ହୋଲି ଖେଳି ଗାଁ ନିକଟସ୍ଥ ଯମୁନା ସାଗର କୁ ଗାଧୋଇ ଯାଇ ଯୁବକ ପାଣିରେ ବୁଡି ଯାଇ ମୃତ୍ୟୁ

କଳାହାଣ୍ଡି: (କଳାହାଣ୍ଡି ଜ଼ିଲ୍ଲା ପ୍ରତିନିଧି ପ୍ୟାରିଲାଲ ଦୁର୍ଗାଙ୍କ ରିପୋର୍ଟ) କଳାହାଣ୍ଡି ଜିଲାରେ ଶନିବାର ହୋଲି ପରେ ପୁଣି ସାମ୍ନାକୁ ଆସିଲା ଏକ ଦୁଃଖଦ ଘଟଣା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ କଷାକେନ୍ଦୁ ନିକଟସ୍ଥ ଯମୁନା ସାଗରରେ ବୁଡ଼ି ଯାଇ ମଧ୍ୟାହ୍ନରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକଙ୍କ ନାମ ସରୋଜ ସ୍ବାଇଁ(୪୨) ଓ ସେ ଭବାନୀପାଟଣା ସହର ଜେନାଖାଲ ପଡ଼ାର ବୋଲି ଜଣାପଡ଼ିଛି।ମିଳିଥିବା ସୂଚନାନୁଯାୟୀ, ସରୋଜ ନିଜ ପରିବାର ସମ୍ପର୍କୀୟ ସହ ହୋଲି ପର୍ବ ଉପଲକ୍ଷେ ଯମୁନାସାଗର ନିକଟ ଏକ ଫାର୍ମ ହାଉସ୍‌କୁ ଭୋଜି କରିବାକୁ ଯାଇଥିଲେ। ଏହି ସମୟରେ ଯମୁନାସାଗରକୁ ଗାଧୋଇବାକୁ ଯାଇଥିବାବେଳେ ଅସାବଧାନତା ଯୋଗୁ ତାଙ୍କ ଗୋଡ଼ ଖସି ଯିବାରୁ ଗଭୀର ଜଳକୁ ଚାଲିଯାଇଥିଲେ। ତେବେ ପହଁରା ଜାଣି ନ ଥିବାରୁ ସେଠାରୁ ବାହାରକୁ ବାହାରି ପାରି ନ ଥିଲେ। ଫଳରେ ଶ୍ୱାସରୁଦ୍ଧ ହୋଇ ତାଙ୍କର ମୃତ୍ୟୁ ଘଟିଛି। ଏନେଇ ଭବାନୀପାଟଣା ସଦର ଥାନାରେ ଏକ ଅପମୃତ୍ୟୁ ମାମଲା ନଂ(୫/୨୫) ରୁଜୁ ହୋଇଥିବା ପୋଲିସଠାରୁ ସୂଚନା ମିଳିଛି।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page