ଆଇ ଆଇ ସି ଓ ବିଡିଓଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ନ୍ୟାୟ ଦାବୀରେ ଚlମେଲୀ ଓଝାଙ୍କ ଲୋୟର ପିଏମଜିରେ ଆମରଣ ଅନଶନ

ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରୁ କ୍ୟାପିଟାଲ ହସ୍ପିଟାଲରେ ଚାଲିଛି ଚିକିତ୍ସା

ଭୁବନେଶ୍ୱର ତା 13 ରିଖ l ଆଜି, ମହାକାଳପଡ଼ା IIC ମାନସ ମଲ୍ଲିକ ଏବଂ BDO ରବିନାରାୟଣ ଆଚାର୍ଯ୍ୟଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ନ୍ୟାୟ ଦାବିରେ ଲୋୟର PMGରେ ଆମରଣ ଅନଶନରେ ବସିଛନ୍ତି ଓଡିଶାର ଦୃଢ଼ ମନା ଝିଅ ଚlମେଲୀ ଓଝା । ଅନେକ ବାର ବିଭିନ୍ନ ଫୋରମ ରେ ଦାବି ଜଣାଇ ନ୍ୟାୟ ନ ପାଇବା ଆଜି ସେ ଏହି ଚରମ ନିଷ୍ପତି ନେବାକୁ ବାଧ୍ୟ ହୋଇଛନ୍ତି l ଉଦ୍ୟେଶ୍ୟ ମୂଳକ ଭାବେ ନିର୍ଯାତନା ଦେଇଥିବା ଦୁଇ ଅଧିକାରୀ ଙ୍କ ବିରୁଦ୍ଧରେ ଆଜି ପର୍ଯ୍ୟନ୍ତ  କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ। ଘଟଣାର ୩୨ ଦିନ ପରେ, ମୁଁ   ଅନଶନ କରିବାକୁ ବାଧ୍ୟ ହୋଇ ନିଷ୍ପତ୍ତି ନେଲି ବୋଲି ଚlମେଲୀ କହିଛନ୍ତି l ଜଳ ଗ୍ରହଣ ନକରିବାରୁ ଚlମେଲୀଙ୍କ ବ୍ଲଡ଼ ପ୍ରେସର ସମସ୍ୟା ଓ ଜଳୀୟ ଅଂଶ କମି ଯାଇଥିଲା l ତେଣୁ ତାଙ୍କୁ ଚିକିତ୍ସା ପାଇଁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରାଯାଇଥିଲା l  ଓଡିଶା ଅଭିଭାକ୍ ମହାସଙ୍ଗ ସଭାପତି  ବସୁଦେବ ଭଟ୍ଟ ମଧ୍ୟ ତାଙ୍କ ସହିତ ବିନା ଖାଦ୍ୟ ପାନୀୟରେ ଅନଶନ ରେ ଅଛନ୍ତି l ତାଙ୍କୁ ସମର୍ଥନ ଜଣାଇ ଅନେକ ବିଶିଷ୍ଟ  ବ୍ୟକ୍ତି ଆଜି ତାଙ୍କ ସହିତ ଲୋୟର ପିଏମଜି ର ଅନଶନ ସ୍ଥଳ କୁ ଅସି ନୈତିକ ସମର୍ଥନ ଜଣାଇଛନ୍ତି l  କଂଗ୍ରେସ  ନେତା ଶ୍ରୀ ସୁଦର୍ଶନ ଦାସ, ସିପିଆଇ ନେତା ପ୍ରଦିପ ନାୟକ, ଓଜେସି ସଭାପତି ଏମ.ଡି ମୋକିମ, ରାଜ୍ୟସଭା ସାଂସଦ ସୁଲତା ଦେଓ, ରାଜନଗର ବିଧାୟକ ଧ୍ରୁବ ସାହୁ, କେନ୍ଦ୍ରାପଡା ବିଧାୟକ ଗଣେଶର ବେହେରା, ସାମାଜିକ କର୍ମୀ ପ୍ରସନ୍ନ ବିଷୋୟୀ,ତାପସୀ ପ୍ରହରାଜ,ଶିବ କୁମାର ଦାସ,କାଲିଙ୍ଗମହିଳା ଶକ୍ତି ସଭାପତି ମୋନୋରମା ଖଟୁଆ,ବିଭୁତି ବିଶ୍ୱାଳ,ଅରୁଣ ସ୍ୱାଇଁ,ସୁରେଶ ସ୍ୱାଇଁ, ପୂର୍ଣଚନ୍ଦ୍ର ମହାପାତ୍ର ଆଦି ତାଙ୍କୁ ଭେଟିଛନ୍ତି l ଚାମେଲି ହସ୍ପିଟାଲରେ ମଧ୍ୟ ଅନଶନ ଜାରି ରଖିଛନ୍ତି l ଡାକ୍ତର ଙ୍କ ପରାମର୍ଶ କ୍ରମେ ଟିକେ ବିଶ୍ରାମ ନେଇ  ଆସନ୍ତାକାଲି ସକାଳ ୧୦.୦୦ ଟାରେ ପୁଣି ଲୋୟର ପିଏମଜି ରେ ଅନଶନ ଜାରି ରଖିବେ l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page