆ ଘୋଡ଼ାରେ ସଶକ୍ତ
ଗାୟକ ବାକ୍ ଭୂଷଣ ଗୌରୀ ଶଙ୍କର ରଥଙ୍କ ଦ୍ଵାଦଶାହ ଶ୍ରଦ୍ଧାଞ୍ଜଳୀ ସଭା |
ଚିଲିକା,୨୮।୪: ସ୍ଵର୍ଗତ ଗାୟକ ବାକ୍ ଭୂଷଣ ଗୌରୀ ଶଙ୍କର ରଥଙ୍କ ଦ୍ଵାଦଶାହ ଶ୍ରଦ୍ଧାଞ୍ଜଳୀ ସଭା ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ନିଜ ଜନ୍ମ ସ୍ଥାନ ବଉଳା ବନ୍ଧ ଗ୍ରାମ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଏହି ଉପଲକ୍ଷେ ଅନୁଷ୍ଠିତ ସଭାରେ
ଗୋ ସମ୍ମାନ ଆହ୍ବାନ ଅଭିଯାନ
ଚିଲିକା,୨୮।୪:ବାଣପୁର ତହସିଲ ଓ ଚିଲିକା ତହସିଲରେ ଗୋ ସମ୍ମାନ ଆହ୍ୱାନ ଅଭିଯାନ ଶାନ୍ତି ଶୃଙ୍ଖଳାର ସହ ସ୍ଥାନୀୟ ଗୋ-ସେବକ ମାନେ ଏକ ପ୍ରାର୍ଥନାପତ୍ର ଉପସ୍ଥିତ ତହସିଲଦାରଙ୍କ ମାଧ୍ୟମରେ ଓଡିଶାର ମୁଖ୍ୟମନ୍ତ୍ରୀ, ଓଡିଶାର ରାଜ୍ୟପାଳ, ଭାରତର ପ୍ରଧାନମନ୍ତ୍ରୀ ଓ ଭାରତର ରାଷ୍ଟ୍ରପତିଙ୍କୁ ଗୋ
ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତ। ଓଡ଼ିଶା ଉଦ୍ୟୋଗୀ ପରିବାର ପକ୍ଷରୁ ଶ୍ରଦ୍ଧାଞ୍ଜଳି ଓ ପ୍ରେରଣାମୂଳକ ଆହ୍ୱାନ
ଭୁବନେଶ୍ୱର, ୨୮/୪ : ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ 179 ତମ ଜୟନ୍ତୀ ଅବସରରେ ଓଡ଼ିଶା ଉଦ୍ୟୋଗୀ ପରିବାର ପକ୍ଷରୁ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ସ୍ମୃତିଚାରଣ କରାଯାଇଥଲା । ଓଡ଼ିଶାର ଉଦ୍ୟୋଗ ଜଗତ ପାଇଁ ମଧୁବାବୁଙ୍କ ଅବଦାନ ଓ
ବିକଶିତ ରାଷ୍ଟ୍ରର ପରିକଳ୍ପନାରେ ଉଦ୍ୟୋଗୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ
ଭୁବନେଶ୍ୱର ତା 28/04/26 ସ୍ଥାନୀୟ ବୁଦ୍ଧମନ୍ଦିର ପରିସରରେ ଓଡିଶାଉଦ୍ୟୋଗୀ ପରିବାରର ବାର୍ଷିକ ବୈଠକର ସମାପନ ପର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି l ଅଧ୍ୟକ୍ଷ ଶିବ ନାରାୟଣ ମିଶ୍ରଙ୍କ ସଭାପତିତ୍ବ ଓ ନୀଳୟକାନ୍ତ ନାୟକଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଭିନ୍ନ ଜିଲ୍ଲାରୁ
ଶାନ୍ତିସ୍ତୁପ ପାଦଦେଶରେ ନିର୍ମାଣ ହେବ “ତର୍ପଣ ଶିଳାସ୍ତମ୍ଭ”
ବାଲିଅନ୍ତା ,୨୭|୪ (ଗୋବର୍ଦ୍ଧନ ଦାସ):ଐତିହାସିକ ପର୍ଯ୍ୟଟନ ସ୍ଥଳୀ ଶାନ୍ତିସ୍ତୁପ ଧଉଳି ପାଦ ଦେଶରେ ଓଡିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ନିର୍ମାଣ ହେବ "ତର୍ପଣ ଶିଳାସ୍ତମ୍ଭ" l କଳିଙ୍ଗ ଯୁଦ୍ଧରେ ମୃତ୍ୟୁବରଣ କରିଥିବା କଳିଙ୍ଗର ବୀର ସୈନିକ ମାନଙ୍କ
ଶାନ୍ତିସ୍ତୁପ ପାଦଦେଶରେ ନିର୍ମାଣ ହେବ “ତର୍ପଣ ଶିଳାସ୍ତମ୍ଭ”
ବାଲିଅନ୍ତା ,୨୭|୪ (ଗୋବର୍ଦ୍ଧନ ଦାସ):ଐତିହାସିକ ପର୍ଯ୍ୟଟନ ସ୍ଥଳୀ ଶାନ୍ତିସ୍ତୁପ ଧଉଳି ପାଦ ଦେଶରେ ଓଡିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ନିର୍ମାଣ ହେବ "ତର୍ପଣ ଶିଳାସ୍ତମ୍ଭ" l କଳିଙ୍ଗ ଯୁଦ୍ଧରେ ମୃତ୍ୟୁବରଣ କରିଥିବା କଳିଙ୍ଗର ବୀର ସୈନିକ ମାନଙ୍କ
Politics
ଜନଗଣନା କାର୍ଯ୍ୟକ୍ରମ ପାଇଁ ନିଯୁକ୍ତି ପତ୍ର ପ୍ରଦାନ
ବିଏମସିର ବେଆଇନ ୟୁଜରଫି ବିରୁଦ୍ଧରେ ବିଚାର ବିମର୍ଶ ସଭା
Entertainment
ନେହେରୁ ଯୁବ ପ୍ରତିଷ୍ଠାନର ପ୍ରତିଷ୍ଟା ଦିବସ ପାଳିତ