ବାଲିଅନ୍ତା,୧୬|୬(ଗୋବର୍ଦ୍ଧନ ଦାସ):ବାଳକାଟି ରଥିଜେମା କୁଆଖାଇ ନଦୀ ପଠାରେ ଅରୁଣାଆଲୋକ କ୍ଳବ ପକ୍ଷରୁ ୩ ଦିନ ଧରି ଚାଲିଥିବା ରଜ ମହୋତ୍ସବ ଆଜିର ଉଦଯାପିତ ହୋଇଯାଇଛି l କ୍ଳବର ସଭାପତି ବିଜୟ କୁମାର ବେହେରା ଓ ସମ୍ପାଦକ ଶଙ୍କର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୩ ଦିନ ଧରି ଅତିଥି ଭାବେ ଅବସରପ୍ରାପ୍ତ ଜିଲ୍ଲାପାଳ ରବିନ ସାହୁ, ସଂଳାପ ଲେଖକ ଡ଼. ରଜନୀ ରଞ୍ଜନ ଦାଶ, ସମାଜସେବୀ ସୁବ୍ରତ କୁମାର ମହାନ୍ତି, ପୂର୍ବତନ ସରପଞ୍ଚ ଭାଗ୍ୟଧର ନନ୍ଦୀ, ସମିତିସଭ୍ୟ ଗଙ୍ଗାଧର ମାହାରୀ, ପ୍ରଦୀପ ମହାନ୍ତି, ନାରୀନେତ୍ରୀ ନୟନା ବେହେରା,

ଅମରେନ୍ଦୁ ପ୍ରସାଦ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ରଜ ପର୍ବର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ l ଏହି ଅବସରରେ ଯୁବତୀ ଓ ମହିଳାମାନେ ଦୋଳି ଖେଳିବା ସହ ଝୋଟି, ଚିତା, ପୁଚି ଆଦି ବିଭିନ୍ନ ପ୍ରତିଯୋଗୀତାରେ ଭାଗ ନେଇଥିବା କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା l ୩ ଦିନ ଧରି ଚାଲିଥିବା ଏହି ଉତ୍ସବକୁ ନିର୍ମଳ ଗିରି, ଲୋକନାଥ ସାହୁ, ରଘୁନାଥ ସାହୁ ଆଦି କ୍ଳବର କର୍ମକର୍ତା ପରିଚାଳନାରେ ସହଯୋଗ କରିଥିଲେ l